Browsing daily archive

May 29, 2026

ଅଧିନାୟକ ପଦରୁ ଓହରିଲେ ପନ୍ତ

ଭୁବନେଶ୍ୱର,୨୯।୫(ଏସଏସନିଉଜ)ଆଇପିଏଲ୍‌ରେ ଅଧିନାୟକ ପଦରୁ ଓହରିଲେ ରିଷଭ ପନ୍ତ।ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡ଼ିଲେ ପନ୍ତ।ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।୧୪ ମ୍ୟାଚର ୧୩ ଇନିଂସରେ ମାତ୍ର ୩୧୨ ରନ ସ୍କୋର କରିଥିଲେ ପନ୍ତ।୨୦୨୫ ଅକ୍ସନରେ ଆଇପିଏଲ ଇତିହାସର ମହଙ୍ଗା ଖେଳାଳି ଥିଲେ ପନ୍ତ।୨୭ କୋଟି ଟଙ୍କାରେ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।

ଥାନାରେ ନିର୍ଯାତନା ଦିଆଯାଇନି- କଟକ ଡିସିପି

କଟକ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ରାକେଶ ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି ବୋଲି କହିଲେ କଟକ ଡିସିପି।ଥାନାରେ କୌଣସି ନିର୍ଯାତନା ଦିଆଯାଇନି।ରାକେଶ ଏକାଧିକ ରୋଗରେ ପୀଡ଼ିତ ରହିଛି।କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଅଛନ୍ତି ରାକେଶ।ଥାନା ପରିସରରେ ନିର୍ଯାତନାର କୌଣସି ପ୍ରମାଣ ମିଳିନାହିଁ।ଥାନା ପରିସରରେ ଥିବା ସିସିଟିଭି ଯାଞ୍ଚକରାଯିବ ବୋଲି କହିଛନ୍ତି କଟକ ଡିସିପି।ଥାନାକୁ ଡକାଯିବାର ୨୪ଘଣ୍ଟା ପରେ ଆମେ ଛାଡ଼ି ଦେଇଥିଲୁ। ଗଳିତ ମୃତଦେହ ଚିହ୍ନଟ ପାଇଁ ଥାନାକୁ ଡାକିଥିଲୁ, ସେହିଦିନ […]

ଆଜିର ରାଶିଫଳ

ମଇମାସ ୩୦ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠ ମାସ(ମଳ)-ଶୁକ୍ଳପକ୍ଷ, ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୫୩ଗତେ ପୂର୍ଣ୍ଣିମା,ନକ୍ଷତ୍ର-ବିଶାଖା ଦିବା ଘ୦୧/୫୮ଗତେ ଅନୁରାଧା,ଚନ୍ଦ୍ର-ତୁଳା ଦିବା ଘ୦୭/୧୪ଗତେ ବିଛା, ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୩,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୮/୧୭, ଯୋଗିନୀ ପଶ୍ଚିମେ ଦିବା ଘ୧୧/୫୩ଗତେ ବାୟବ୍ୟେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପୂର୍ଣ୍ଣିମାର ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵୀପ।ଦ ଦିବା ଘ୦୧/୫୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୪୮ମଧ୍ୟେ ଓ ଦିବା ଘ୦୪/୪୦ ଗତେ ଘ୦୬/୧୮ମଧ୍ୟେ,ବାରବେଳା-ଦିବା ଘ୦୧/୨୫ଗତେ ଘ୦୩/୦୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୪ଗତେ ଘ୦୪/୩୯ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୭/୫୪ମଧ୍ୟେ ଓ ଘ୧୧/୫୨ ଗତେ ଘ୦୨/୧୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ରଜରାସ୍ତାରେ ଚଣ୍ଡୀପ୍ରସାଦ ଗ୍ରାମବାସି

ବାରଙ୍ଗ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା(ମୁନା) ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାକୁ ନେଇ ଉତ୍ତେଜନା କମି ନଥିବାବେଳେ ଶୁକ୍ରବାର ଦିନ ରାକେଶକୁ ଡ଼ାକ୍ତରଖାନାରୁ କେଉଁଆଡେ ପୋଲିସ ଲୁଚାଇଦେଇଥିବାର ପରିବାର ପକ୍ଷରୁ କୁହାଯିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଚଣ୍ଡୀ ପ୍ରସାଦ ଗ୍ରାମବାସୀମାନେ ଉତେଜିତ ହୋଇ ଶୁକ୍ରବାର ଦିହିପହର ସମୟରେ ବନ୍ଦ ଥିବା ବାରଙ୍ଗଥାନା ଫାଟକକୁ ପେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।ପୋଲିସ ବିରୋଧ କରିବାରୁ ଉତ୍ୟକ୍ତ ଗ୍ରାମବାସୀମାନେ […]