Browsing daily archive

October 24, 2025

ଆସୁଛି ବାତ୍ୟା ମୋନ୍ଥା

ଭୁବନେଶ୍ଵର,୨୪।୧୦( ଏସଏସନିଉଜ)୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମୋନ୍ଥା।ଥାଇଲାଣ୍ଡର ସୁପାରିସ୍‌ରେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା।ଥାଇ ଭାଷାରେ ମୋନ୍ଥାର ଅର୍ଥ ସୁଗନ୍ଧିତଫୁଲ କିମ୍ବା ସୁନ୍ଦରଫୁଲ।ବାତ୍ୟାରନାଁ ମୋନ୍ଥା ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ।ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ,ଆମେ ସବୁବେଳେ ପ୍ରସ୍ତୁତ। କୃଷି ଓ ଶକ୍ତି ବିଭାଗ ସହ ଯୋଗାଯୋଗରେ ଅଛୁ।ବଙ୍ଗୋପସାଗରରେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୫ମସିହା(ଶନିବାର)କାର୍ତ୍ତିକମାସ-ଶୁକ୍ଳ ,ତିଥି- ଚତୁର୍ଥୀ ରାତ୍ରି ଘ୦୩/୪୩ ଗତେ ପଞ୍ଚମୀ ,ନକ୍ଷତ୍ର-ଅନୁରାଧା ଦିବାଘ୦୯/୨୯ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୧୨ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୫୫ ,ଯୋଗିନୀ ନୈରୁତକୋଣେ ରାତ୍ରି ଘ୦୩/୪୩ଗତେ ଦକ୍ଷିଣେ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା-ଦିବା ଘ୦୭/୧୬ ମଧ୍ୟେ ଓ ଘ ୩/୫୦ ଗତେ ଘ୦୫/୧୭ମଧ୍ୟେ ,ବାରବେଳା- ଦିବା ଘ୧୨/୫୭ ଗତେ ଘ୦୨/ ୨୪ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ଗତେ ଘ୦୯/୪ମଧ୍ୟେ ଓ ଘ୦୨/୨୫ଗତେ ଘ ୦୩/୨୪ ମଧ୍ୟେ […]

ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ

ଭୁବନେଶ୍ଵର,୨୪।୧୦(ଏସଏସନିଉଜ)ସମ୍ଭାବ୍ୟ ବାତ୍ୟାର ଗତିପତ ଜାରିକରିଛି ବିଭାଗ।ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆନ୍ଧ୍ର ଉପରେ ଅଧିକ ରହିବା ନେଇ ଆକଳନ କରାଯାଇଛି।୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରାଯାଇଛି।୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ପୁରୀ, ନୟାଗଡ଼, ଗଞ୍ଜାମ,ଗଜପତି ,ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର କୁହାଯାଇଛି।

୨୭ ସକାଳୁ ବାତ୍ୟା !

ଭୁବନେଶ୍ଵର,୨୪।୧୦(ଏସଏସନିଉଜ)ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ମିଳିଛି।୨୭ ତାରିଖ ସକାଳୁ ବାତ୍ୟାର ରୂପ ନେଇପାରେ ଅବପାତ ।ତେଣୁ ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ପବନର ଆଶଙ୍କା କମ୍ ଥିବା କୁହାଯାଉଛି। ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ରାଜ୍ୟସରକାର ବଡ ନିଷ୍ପତ୍ତି

ଭୁବନେଶ୍ଵର,୨୪।୧୦(ଏସଏସନିଉଜ)ରାଜ୍ୟସରକାର ବଡ ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଆଧାରରେ ୧୯ ଜିଲ୍ଲାରେ ପରିବାର ପିଛା ମିଳିବ ଅଧିକ ୫ କେଜି ଚାଉଳ।୩ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ।ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ।ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର […]