କଟକ,୨୫।୧୦(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧୀନସ୍ଥ ଏକ ମସଲା କମ୍ପାନୀ ସାମ୍ନାରେ ବାଲି ବୋଝେଇ ହାଇୱା ଧକ୍କାରେ ଏକ ବାଇକଚାଲକ ଗୁରୁତର ଆହତ ହୋଇଥିବା ବେଳେ ବାଇକରେ ବସିଥିବା ଯୁବତୀଙ୍କର ମୃତ୍ୟୁ ଘଟିଛି।ଦୁର୍ଘଟଣାପରେହାଇୱା ଚାଲକ ଫେରାର ହୋଇଯାଇଛି।ପୋଲିସ ଖବରପାଇ ବାଇକ୍ ଚାଲକ ଓ ଯୁବତୀଙ୍କୁ ଉଧାର କରି ଡାକ୍ତରଖାନାକୁ ପଠାଇଛି।ଘଟଣାପରେ ଉତ୍ୟକ୍ତ ଲୋକମାନେ ରାସ୍ତାରେ ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ କରିବାରୁ ବାରଙ୍ଗ-ବାଙ୍କୀ ରାସ୍ତାରେ ଯାତାୟାତ ରାତି ୭ରୁ୯ ଟା ପର୍ଯ୍ୟନ୍ତ ୨ଘଣ୍ଟାପାଇ ବାଧାପ୍ରାପ୍ତ ହୋଇଥିଲା।ପରେ ପୋଲିସ ବୁଝାସୁଝା କରିବା ସହ ବାରଙ୍ଗ ବାଙ୍କୀ ରାସ୍ତାରେ ହମ୍ପସ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଲୋକମାନେ ହଟିଥିଲେ।
ପ୍ରକାଶଯେ,ଶନିବାର ରାତିରେଓଡ଼ି ୦୫ଏଜେଡ ୩୧୩୨ନମ୍ୱର ବାଲି ବୋଝେଇ ହଇୱାଟି ବାଙ୍କୀ କାଳୀକାପ୍ରସା ଦ ରୁ ବାଲିନେଇ ଦୃତଗତୀରେ ଗୋଡିସାହି ଆଡ଼କୁ ଆସୁଥିଲା।ଏହି ସମୟରେ କେଉଁଝର ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ବାଙ୍କୀରୁ ମାଚର୍ଚ୍ଚିକାଙ୍କ ଦର୍ଶନ ସାରି ବାରଙ୍ଗପଟକୁ ଓଡି ୦୫ବିୟୁ ୪୮୬୩ନମ୍ୱର ବାଇକ ଯୋଗେ ଫେରୁଥିଲେ।ଗୋଡିସାହି ପାଖ ଏକ ମସଲା କମ୍ପାନୀ ସାମ୍ନାରେ ବାଇକଟି ହାଇୱାକୁ ଓଭରଟେକ୍ କରି ଆସୁଥିଲା।ଏହିସମୟରେ ଏକ ଷଣ୍ଢ ବାଇକ୍ ଆଗକୁ ଆସିଯିବାରୁ ବାଇକଟିକୁ ପଛପଟରୁ ଦୃତଗତିରେ ଆସୁଥିବା ହାଇୱାଟି ଧକା ଦେଇଥିଲା।ଫଳରେ ବାଇକଚାଳକ ଓ ବାଇକରେ ବସିଥିବା ଯୁବତୀ ବାଇକରୁ ଛିଟିକିପଡି ତଳେ ପଡ଼ିଯାଇଥିବା ବେଳେ ଯୁବତୀଜଣଙ୍କ ହାଇୱାର ପଛଚକ ତଳକୁ ପଳାଇ ଆସିଥିଲେ।ଯାହାଫଳରେ ଯୁବତୀଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ବାଇକଚାଲକ ଗୁରୁତର ଆହତ ହୋଇଥିଲେ।
ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ବାଇକଚାଲକ ଓ ଯୁବତୀକୁ ଡାକ୍ତରଖାନାକୁ ପଠାଇଥିଲେ।ଦୁର୍ଘଟଣାପରେ ହଇୱା ଚାଲକ ଫେରାର ହୋଇଯାଇଥିଲେ।ଉତ୍ୟକ୍ତ ଲୋକମାନେ ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରିବାରୁ ବାରଙ୍ଗ-ବାଙ୍କୀ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା।ମୁଖ୍ୟମନ୍ତ୍ରୀଙ୍କ ବାଙ୍କୀ ଗ୍ରସ୍ତ ସମୟରେ ରାସ୍ତାରେ କଟାଯାଇଥିବା ହମ୍ପସକୁ ପୁନ ନିର୍ମାଣ ଦାବିନେଇ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ।ବାରଙ୍ଗଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ସଦଳବଳେ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝାକରି ପୁନର୍ବାର ହମ୍ପସ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେବାରୁ ୨ଘଣ୍ଟାପରେ ରାସ୍ତା ଉପରୁ ଲୋକମାନେ ଉଠିଥିଲା।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)