ଭୁବନେଶ୍ଵର,୨୪।୧୦( ଏସଏସନିଉଜ)୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମୋନ୍ଥା।ଥାଇଲାଣ୍ଡର ସୁପାରିସ୍ରେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା।ଥାଇ ଭାଷାରେ ମୋନ୍ଥାର ଅର୍ଥ ସୁଗନ୍ଧିତଫୁଲ କିମ୍ବା ସୁନ୍ଦରଫୁଲ।ବାତ୍ୟାରନାଁ ମୋନ୍ଥା ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ।ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ,ଆମେ ସବୁବେଳେ ପ୍ରସ୍ତୁତ।
କୃଷି ଓ ଶକ୍ତି ବିଭାଗ ସହ ଯୋଗାଯୋଗରେ ଅଛୁ।ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି।ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।ପଶୁମାନଙ୍କ ସୁରକ୍ଷା ପାଇଁ ପଶୁସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।ଯଦି ବାତ୍ୟା ନଆସେ ଓଡ଼ିଶାପାଇଁ ଭଲ , ଆସିଲେ ମୁକାବିଲାପାଇଁ ପ୍ରସ୍ତୁତ ଅଛୁ।ଆତଙ୍କିତ ହୁଅନ୍ତୁନାହିଁ , ମୁକାବିଲାନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।ଆବଶ୍ୟକସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।