Browsing monthly archive

October 2025

ରାମଲାଲାଙ୍କ ମନ୍ଦିରର ନିର୍ମାଣ ଶେଷ

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ)ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମୁଖ୍ୟମନ୍ଦିର ପରିସରରେ ୬ଟି ଓ ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମନ୍ଦିରରେ ଧ୍ବଜା ଓ କଳସସ୍ଥାପନ ମଧ୍ୟ ସମାପ୍ତ ହୋଇଛିାସପ୍ତର୍ଷିଙ୍କପାଇଁ ୭ଟିମଣ୍ଡପ ଓ ତୁଳସୀଦାସ ମନ୍ଦିର ନିର୍ମାଣ କରାଯାଇଛିା୧୦ ଏକର ଅଞ୍ଚଳରେ ପଞ୍ଚବଟୀଉଦ୍ୟାନ ନିର୍ମାଣ କରାଯାଇଛିା୩.୫ କିମି ଦୀର୍ଘ ପାଚେରୀ, ଗେଷ୍ଟହାଉସ. ଅଡିଟୋରିୟମ ନିର୍ମାଣାଧୀନ ବୋଲି ଏକ୍ସରେ ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ଵର, ୨୭।୧୦(ଏସଏସନିଉଜ)ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହେବାରେ ଲାଗିଛି। ରାଜ୍ୟସରକାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାତ୍ୟାସମୀକ୍ଷା କରିଛନ୍ତି।ଆସନ୍ତା ୩୦ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ହୋଇଥିବାରୁ ୮ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ SRC ଦେଓରଞ୍ଜନ ସିଂହSRC ଦେଓରଞ୍ଜନ ସିଂହ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପ୍ରଭାବିତ ହେବାକୁ ଥିବାମାଲକାନଗିରି, କୋରାପୁଟ, […]

ଜଳିଗଲା କବାଡିଆ ଗୋଦାମ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ଥାନା ଅଧୀନସ୍ତ ସୀତାରାମ ବଜାରରେ ଥିବା ଏକ କାବାଡ଼ିଆ ଗୋଦାମରେ ନିଆ ଲାଗି ଗୋଟିଏ ବଖରା ଘର ଜଳିଯାଇଛି।ନିଆ ଲାଗିବାର ପକୃତ କାରଣ ଜଣାପଡିନାହି।ତେବେ ରବିବାର ଅପରାହ୍ନ ୪ଟାରେ ଗୋଦାମଘର ଆଗରେ ଥୁଆ ହୋଇଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀରେ ଅଚାନକ ନିଆ ଲାଗିଯାଇଥିଲା।ଯାହାଫଳରେ ନିଆରେ ଗୋଦାମ ଘର ମଧ୍ୟ ଜଳିଯାଇଥିଲା।ସ୍ଥାନୀୟ ଲୋକମାନେ ନିଆକୁ ଲିଭାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ବାରଙ୍ଗରୁ ଏକ ଦମକଳ ଆସି ନିଆକୁ ଆୟତ କରିଥଲା।(ଶେଖ୍ […]

କ୍ଷୀରଗାଡ଼ିରେ ଗୋଚାଲାଣ, ୯ ଗୋରୁ ଉଦ୍ଧାର

କଟକ ୨୬।୧୦(ଏସଏସନିଉଜ)କ୍ଷୀରଗାଡ଼ିରେ ଚାଲାଣ ହେଉଛି ଗୋରୁ ।ଗୋଚାଲାଣର ନୁଆ ଫଣ୍ଡା ଆପଣେଇଛନ୍ତି ଗୋଚାଲାଣକାରି ।ଏହିଭଳି ଏକ ଘଟଣା ରବିବାର ସକାଳେ ଗୋଡିସାହି ଫାଣ୍ଡି ପାଖରେ ଦେଖିବାକୁ ମିଳିଛି।କ୍ଷୀରଗାଡ଼ି ଭିତରୁ ୭ଟି ଗୋରୁକୁ ଉଦ୍ଧାର କରିଛି ପୋଲିସ। ଗୋଚାଲଣରେ ବ୍ୟବହୃତ ଏହି କ୍ଷୀରଗାଡ଼ିକୁ ପୋଲିସ ଜବତ କରି ୭ଟି ଗୋରୁକୁ ଗୋଶାଳାକୁ ପଠାଇଛି। ପ୍ରକାଶଯେ, ବାଙ୍କୀ ବାରଙ୍ଗ ମୁଖ୍ୟରାସ୍ତାର ଗୋଡିସାହିଫାଣ୍ଡି ପାଖରେ ଗୋଟିଏ କ୍ଷୀରଗାଡ଼ି ଲେଖାଥିବା ଓଡ଼ି ୦୫୪୮୯୨ନମ୍ୱର ବୋଲେରୋଟି ଥୁଆ ହୋଇଥିବାର ସ୍ଥାନୀୟ ବ୍ୟବସାୟୀମାନେ ରବିବାର ସକାଳୁ […]

ବାତ୍ୟା ମୁକାବିଲା ପାଇଁ ଗଲା ଏନଡିଆରଏଫର ୩ଟି ଦଳ

କଟକ, ୨୬।୧୦(ଏସଏସନିଉଜ) ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫର ୩ୟ ବାଟାଲିୟନର ତିନୋଟି ଟିମ ରବିବାର ଯାଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ରବିବାର ଦିନ ତିନୋଟି ଦଳ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ ଦୁଇଟି ଦଳ ସଜାଗ ରହିଛନ୍ତି। ଯଦି ପରିସ୍ଥିତି ଅନୁସାରେ ଆବଶ୍ୟକ ପଡେ ଆହୁରି ଦୁଇଟି ଦଳ ଯିବାର ସମ୍ଭାବନା ରହିଛି ।ଯାଇଥିବା ଏହି ୩ଟି ଦଳ ମଧ୍ୟରୁ ଦୁଇଟି ଦଳ ଭାଇଯାକରେ ନିୟୋଜିତ ହେବାକୁ ଥିବାବେଳେ […]

ଲାଇନମ୍ୟାନଙ୍କୁ ଅପହରଣ କରି ବନ୍ଧା ହେଲେ ଯୁବକ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନ ମ୍ୟାନଙ୍କୁ ଜଣେ ଯୁବକ ମରଣାତ୍ମକ ଆକ୍ରମଣ କରିବା ସହ ଅପହରଣ କରିବା ଅଭିଯୋଗରେ ରବିବାରଦିନ ଚନ୍ଦକା ଥାନା ପୋଲିସ ଅପହରଣକାରୀଙ୍କୁ କୋର୍ଟଚାଲାଣ କରିଛି । ସିଏ ହେଉଛନ୍ତି ଚନ୍ଦକାଥାନା ଅଳସୁଆ ଅଞ୍ଚଳରେ ରହୁଥିବା ସୁଧାଂସୁ ଶେଖର ଦାସ ଓରଫ ପପୁ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ , ଗତ ୧ ତାରିଖ ଦିନବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନିମ୍ୟାନ ମହେଶ୍ୱର ଦାସ (୪୫) ରାତି ପ୍ରାୟ ୧୦ଟା ବେଳେ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୨୭ ତାରିଖ ୨୦୨୫ ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳ,ତିଥି-ପଞ୍ଚମୀ ପ୍ରାତଃ ଘ୦୬/୦୫ ଗତେ ଷଷ୍ଠୀ,ନକ୍ଷତ୍ର-ମୂଳା ଦିବା ଘ୦୨/୧୩ ଗତେ ପୂର୍ବାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧ ୨/୧୫,ଯୋଗିନୀ  ଦକ୍ଷିଣେ;ପ୍ରାତଃ ଘ୦୬/୦୫ ଗତେ ପଶ୍ଚିମେ,ତୁଳା ଓ କୁମ୍ଭ ରାଶିର ଘତଚନ୍ଦ୍ର,ମିଥୁନ ରାଶିରଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୨ ମଧ୍ୟେ, ବାରବେଳା- ଦିବା ଘ୦୨/୨୨ ଗତେ ଘ୦୪/୪୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ମଧ୍ୟେ ଓ   ଘ୦୯/୦୦ ଗତେ ଘ ୧୧/୨୫ ମଧ୍ୟେ ଓ […]

ବାତ୍ୟାପାଇଁ ୭ଜିଲ୍ଲାରେ ଛୁଟିବାତିଲ୍‌ !

ଭୁବନେଶ୍ଵର,୨୬।୧୦(ଏସଏସନିଉଜ)ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି।ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି।ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ।ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ ହୋଇଥିବା ବେଳେ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ରହିଛି।କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା କରାଯାଇଛି।ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ।କୋରାପୁଟରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି […]

ଆଜିଠୁ ଭାରତ ଚୀନ୍ ବିମାନସେବା

ଭୁବନେଶ୍ଵର,୨୬।୧୦(ଏସଏସନିଉଜ)ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା।କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ।ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ ହେବାକୁ ଯାଉଛି।ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ ହେବ।ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା।

ମହିଳାଙ୍କୁ ଚାପିଦେଲା ବାଲିବୋଝେଇ ହାଇୱା

କଟକ,୨୫।୧୦(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧୀନସ୍ଥ ଏକ ମସଲା କମ୍ପାନୀ ସାମ୍ନାରେ ବାଲି ବୋଝେଇ ହାଇୱା ଧକ୍କାରେ ଏକ ବାଇକଚାଲକ ଗୁରୁତର ଆହତ ହୋଇଥିବା ବେଳେ ବାଇକରେ ବସିଥିବା ଯୁବତୀଙ୍କର ମୃତ୍ୟୁ ଘଟିଛି।ଦୁର୍ଘଟଣାପରେହାଇୱା ଚାଲକ ଫେରାର ହୋଇଯାଇଛି।ପୋଲିସ ଖବରପାଇ ବାଇକ୍ ଚାଲକ ଓ ଯୁବତୀଙ୍କୁ ଉଧାର କରି ଡାକ୍ତରଖାନାକୁ ପଠାଇଛି।ଘଟଣାପରେ ଉତ୍ୟକ୍ତ ଲୋକମାନେ ରାସ୍ତାରେ ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ କରିବାରୁ ବାରଙ୍ଗ-ବାଙ୍କୀ ରାସ୍ତାରେ ଯାତାୟାତ ରାତି ୭ରୁ୯ ଟା ପର୍ଯ୍ୟନ୍ତ ୨ଘଣ୍ଟାପାଇ ବାଧାପ୍ରାପ୍ତ ହୋଇଥିଲା।ପରେ ପୋଲିସ ବୁଝାସୁଝା କରିବା ସହ […]