Browsing daily archive

September 4, 2025

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୫ତାରିଖ ୨୦୨୫ମସିହା (ଶୁକ୍ରବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୩/୩୧ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୧୨/୩୧ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/ ୧୮,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୪/୩୧ ଗତେ ପଶ୍ଚିମେ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ଗତେ ଘ୧୧/୪୫ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୮/୩୯ ମଧ୍ୟେ ଓ ୧୨/୪୮ ଗତେ ଘ୦୨/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି […]

ଦୋକାନରେ ବିକୁଥିଲେ ଗଞ୍ଜେଇ

ଜଟଣୀ,୪।୯(ଏସଏସନିଉଜ)ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ରେ କଣାସର ସୁକାନ୍ତ ଦାସ(୪୫)ଙ୍କୁ ପୋଲିସ ଗୁରୁବାରଦିନ ଗିରଫ କରିବାସହ ତାଙ୍କଠାରୁ ୧.୧ କେଜି ଗଞ୍ଜେଇ ଓ ନଗଦ ୧ହଜାରେ ଟଙ୍କା ଜବତ କରିଛି। ପ୍ରକାଶଯେ,ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଅଭିଯୁକ୍ତଙ୍କ ଦୋକାନ ଘରେ ଅତର୍କିତ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଗଞ୍ଜେଇ ବିକ୍ରି […]

ହୀରାକୁଦରୁ ୧୪ଗେଟ୍ ଖୋଲିଲା

କଟକ,୪।୯(ଏସଏସନିଉଜ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାଯାଇଛି ଏବଂ ମହାନଦୀରେ ୨.୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶା କରାଯାଉଛି। ଏହାଫଳରେ ହୀରାକୁଦଡ୍ୟାମର ତଳମୁଣ୍ଡରେ ଥିବା ନଦୀଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି । ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ନଦୀଶଯ୍ୟାଠାରୁ ଦୂରେଇ ରହିବା ସହିତ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି ।

ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଗିରଫ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଖୁଦୁରୁକୁଣି ପୁଜା ଚାଲୁଥିବାବେଳେ ଜଣେ ନାବାଳିକାକୁ ଫସାଇ ବଳକ୍ତାର କରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଜଣଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସିଏ ହେଲେ ଭରତପୁର ଥାନା ଅଂଚଳର ମୁନା ବେହେରା (୩୦)ା ପ୍ରକାସ ଯେ,ଗତରବିବାରରାତିରେ ଚନ୍ଦକାଥାନା ଅଧିନସ୍ଥ ଏକ ଗ୍ରାମରେ ଯୁବତୀମାନେ ଖୁଦୁରୁକୁଣି ପୁଜା କରୁଥିଲେ । ଏହିଗ୍ରାମକୁ ଭରତପୁରର ମୁନା ବେହେରା ନାମକ ଯୁବକ ତାଙ୍କ ବନ୍ଧୁଘରକୁ ବୁଲିବାକୁ ଆସି ରହିଥିଲା ।ମୁନାଖୁଦୁରୁକୁଣି ପୁଜାପାଖକୁ ଯାଇ କୈ÷ାଶଳକ୍ରମେ ସେଠାରେ ପୁଜାରେ ସାମିଲ ହୋଇଥିବା ଜଣେ ୧୩ବର୍ଷୀୟ […]

ଗାଡିସୋରୁମ କର୍ମଚାରୀଙ୍କ ମୁଣ୍ଡଫଟାଇ ବନ୍ଧା ହେଲେ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଧାର ଦେଇ ସେହି ଟଙ୍କାକୁ ଆଦାୟକରିବାକୁ ନେଇ ଜଣଙ୍କୁ ଇଙ୍କାରେ ଛେଚି ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଓଡଗାଁର ସୋମ୍ୟରଞ୍ଜନ ଦାସ (୨୫)ା ପ୍ରକାସ ଯେ, ଗୋଠପାଟଣା ପାଖରେ ଥିବା ଜ୍ୟୋତି ମଟର ଗାଡି ସୋରୁମରେ ଅଚୁ୍ୟତ ପ୍ରଧାନ (୩୦) ନାମକ ଯୁବକ କାମ କରନ୍ତି ।ସେ ଓଡଗାଁର ସୋମ୍ୟରଞ୍ଜନ ଦାସଙ୍କଠାରୁ କିଛିଟଙ୍କା ଧାରସୁତ୍ରରେ ଆଣିଥିଲେ ।ଏହି ଟଙ୍କାକୁନେଇ ଉଭୟଙ୍କ ମଧ୍ୟରେ ବହୁସମୟରେ ପାଟି ତୁଣ୍ଡ ହୁଏ […]