ବାରଙ୍ଗ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା(ମୁନା) ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାକୁ ନେଇ ଉତ୍ତେଜନା କମି ନଥିବାବେଳେ ଶୁକ୍ରବାର ଦିନ ରାକେଶକୁ ଡ଼ାକ୍ତରଖାନାରୁ କେଉଁଆଡେ ପୋଲିସ ଲୁଚାଇଦେଇଥିବାର ପରିବାର ପକ୍ଷରୁ କୁହାଯିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଚଣ୍ଡୀ ପ୍ରସାଦ ଗ୍ରାମବାସୀମାନେ ଉତେଜିତ ହୋଇ ଶୁକ୍ରବାର ଦିହିପହର ସମୟରେ ବନ୍ଦ ଥିବା ବାରଙ୍ଗଥାନା ଫାଟକକୁ ପେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।ପୋଲିସ ବିରୋଧ କରିବାରୁ ଉତ୍ୟକ୍ତ ଗ୍ରାମବାସୀମାନେ ବାରଙ୍ଗ କଟକ ରାସ୍ତା ଅବରୋଧ କରିଛନ୍ତି।