ଦୋକାନରେ ବିକୁଥିଲେ ଗଞ୍ଜେଇ

ଧରିଲା ପୋଲିସ

ଜଟଣୀ,୪।୯(ଏସଏସନିଉଜ)ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ରେ କଣାସର ସୁକାନ୍ତ ଦାସ(୪୫)ଙ୍କୁ ପୋଲିସ ଗୁରୁବାରଦିନ ଗିରଫ କରିବାସହ ତାଙ୍କଠାରୁ ୧.୧ କେଜି ଗଞ୍ଜେଇ ଓ ନଗଦ ୧ହଜାରେ ଟଙ୍କା ଜବତ କରିଛି।
ପ୍ରକାଶଯେ,ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଅଭିଯୁକ୍ତଙ୍କ ଦୋକାନ ଘରେ ଅତର୍କିତ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ଅଭିଯୁକ୍ତ ସୁକାନ୍ତ ଦାସଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ସୁକାନ୍ତଙ୍କ ହେପାଜତରୁ ୧.୧ କେଜି ଓଜନର ଗଞ୍ଜେଇ ଏବଂ ୧,୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ନିଜ ଦୋକାନ ଘରେ ଏହି ବେଆଇନ ଗଞ୍ଜେଇ ବ୍ୟବସାୟନେଇ ନିଜର ଅପରାଧ ସ୍ଵୀକାର କରିଥିଲେ
ଏହି ଘଟଣାକୁ କେନ୍ଦ୍ରକରି ଜଟଣୀଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ୪୧୫/୨୫ କେସ ନମ୍ବରରେ ଏକମାମଲା ରୁଜୁ କରିବା ସହ ଅଭିଯୁକ୍ତ କଣାସର ସୁକାନ୍ତଦାସଙ୍କୁ ଗିରଫକରି କୋର୍ଟଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଜନସାଧାରଣମାନେ ଗଞ୍ଜେଇ ବା ବ୍ରାଉନସୁଗାର ଭଳି ମାରାତ୍ମକନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳପୁଲିସ ତରଫରୁ ୭୦୭୭୭୯୮୧୧୧ହ୍ଵାଟ୍ସଆପ ନମ୍ବର ଜାରି କରାଯାଇଛି ।

 

Comments (0)
Add Comment