ଜୁଲାଇମାସ ୨୧ତାରିଖ ୨୦୨୬ମସିହା(ମଙ୍ଗଳବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରିଘ୦୪/୩୫ଗତେ ନବମୀ,ନକ୍ଷତ୍ର-ଚିତ୍ରା ରାତ୍ରିଘ୦୮/୫୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୩୦,ଯୋଗିନୀ ଐଶ।ନ୍ୟେ ରାତ୍ରିଘ୦୪/୩୫ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୧୦ ମଧ୍ୟେ,ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୧ଗତେ ଘ୧୦/୧୦ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୯/୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ।
ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ।କର୍ମକ୍ଷେତ୍ରରେ ଅବହେଳିତକାର୍ଯ୍ୟ ସକାଶେ ଅନୁତାପକରିବେ।ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟହରା ନହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ,ସାମାଜିକସ୍ତରରେ ପ୍ରତିଷ୍ଠାଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦବୃଦ୍ଧିର ସମ୍ଭାବନା ରହିଛି।କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକକ୍ଷେତ୍ରରେ ବ୍ୟତିକ୍ରମ ଲାଗିରହିଥିଲେ ମଧ୍ୟ ମନକଥା ମନରେମାରି ଚଳିବାକୁ ବାଧ୍ୟହେବେ।ଆର୍ଥିକସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି।ବ୍ୟବସାୟକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି,ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥସମ୍ପର୍କିତ ସମସ୍ୟା ସୃଷ୍ଟିହେବ।ନିଜ ନିଜର ଫାଇଦା ହାସଲପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି ।ସ୍ବାସ୍ଥ୍ୟସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣହେବ।କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ।ପ୍ରତ୍ୟେକକ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ଙ୍କଠାରୁ ଦୂରେଇ ରହିବା ଭଲ।କନ୍ୟା-ଆଜି ବାଣିଜ୍ୟ,ବ୍ୟବସାୟ,ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ।କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେନାହିଁ।ବ୍ୟବସାୟିକକ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା,ସମ୍ପର୍କ ଓ ଆଲୋଚନାକ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି।ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ,ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତାକ୍ଷେତ୍ରରେ ବେଶ୍ ଆଦୃତ ହେବେ।
ବିଛା-ପାରିବାରିକସମସ୍ୟା ମାନସିକସ୍ଥିତିକୁ କଳୁଷିତ କରିପାରେ। କୌଣସି କାର୍ଯ୍ୟସମ୍ପନ୍ନ କରିବାକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ।କର୍ମକ୍ଷେତ୍ରରେ ଶତ୍ରୁଉପଦ୍ରବ କ୍ରମଶଃ ହ୍ରାସପାଇବାର ଅନୁଭବକରିବେ।ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକଅସ୍ଥିରତା ଲାଗିରହିବ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।ଜମିଜମା କାରଣକୁନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକସମସ୍ୟା ପୂର୍ବପରି ରହିବାହେତୁ ସାମୟିକଚିନ୍ତା କରିବେ।ହାତକୁ ନେଇଥିବା ନୂତନଯୋଜନାଟିକୁ କାର୍ଯ୍ୟକାରୀ କରିବାପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁକାମରେ ହାତଦେବେ ସେଥିରେ ନିଶ୍ଚିତ ସଫଳତାପାଇବେ।କର୍ମକ୍ଷେତ୍ରରେ ହାତପାହାନ୍ତାକୁ ସୁଯୋଗ ଆସିଯିବାହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ।ଯାନ୍ତ୍ରିକତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ରପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ,ପରିବହନକ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେଉନ୍ନତି ପରିଲକ୍ଷିତହେବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ।ଆଜିସଭାସମିତି,ସତ୍ସଙ୍ଗ,ଆଧ୍ୟାତ୍ମିକତା,ରାଜନୀତି,ପ୍ରଶାସନପାଇଁ ଭଲ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।