Browsing daily archive

January 24, 2026

ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ଵର,୨୪।୧(ଏସଏସନିଉଜ)ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ହେବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।ଜନଗଣନା ପାଇଁ ଆଗୁଆ ପଞ୍ଚାୟତନିର୍ବାଚନ ହେବାର ସମ୍ଭାବନା ରହିଛି।ନିର୍ଦ୍ଧାରିତ ସମୟର ୨ରୁ ୩ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ।ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଟାସ୍କଦେଲେ ରାଜ୍ୟସଭାପତି ସାମଲ।୬ ମାସ ଭିତରେ ଅଧୁରାକାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

T20 ବିଶ୍ବକପ୍‌ରୁ ବାଂଲାଦେଶ ଆଉଟ୍‌

ଭୁବନେଶ୍ଵର,୨୪।୧(ଏସଏସନିଉଜ)T20 ବିଶ୍ବକପ୍‌ରୁ ବିଧିବଦ୍ଧ ଭାବେ ବାଂଲାଦେଶ ଆଉଟ୍‌ ହୋଇଛି।ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC।ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ଜିଦ୍‌ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T20 ବିଶ୍ବକପ୍‌।

ରାଜଧାନୀ ଧକ୍କାରେ ଚାଲିଗଲା ଜୀବନ

କଟକ,୨୩।୧(ଏସଏସନିଉଜ)ଶୁକ୍ରବାର ରାତିରେ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ବାରଙ୍ଗ ଥାନା ଅଧୀନସ୍ଥ ଶ୍ରିବନ୍ତପୂର ଗ୍ରାମର ଅଭିଷେକ ଜେନା(୩୫)।ଆଜି ରାତିରେ ଅଭିଷେକ ଘରୁ ପଳାଇ ଆସି ରେଳ ଧାରଣା ଉପରକୁ ଚଢ଼ି ଯାଇଥିଲେ।କଣ୍ଟାପାଟଣା ଗାଁ ମୁଣ୍ଡ ରେଳ ଧାରଣା ଉପରକୁ ଚଢିବା ବେଳେସେହି ସମୟରେ ବାରଙ୍ଗ ପଟକୁ ଆସୁଥିବା ରାଜଧାନୀ ଏକ୍ସପ୍ରେସଆଗକୁ ପଳାଇ ଆସିଥିଲେ।ଯାହାଫଳରେ ଟ୍ରେନ ଧକ୍କାରେ ଅଭିଷେକଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ବାରଙ୍ଗ ଜିଆରପି ଫାଣ୍ଡିର ଏଏସଆଇ ପରମାନନ୍ଦ ବେହେରା ସଦଳ […]