Browsing daily archive

April 7, 2024

ଓଲଟିଲା ବରଯାତ୍ରୀ ଗାଡ଼ି

ବଣାଇ,୭।୪(ଏସଏସନିଉଜ)ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀଗାଡ଼ି।ଟିକାୟତପାଲୀ ଥାନା କୁଲୁପୋତା ଘାଟିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୨୦ଜଣ ବରଯାତ୍ରୀ ଆହତ ହୋଇଥିବାବେଳେ ,ସେଥିମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିିଳିଛି।ଜଣ୍ଡାଗାଁରୁ ସରାଗଡିହି ଯାଉଥିବାବେଳେ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ଆଜିରରାଶିଫଳ

ଅପ୍ରେଲମାସ ୦୮ତାରିଖ ୨୦୨୪ମସିହା (ସୋମ ବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୧୧/ ୫୫ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫, ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୫୫ ଗତେ ପୁର୍ବେ, ଅମାବାସ୍ୟାର ସମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧୀରେ ହେବ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୩ମଧ୍ୟେ,ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୪୪ଗତେ ଘ୧୦/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୩ଗତେ ଘ୦୪/୪୯ମଧ୍ୟେ,ଆମିଷ ଭକ୍ଷଣ ନିଷେଧ,। ମେଷ-ଆଜି ବ୍ୟାପାରରେ […]

ରାଜେନ୍ଦ୍ରନଗରରେ ବ୍ୟାପିଲା ଜଣ୍ଡିସ୍‌

କଟକ,୭ା୪(ଏସଏସନିଉଜ) କଟକ ପୌରନିଗମର ୫୨ନମ୍ବର ଓାର୍ଡରେ ଦୁଷିତପାଣି ପିଇ ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ରାଜେନ୍ଦ୍ର ନଗର ମଙ୍ଗଳାମନ୍ଦିର ପୋଷ୍ଟଅଫିସ୍ ଠାରୁ ବିଜୟଲକ୍ଷ୍ମୀମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଟ୍ୟାପ୍ ପାଣି ଏହି ଅଞ୍ଚଳରଲୋକ ବ୍ୟବହାର କରୁଥିବାରୁ ଏହିପାଣି ପିଇ ସେମାନେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କସଂଖ୍ୟା ଦିନକୁଦିନ ବଢୁଥିବାର ଅଭିଯୋଗ ହେଉଛି। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅମୃତପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି।

ଏଡିଏମଓଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼,୭ା୪(ଏସଏସନିଉଜ) ସୁନ୍ଦରଗଡ଼ ଏଡିଏମଓ ଡାକ୍ତର ପ୍ରକାଶ ବଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଏଡିଏମଓ ନିଜ ଚାମ୍ବର ଭିତରକୁ ନେଇ ଯୌନ ଉତ୍ପୀଡ଼ନ କରୁଥିଲେ ବୋଲି ମହିଳା ଡାକ୍ତର ଜଣଙ୍କ ଥାନାରେ କରିଥିବା ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ସୁନ୍ଦରଗଡ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ମହାନଦୀରେ ବୁଡ଼ି ଯୁବକ ମୃତ

କଟକ,୭ା୪(ଏସଏସନିଉଜ)କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଶୁଦ୍ଧି କର୍ମରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ ।ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା । –

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନାସମ୍ବୋଧନ ଦେଇ କହିଲେ ଓଡ଼ିଶା ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀାସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବେ ଶ୍ରମିକ ବୋଲି କହିଥିଲେ ।

ବଜ୍ରାଘାତରେ ୩ଗୁରୁତର ,ଜଳିଗଲେ୧୫ଛେଳି

ଜଳେଶ୍ବର,୭ା୪(ଏସଏସନିଉଜ) ବଜ୍ରାଘାତରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଅଘଟଣ ଘଟିଛି ।୨ଜଣ ପଶ୍ଚିମବଂଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।ସେହିଭଳିଭାବେ ଭଞ୍ଜନଗରର ବଡ଼ଗଡ଼ଥାନା ବାଟଶାସନଗାଁରେ ବଜ୍ରାଘାତ ଘଟି ୧୫ଛେଳି ଜଳିଯାଇଥିବାର ଜଣାପଡିଛି ।ଅନ୍ୟପଟେ ଦିଗପହଣ୍ଡିର ଶୂନପୁର ମେରାଇନ୍ ଥାନାରେ ଅଗ୍ନିକାଣ୍ଡ ଘଟିଛି ।ସର୍ଟସର୍କିଟରୁ ଥାନାରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଯାହାଫଳରେ ଥାନା ପରିସରରେ ଥିବା […]

ଶଙ୍ଖ ଧରିଲେ ଲେଖାଶ୍ରୀ ଓ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀାକିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀାସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।ବିଜେଡିରେ ମିଶିଲାପରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି ।ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଲେ ।ଏହାସହ ବିକାଶର ଏହି ଯାତ୍ରାରେ […]

୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ

ଜଳେଶ୍ବର,୭ା୪(ଏସଏସନିଉଜ) ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ ।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି ।ରାଜଘାଟ ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟି ରାସ୍ତାରୁ ତଳକୁ ଖସିପଡିଥିଲା ଭ୍ୟାନ୍‌ା୫ଜଣଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଏମାନଙ୍କୁ ଚିକିସ୍‌ାପାଇଁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମାଡ଼ମାରି ଲୁଟିନେଲେ ସୁନା ଅଳଙ୍କାର

ପିପିଲି,୭ା୪(ଏସଏସନିଉଜ) ଶାବଳରେ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ ।ବଳଙ୍ଗା ଥାନା ସରସ୍ବତୀପୁର ଖରିଜା ସାହିରେ ଲୁଟ୍‌ପାଟ୍ ହୋଇଛି ।ଘରେ ପଶି ଆତଙ୍କ ଖେଳାଇଲେ ୪ ଦୁର୍ବୃତ୍ତ ଓ ଘରର ସଦସ୍ୟଙ୍କୁ ମାଡ଼ମାରିଲେ ।ଲୁଟେରାଙ୍କ ଆକ୍ରମଣରେ ୨ଜଣ ହୋଇଥିବା ଗୁରୁତରଆହତଙ୍କୁ ଚିକିସ୍‌ାପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।