ଶଙ୍ଖ ଧରିଲେ ଲେଖାଶ୍ରୀ ଓ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀାକିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀାସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।ବିଜେଡିରେ ମିଶିଲାପରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି ।ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଲେ ।ଏହାସହ ବିକାଶର ଏହି ଯାତ୍ରାରେ ଗୁଣ୍ଡୁଚି ମୂଷା ପରି କାମ କରିବି ଏବଂ ଦଳ ଯେଉଁ କାମ, ଦାୟିତ୍ବ ଦେବ ନିର୍ବାହ କରିବି ବୋଲି କହିଛନ୍ତି ଲେଖାଶ୍ରୀା ସେହିଭଳିଭାବେ ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । ହଜାର ହଜାର ସମର୍ଥକ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଗଣେଶ୍ୱର ବେହେରା ।

Comments (0)
Add Comment