Browsing daily archive

October 18, 2025

ଆଜିର ରାଶିଫଳ

ଧନ୍ବନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୧୯-୧୦- ୨୦୨୫(ରବିବାର)ଅଦ୍ଯ ତୁଳା ଦି୩ନ, କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦ୧୯।୩୨ ଦିଘ୧।୩୫,ଉତ୍ତରାଫାଃ ଦ୩୧।୨୨ ସଂଘ୬।୧୯,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ତୁଳା ଦ୦/୧୦/୫୦ ଇଂଘ୫/୪୬/୧୩ ଗତେ ଉଦୟ।ମେଷ ଦ୦/୧୦/୩୦ ଇଂଘ ୫/୧୭/୧୫ ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ । ଦିବା ଘ୧।୩୫ ଗତେ ପଶ୍ଚିମେ ।ଦିବା ଘ୧।୩୫ ମଧ୍ୟେ ଯାତ୍ରା ଶୁଭ ଓ ଦେବତା ଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, […]

୨୧ସୁଦ୍ଧା ଲଘୁଚାପ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)୨୧ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ରସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି।ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ନେବ।ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନାକୁ ନେଇ ଆଶଙ୍କା ରହିଛି।ଲଘୁଚାପ ଓ ଅବପାତ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ, ୨୩ ସୁଦ୍ଧା ଅବପାତ ଆକଳନ କରାଯାଇଛି।ଏହା ଆନ୍ଧ୍ର ପ୍ରଦେଶ […]

ରାତି୯ଟା ପରେ ଫୁଟିବନି ବାଣ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ରାତି୯ଟା ପରେ ଫୁଟିବନି ବାଣ।ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ।ରାତି ୯ଟା ପରେ ବାଣ ଫୁଟାଇଲେ ହେବ ଆକ୍ସନ।ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି।ସବୁଜବାଣ ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କଲେ କମିଶନରେଟ ପୋଲିସ।ଲୋକାଲ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ ବୋଲି କୁହାଯାଇଛି।

୨୦ଓ୨୧ତାରିଖ ଦୁଇଦିନ ଛୁଟି

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା ହୋଇଛି।ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ।ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ।ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ।ଏହାସହ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

ରାଜଧାନୀରେ ଚାଞ୍ଚଲ୍ୟ!

ଭୁବନେଶ୍ୱର,୧୮।୧୦(ଏସଏସନିଉଜ) ଏକ ଲୋମହର୍ଷଣକାରୀ ଘଟଣା ରାଜଧାନୀରେ ଘଟିଛି।ବିହାର ଅଞ୍ଚଳରଜଣେ ନାବାଳିକାକୁ କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଗଣବଳାତ୍କାର କରାଯାଇଛି।ଜଣେ ୧୭ ବର୍ଷର ନାବାଳିକା ଅଶୋକନଗର ଅଞ୍ଚଳ ରାସ୍ତାକଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିବା ବେଳେଗତକାଲି ବିଳମ୍ବିତ ରାତିରେ ଉଧାର ହୋଇଛି।କିଛି ଅଟୋଚାଳକ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ପିନ୍ଧିଥିବା ପୋଷାକ ଚିରା ହୋଇଥିବାର ଦେଖି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ନାବାଳିକା ଜଣଙ୍କ […]