ଧନ୍ବନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୧୯-୧୦- ୨୦୨୫(ରବିବାର)ଅଦ୍ଯ ତୁଳା ଦି୩ନ, କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦ୧୯।୩୨ ଦିଘ୧।୩୫,ଉତ୍ତରାଫାଃ ଦ୩୧।୨୨ ସଂଘ୬।୧୯,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ତୁଳା ଦ୦/୧୦/୫୦ ଇଂଘ୫/୪୬/୧୩ ଗତେ ଉଦୟ।ମେଷ ଦ୦/୧୦/୩୦ ଇଂଘ ୫/୧୭/୧୫ ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ । ଦିବା ଘ୧।୩୫ ଗତେ ପଶ୍ଚିମେ ।ଦିବା ଘ୧।୩୫ ମଧ୍ୟେ ଯାତ୍ରା ଶୁଭ ଓ ଦେବତା ଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷା ଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସନ୍ଧ୍ୟା ଘ୬।୧୯ ଗତେ ଚିତ୍ରା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ଆର୍ଦ୍ର ମଘା ଉତ୍ତରାଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୭ ଗତେ ଘ୧।୧ ମଧ୍ୟେ କାଳବେଳା । ରାତ୍ରି ଘ୧।୭ ଗତେ ଘ୨।୪୦ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦଦୋଷ । ଫଳଂ କୃଷି, ସନ୍ତାନହାନି । ଭୂମି, ତିଳକାଞ୍ଚନ ଦାନ । ସନ୍ଧ୍ୟା ଘ୬।୧୯ ଗତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଦିବା ଘ୧।୩୫ ଗତେ ମାଷ (ବିରି) ଭକ୍ଷଣ ନିଷଧ । ଅଦ୍ୟ ଧନ୍ଵନ୍ତରୀ ଜୟନ୍ତୀ । ଧନତେରସ୍ ଅଦ୍ୟ ନରକ ଚତୁର୍ଦ୍ଦଶୀ । ଯମ ତର୍ପଣ । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା।ଅମୃତ- ଦିବା ଘ ୬।୩୩ ଗତେ ଘ୮।୫୭ ମଧ୍ୟେ ଘ୧୨ ।୯ ଗତେ ଘ୩।୨୧ ମଧ୍ୟେ ରାତ୍ରି ଘ୭।୪୩ ଗତେ ଘ୯।୧୯ ମଧ୍ୟେ ଘ୧୧।୪୩ ଗତେ ଘ୧।୧୯ ମଧ୍ୟେ ଘ୨।୭ ଗତେ ଘ୫ ।୧୯ ମଧ୍ୟେ |( ମାହେନ୍ଦ୍ର) – ଦିବା ଘ୪ ।୯ ଗତେ ଘ୪।୫୬ ମଧ୍ୟେ ।
ମେଷ:-ସଫଳତା ହାସଲ କରିବା ଲାଗି ତତ୍ପର ରହିବେ ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ । ଗବେଷଣାରୁ ନୂଆ ତଥ୍ୟ ପାଇବେ।
ବୃଷ:- ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।ସାଥୀଙ୍କ ସହ ରାତ୍ରୀଭୋଜନ ପାଇଁ ଯୋଜନା କରିବେ।
ମିଥୁନ: ଅତୀତର କଥା ନେଇ ମନସ୍ତାପରେ ରହିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
କର୍କଟ: ଆପଣଙ୍କର ଜୀବନଶୈଳୀ ଅନୁଯାୟୀ ଦିନଟି ଭଲ କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି ।ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
ସିଂହ: ଆର୍ଥିକ ଲାଭ ପାଇଁ ନେଇଥିବା ନିଷ୍ପତ୍ତ ଫଳପ୍ରଦ ହେବା ଆପଣଙ୍କର ଦାୟିତ୍ବ ବୃଦ୍ଧି ହୋଇପାରେ ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
କନ୍ୟା: ପରିଜନଙ୍କ ସହିତ ଧର୍ମ ସ୍ଥାନକୁ ଯାତ୍ରାରେ ଯିବେ କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ଯୋଗୁଁ କଷ୍ଟ ଦୂର ହେବା ଆୟର ନୂଆ ସ୍ରୋତ ମିଳିପାରେ।
ତୁଳା:-ଭାବିଥିବା କାମ ଗତିଶୀଳ ହେବା କିଛି ଲୋକ ଆପଣଙ୍କର ଉନ୍ନତି କରାଇବେ ବ୍ୟବସାୟରେ ଲାଭ ହେବା ପିଲାମାନେ ପଢ଼ିବାରେ ଅଧିକ ସମୟ ଦେବେ।
ବିଛା:-ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଅଧିକାରୀ ଆପଣଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିବେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ଧନୁ:-କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବା ମହିଳାମାନେ ଖୁସିରେ ଜିନିଷପତ୍ର କିଣିବେ।
ମକର:-ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ସଂପୂର୍ଣ୍ଣ ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ।
କୁମ୍ଭ:-ଅତୀତ କଥା ପାସୋରି ଆଗକୁ ବଢ଼ିବା ପାଇଁ ଭାବନ୍ତୁ ଅନ୍ୟମାନଙ୍କ ସମ୍ମୁଖରେ ସବୁ କଥା କହିବାକୁ ଚେଷ୍ଟା କରନ୍ତୁ।ବ୍ୟବସାୟିକ କାମରେ ଯାତ୍ରା କରିପାରନ୍ତି।
ମୀନ:-ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବା ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ଲାଭପ୍ରଦ ହୋଇପାରେ। ରାଜନୈତିକ କାର୍ଯ୍ୟକାଳ ଶୁଭଙ୍କର ହେବ।