ପ୍ରେମିକଙ୍କୁ ପାଖରେ ରଖିବାକୁ ସ୍ବାମୀ ରାଜି ନହେବାରୁ

ବିଦ୍ୟୁତ ଖୁଣ୍ଟରେ ଚଢିଲେ ସ୍ତ୍ରୀ

ଭୁବନେଶ୍ବର ,୪ା୪(ଏସଏସନିଉଜ) ଜ‌ଣେ ବିବାହିତ ମହିଳା ପ୍ରେମିକାକୁ ପାଖରେ ରଖିବାକୁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ପ୍ରସ୍ଥାବରେ ସ୍ବାମୀରାମ ଗୋବିନ୍ଦ ରାଜି ନହେବାରୁ ଆରମ୍ଭ ହୋଇଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ।ରାଗିଯାଇ ମହିଳାଜଣଙ୍କ ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇ ହାଏଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ । ମହିଳାଜଣଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାସହ ମହିଳାଙ୍କୁ ବୁଝସୁଜାକରିବାପରେ ସେ ଓହ୍ଲାଇଥିଲେ ।ଏହି ଘଟଣା ବୁଧବାର ଦ୍ବିପହର ସମୟରେ ଉତ୍ତରପ୍ରଦେଶର ଗୋରଖପୁରର ପିପରାଇଚ ଥାନା ଅଞ୍ଚଳରେ ଘଟିଛି । ଏହି ଘଟଣାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Comments (0)
Add Comment