Browsing daily archive

July 4, 2026

ଆଜିର ରାଶିଫଳ

ଜୁଲାଇମାସ ୦୫ତାରିଖ ୨୦୨୬ମସିହା(ରବିବାର)ଆଷାଢ଼ମାସ-କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୦୧/୨୪ ଗତେ ଷଷ୍ଠୀ ,ନକ୍ଷତ୍ର-ଶତଭିଶା ଦିବା ଘ ୦୩/୪୭ଗତେ ପୂର୍ବଭ।ଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୯ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୬/୪୯ ,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୨୪ଗତେ ପଶ୍ଚିମେ ,ମେଷ ରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ ,ମୃତେ ଏକପାଦ ଓ ଦିବା ଘ୦୩/୪୭ଗତେ ଦ୍ଵୀ ପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୩୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୧ଗତେ ଘ୦୯/୧୫ […]

ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ବର,୪।୭(ଏସଏସନିଉଜ)୨୪ ଘଣ୍ଟା ପାଇଁ ରାଜ୍ୟର ୫ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବା ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ସେଗୁଡିକ ହେଲା କନ୍ଧମାଳ, ବୌଦ୍ଧ,ଅନୁଗୁଳ,ସୋନପୁର ଓ ସମ୍ବଲପୁର ଜିଲ୍ଲା।ତେବେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଝାରସୁଗୁଡ଼ା,ଦେଓଗଡ଼ ,ସୁନ୍ଦରଗଡ଼,କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ୱର […]

୨୦ରୁ ସଂସଦର ମୌସୁମୀ ଅଧିବେଶନ

ଭୁବନେଶ୍ବର,୪।୭(ଏସଏସନିଉଜ)ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଚାଲିବ। ଅଗଷ୍ଟ ୧୩ ଯାଏ ଏହା ଚାଲିବ।ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଙ୍କ ସୂଚନା ଦେଇଛନ୍ତି। ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ। ମୋଟ୍ ୨୦ଟି କାର୍ଯ୍ୟଦିବସ।

IICଙ୍କ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ:-ସିପ

ଭୁବନେଶ୍ବର,୪।୭(ଏସଏସନିଉଜ)IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ସିପିଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି।ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ ହୁଏନି।କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଅନୁଧ୍ୟାନ କରିବୁ।କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ବାର୍ଟର୍ସ ଥିଲେ।ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍‌ ଉଠାଇ ନଥିଲେ।ତେଣୁ କାଲି ରାତିରେ ସେ ଖାଇ ନଥିଲେ- ଏସ୍‌. ଦେବଦତ୍ତ ସିଂ।ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ।କେବେ […]

ସ୍ଥଗିତ ହେଲା ଡାକ୍ତର ଆନ୍ଦୋଳନ

ଭୁବନେଶ୍ବର,୪।୭(ଏସଏସନିଉଜ)ଡାକ୍ତର ଆନ୍ଦୋଳନ ସ୍ଥଗିତ ହେଲା। ଓମସା ସହ ଆଲୋଚନା ପରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜିଠୁ କାମରେ ଯୋଗ ଦେବେ ଡାକ୍ତର। ଓମସାର ଦାବି ନେଇ ବିଚାର କରିବ ଉଚ୍ଚସ୍ତରୀୟ କମିଟି। ଆସନ୍ତା ୨୨ରେ ବସିବା ପ୍ରଥମ କମିଟି ବୈଠକ। ଆଲୋଚନାରେ ଓମସା ପ୍ରତିନିଧିଙ୍କ ସହ ଜିଏ,ଅର୍ଥ, ସ୍ୱାସ୍ଥ୍ୟ ଓ ଆଇନ ସଚିବ ଥିଲେ ଉପସ୍ଥିତ ଥିଲେ।

ମୁକୁଳା ଡ୍ରେନ୍‌ରେ ଭାସି ଗଲେ

ଭୁବନେଶ୍ବର,୪।୭(ଏସଏସନିଉଜ)ମୁକୁଳାଡ୍ରେନ୍‌ରେ ଭାସି ଜଣେ ନିଖୋଜ ହୋଇଛନ୍ତି।ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ଭାସି ଜଣେ ନିଖୋଜ ହୋଇଛନ୍ତି।ବାଣୀବିହାର ପାଖରେ ଡ୍ରେନ୍‌ରେ ଭାସି ନିଖୋଜ ସୂଚନା ମିଳିଛି।ପଥରବନ୍ଧ ବସ୍ତି ଅଞ୍ଚଳର ଅନିଲ ସିଂ ନିଖୋଜ ବୋଲି ସୂଚନା ମିଳିଛି।ନିଖୋଜ ବ୍ୟକ୍ତିଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି ଜାରି ରହିଛି।

ଗୋଷ୍ଠୀ ସଂଘର୍ଷ ,୧୦ ଗିରଫ

ଭୁବନେଶ୍ବର,୪।୭(ଏସଏସନିଉଜ)ଭୁବନେଶ୍ୱର ବୁଦ୍ଧ ବିହାର କଲୋନୀରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ପୋଲିସ।ସଂପୃକ୍ତି ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖର ପୋଲିସ।ଅଭିଯୁକ୍ତଙ୍କ ପାଖରୁ ଖଣ୍ଡା, କଟୁରୀ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।ସାଲିଆ ସାହି-ସୁନ୍ଦରପଦା ଅଞ୍ଚଳ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

କ୍ୱାର୍ଟର୍ସରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ

କଟକ,୪।୭(ଏସଏସନିଉଜ)କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିଉଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ବିଉଟି ମହାନ୍ତି ଚାଉଳିଆଗଞ୍ଜ ଆଇଆଇସି ଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ରହୁଥିବା ବେଳେ ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି।