Browsing daily archive

April 12, 2024

ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

  ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ […]

ଆଜିର ରାଶିଫଳ

ଅପ୍ରେଲମାସ ୧୩ତାରିଖ ୨୦୨୪ ମସିହା (ଶନି ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୧୧/୪୪ ଗତେ ଷଷ୍ଠୀ,ନକ୍ଷତ୍ର- ମୃର୍ଗଶିରା ରାତ୍ରି ଘ୦୧/୦୯ ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪ /୨୮, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୦୧/ ୩୭,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୪୪ଗତେ ପଶ୍ଚିମ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପାର୍ବଣ ଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଘ୦୪/୩୦ ଗତେ ଘ୦୬/୦୩ ମଧ୍ୟେ,ବାରବେଳା – ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା […]

ବିରୂପାରେ ଭାସିଯାଇ ୨ମୃତୁ

ଚୌଦ୍ୱାର.୧୨।୪(ଏସଏସ ନିଉଜ)ବିରୂପା ନଦୀରେ ଭାସିଯାଇ ୨ଜଣ ଯୁବକ ମୃତୁବରଣ କରିଛନ୍ତି।ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ଅଣାଯାଇଥିଲା।ହେଲେ ଡାକ୍ତର ସେଠାରେ ୨ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।୨ଜଣ ଯୁବକ ଚୌଦ୍ୱାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା ମିକିଛି।

ଘର ବାହାରେ ରକ୍ତ,ହତ୍ୟା ସନ୍ଦେହ!

ବାଙ୍କୀ,୧୨।୪(ଏସଏସନିଉଜ) ଘର ବାହାରେ ରକ୍ତର ଛିଟା ପଡିଛି।ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।ହରିରାଜପୁର ପଞ୍ଚାୟତ ନୂଆସାହି କୋଠଘର ବାହାରେ ରକ୍ତ ଛିଟା ଲାଗିଛି। ବାହାରେ ଖଣ୍ଡା, ମୋବାଇଲ, ଚପଲ ଆଦି ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ଘର ଭିତରପଟୁ ବନ୍ଦ ରହିଛି, ଘଟଣାସ୍ଥଳରେ ପହଁଚି ପୋଲିସ ଛାନଭିନ୍‌ ଆରମ୍ଭ କରିଛି।ଘର ଭିତରେ ଜଣଙ୍କର ମୃତଦେହ ପଡ଼ି ରହିଥିବା ସନ୍ଦେହ କରାଯାଉଛି।