ଆଜିର ରାଶିଫଳ
ଜୁଲାଇମାସ ୨୧ତାରିଖ ୨୦୨୬ମସିହା(ମଙ୍ଗଳବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରିଘ୦୪/୩୫ଗତେ ନବମୀ,ନକ୍ଷତ୍ର-ଚିତ୍ରା ରାତ୍ରିଘ୦୮/୫୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୩୦,ଯୋଗିନୀ ଐଶ।ନ୍ୟେ ରାତ୍ରିଘ୦୪/୩୫ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୧୦ ମଧ୍ୟେ,ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୧ଗତେ ଘ୧୦/୧୦ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୯/୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ।କର୍ମକ୍ଷେତ୍ରରେ ଅବହେଳିତକାର୍ଯ୍ୟ ସକାଶେ ଅନୁତାପକରିବେ।ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟ କଲେ […]