ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

ଆଶିୟାନା

 

ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ ହିଁ ପ୍ରକୃତ ଶିକ୍ଷା ବୋଲି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ସମାଜସେବୀ ଜୟପ୍ରକାଶମିଶ୍ର ସମ୍ମାନିତଅତିଥିଭାବେ ଯୋଗଦେଇ ପିଲାମାନଙ୍କର ଦକ୍ଷତା ଓ ପାରଦର୍ଶିତାର ଭୂୟସୀ ପ୍ରଶଂସା କରିଥିଲେ।ବିଦ୍ୟାଳୟର ମାର୍ଗଦର୍ଶକ ତଥା ସଂଯୋଜକ ଅଲେଖ ନାୟକ ସ୍ଵାଗତଭାଷଣ ଓ ଅତିଥିପରିଚୟ, ବିଦ୍ୟାଳୟରଅଧ୍ୟକ୍ଷା ମନପାଲୀ ବାଣୀ ବାର୍ଷିକ ବିବରଣୀପାଠ କରିଥିଲେ।ବିଦ୍ୟାଳୟର ସଂପାଦକ ପ୍ରଦୀପକୁମାରପାଣି ପିଲାମାନଙ୍କର ଶୈକ୍ଷିକପ୍ରଗତି ପାଇଁ ଅଭିଭାବକମାନଙ୍କ ସହଯୋଗ ନିହାତି ଆବଶ୍ୟକ ମତ ରଖିଥିଲେ।ପିଲାମାନଙ୍କର ପାଠ ସହିତ ଅନ୍ୟାନ୍ୟ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ବର୍ଣ୍ଣାଢ୍ଯସଂନ୍ଧ୍ଯାରେ ଛାତ୍ରଛାତ୍ରୀ ମାନଙ୍କର ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାରହଜାର ଅଭିଭାବକମାନଙ୍କୁ ବିମୋହିତ କରିଥିଲା।ପିଲାମାନଙ୍କର ଏଭଳି ଦକ୍ଷତାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକମଣ୍ଡଳି ଓ ଅତିଥିମାନେ ଭୂୟସୀପ୍ରଶଂସା କରିଥିଲେ।ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଞ୍ଜିତାମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment