Browsing daily archive

May 26, 2024

ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ

ନିମାପଡା,୨୬ା୫(ଏସଏସନିଉଜ) ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସମୀର ଦାଶଙ୍କ ସମର୍ଥକ । ନିମାପଡା ୨୧ନଂଜୋନ ତେରୁଣ୍ଡିଆ ନିକଟରେ ଘଟିଛି ଏହି ଘଟଣା । ବିଜେପିର ଏଭଳି ଆଚରଣକୁ ସବୁଆଡୁ ନିନ୍ଦା କରାଯାଇଛି ।  

ଭୁବନେଶ୍ୱରରେ ଭୋଟିଂ ୫୦ପ୍ରତିଶତ ଟପିଲା

ଭୁବନେଶ୍ୱର,୨୬ା୫(ଏସଏସନିଉଜ) ୨୦୧୯ ଅପେକ୍ଷା ଏଥର୨୦୨୪ସାଧାରଣନର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ୫୦%ରୁ ଅଧିକ ମତଦାନ ହୋଇଛି ।ଭୁବନେଶ୍ୱର (ସେଣ୍ଟ୍ରାଲ)ରେ ୫୧.୨୩ ପ୍ରତିଶତ ମତଦାନ,ଉତ୍ତର ଭୁବନେଶ୍ୱରରେ ୫୩.୯୩% ମତଦାନ ଓ ଏକାମ୍ର ଭୁବନେଶ୍ୱରରେ ୫୬.୪୨% ମତଦାନ ହୋଇଥିବାର ଜଣାପଡିଛି ।  

ଦୁର୍ଘଟଣାରେ ୫ ଗୁରୁତର

ଖଲ୍ଲିକୋଟ,୨୬ା୫(ଏସଏସନିଉଜ) ପିକଅପ୍ ଭ୍ୟାନ୍-ଲୁହା ବୋଝେଇ ଟ୍ରକ୍ ଧକ୍କାରେ୫ଜଣ ଗୁରୁତର ଆହତ ହୋଇଛନ୍ତି ।ରମ୍ଭା ଥାନା ହୁମା ନିକଟ ଜାତୀୟ ରାଜପଥ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀର ପ୍ରୟାସ ଆରମ୍ଭ ହୋଇଛି ।ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।

କାଲି ଆସିବେ ବିଶ୍ୱଶର୍ମା

ଭୁବନେଶ୍ୱର,୨୬ା୫(ଏସଏସନିଉଜ)ପୁଣିଥରେ ୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀା୨ଦିନରେ ୮ଟିସ୍ଥାନରେ ପ୍ରଚାର କରିବେ ହିମନ୍ତବିଶ୍ୱଶର୍ମାାକାଲି ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବୋ୨୮ରେ ରାଇରଙ୍ଗପୁର , ମୋରଡ଼ା , ସୋର ଓ ଜଗତସିଂହପୁରରେ ସଭାା୨୭ ଓ ୨୮ରେ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସଭାା ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ହେବାକୁଯାଉଛି ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା , ବାଲେଶ୍ବର […]

ହାଇୱା ପାଇ ଭାଙ୍ଗିଲା ବିଦ୍ୟୁତଖୁଂଟ

ବାରଙ୍ଗ,୨୬।୫(ଏସଏସନିଉଜ)ରାସ୍ତାନିର୍ମାଣକାମରେ ନିୟୋଜିତ ଏକ ହାଇୱାଟି ବଜୁରିଗୁଣ୍ଡ କାଢିବାସମୟରେ ଡାଲାଟି ନଦୀବନ୍ଧ ରାସ୍ତାରେ ଥିବା ୧୧କେଭି ବିଦ୍ୟୁତଖୁଣ୍ଟରେ ଲାଗିଯିବାରୁ ବିଦ୍ୟୁତଖୁଂଟଟିଭାଙ୍ଗିଯିବାସହ ଗାଡିଟି ଓଲଟିପଡିଥିଲା ।ଚାଳକଜଣଙ୍କ ସୈାଭାଗ୍ୟବଶତଃ ବିଦ୍ୟୁତଆଘାତରୁ ବଂଚିଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ପ୍ରକାସ ଯେ, ତ୍ରିଶୂଳିଆଠାରୁ ନରାଜ ପର୍ଯ୍ୟନ୍ତ କାଠଯୋଡ଼ି ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ଚାଲୁରହିଛି। ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ି ୦୫ବିଏସ ୨୬୫୮ ହାଇୱା ଟ୍ରକଟି ବଜୁରି ଗୁଣ୍ଡ ବୋଝେଇ କରି ରବିବାର ସନ୍ଧ୍ୟା ସାଢ଼େ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ଗୌରବ

ବାରଙ୍ଗ,୨୬।୫(ଏସଏସନିଉଜ)ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରୁ ମୋଟ୍ ୯୪ ଜଣ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ପରୀକ୍ଷାର ଫଳାଫଳକୁ ଦେଖିବାକୁ ଗଲେ ବିଦ୍ୟାଳୟର ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତିଶକ୍ତି ସ୍ୱାଇଁ,ଦେବେଶ କୁମାର ସାହୁ,କୃପାମୟୀ କୃଷ୍ଣପ୍ରୀୟା ସ୍ୱାଇଁ ଶତକଡା୯୨ଭାଗ ନମ୍ବର ରଖି ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ହୋଇପାରିଛନ୍ତି।ସେହିଭଳି ଭାବେ ବି -୧ଗ୍ରେଡ ରେ୧୭ଜଣ,ବି -୨ଗ୍ରେଡରେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟର ସାମଗ୍ରିକ ପରୀକ୍ଷା ଫଳାଫଳପାଇଁ […]

ଆଜିର ରାଶିଫଳ

ମଇମାସ ୨୭ତାରିଖ ୨୦୨୪ମସିହା (ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଅପରାହ୍ନ ଘ୦୪/୫୪ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଷାଢ଼ା ଦିବା ଘ୧୦/୫୧ ଗତେ ଉତ୍ତରା ଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୧,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୧୬/ ୫୭,ଯୋଗିନୀ ନୈରୁତେ ଅପରାହ୍ନ ଘ୦୪/୫୪ ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୧୦/୫୦ ଗତେ ଏକପାଦପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୭ ମଧ୍ୟେ,ବାରବେଳା – ଦିବା ଘ୦୩/୦୦ ଗତେ ଘ୦୪/ ୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]

ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ

  ଭୁବନେଶ୍ୱର,୨୬।୫(ଏସଏସ ନିଉଜ)EVM ହେରଫେର ଅଭିଯୋଗରେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଆଠଗଡ଼ର ୧୫୦ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଇଭିଏମ ମେସିନକୁ ପ୍ରଥମେ କଣ୍ଟ୍ରୋଲ ରୁମ୍‌କୁ ନିଆଯାଇନଥିଲା।EVMକୁ ଏକ କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର୍‌କୁ ନେଇଥିଲେ ପ୍ରିଜାଇଡିଂ ଅଫିସର।ପ୍ରିଜାଇଡିଂ ଅଫିସର ଅନିରୁଦ୍ଧ ସେନାପତିଙ୍କୁ ସସ୍‌ପେଣ୍ଡ କରିଛନ୍ତି କଟକ ADM।

ସ୍ଵତନ୍ତ୍ର ରିଲିଫକମିଶନରଙ୍କ ବାତ୍ୟା ସତର୍କତା

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବାତ୍ୟା ‘ରେମାଲ’କୁ ନେଇ ରାଜ୍ୟରେ ସତର୍କତା ଜାରି କରାଯାଇଛି।୪ ଜିଲ୍ଲାପାଳଙ୍କ ସହ କଥା ହେଲେ ଏସଆରସି।ମୟୂରଭଞ୍ଜ,ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଭଦ୍ରକ।ପ୍ରବଳବର୍ଷା ନେଇ ସତର୍କ ରହିବାକୁ SRCଙ୍କ ପରାମର୍ଶ।ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।ଆଜି ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷିବ ମୟୂରଭଞ୍ଜ ,ବାଲେଶ୍ବର ଓ ଭଦ୍ରକକୁ ଅତି ପ୍ରବଳ ବର୍ଷା ହେବାସହଏହି ୩ଜିଲ୍ଲାରେ ୨୦୦ମିମି.ବର୍ଷା ସମ୍ଭାବନା ରହିଛି।୭୦ରୁ ୧୧୦ମିମି.ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ କରିଛି।କେନ୍ଦ୍ରାପଡ଼ା , ଜଗତସିଂହପୁରରେ ବି ବର୍ଷା ସମ୍ଭାବନା ଦେଖାଦେଇ […]

ବିଜେଡ଼ିକୁ ବହୁମତ ମିଳିସାରିଛି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଜେଡ଼ିକୁ ବହୁମତ ମିଳିସାରିଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ।ନବୀନନିବାସରେ ଆୟୋଜିତ ପ୍ରେସମିଟ୍‌ରେ ଭିକେପାଣ୍ଡିଆନଙ୍କ ଦୃଢ଼ୋକ୍ତି। ଏଯାଏଁ ବିଜେଡ଼ିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫% ରହିଛି।ଚତୁର୍ଥ ପର୍ଯ୍ୟାୟପରେ ବିଜେଡ଼ିର ସ୍ଥିର ସରକାର ଆସିଯିବ।ଲୋକସଭାରେ ମଧ୍ୟ ବହୁତ ଭଲ କରିବ ବିଜେଡ଼ି ବୋଲି କହିଛନ୍ତି ପାଣ୍ଡିଆନ।ଭୁବନେଶ୍ବରରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ବର ଫଳାଫଳ ବିଜେଡ଼ି ସପକ୍ଷରେ ଆସିବ।ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି।ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡ଼ି ସରକାର ଗଢ଼ିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ।