ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଜେଡ଼ିକୁ ବହୁମତ ମିଳିସାରିଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ।ନବୀନନିବାସରେ ଆୟୋଜିତ ପ୍ରେସମିଟ୍ରେ ଭିକେପାଣ୍ଡିଆନଙ୍କ ଦୃଢ଼ୋକ୍ତି।
ଏଯାଏଁ ବିଜେଡ଼ିର ଷ୍ଟ୍ରାଇକ ରେଟ୍ ୮୦ରୁ ୮୫% ରହିଛି।ଚତୁର୍ଥ ପର୍ଯ୍ୟାୟପରେ ବିଜେଡ଼ିର ସ୍ଥିର ସରକାର ଆସିଯିବ।ଲୋକସଭାରେ ମଧ୍ୟ ବହୁତ ଭଲ କରିବ ବିଜେଡ଼ି ବୋଲି କହିଛନ୍ତି ପାଣ୍ଡିଆନ।ଭୁବନେଶ୍ବରରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ବର ଫଳାଫଳ ବିଜେଡ଼ି ସପକ୍ଷରେ ଆସିବ।ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି।ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡ଼ି ସରକାର ଗଢ଼ିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ।