Browsing daily archive

October 5, 2025

କଟକର କିଛି ସ୍ଥାନରେ କର୍ଫ୍ୟୁ

କଟକ,୫।୧୦(ଏସଏସନିଉଜ) କଟକ ସହରରେ ଗୋଷ୍ଠୀ ବିବାଦକୁ ନେଇ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଛି ପୋଲିସ। ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନସ୍ଥ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୬ ତାରିଖ ୨୦୨୫ ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୨୧ ଗତେ ପୂର୍ଣ୍ଣିମା,ନକ୍ଷତ୍ର- ପୂର୍ବ ଭାଦ୍ର ଦିବା ଘ୦୬/୫୩ ଗତେ ଉତ୍ତରାଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୫୭,ଯୋଗିନୀ ଦକ୍ଷିଣେ ଦିବା ଘ୧୨/୨୧ ଗତେ ବୟବ୍ୟେ,ଧନୁ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୦ ଗତେ ଘ ୦୮/୪୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୧ ଗତେ ଘ ୦୪/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୮ […]

କଟକରେ ପୋଡ଼ାଜଳା

କଟକ,୫।୧୦(ଏସଏସନିଉଜ)କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜିଠାରୁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିବ । ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ

ଭୁବନେଶ୍ୱର,୫।୧୦(ଏସଏସନିଉଜ)ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ।ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଗୋଟିଏର ପ୍ରଭାବ ନକମୁଣୁ ପୁଣି ଆଉଏକ ଲଘୁଚାପ ଦାନା ବାନ୍ଧିଲାଣି । ଅକ୍ଟୋବର ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।