କାଲିଠୁ ୬ ଯାଏଁ ପୁଣି ବର୍ଷିବ
ଭୁବନେଶ୍ୱର,୧।୮(ଏସଏସନିଉଜ)ଓଡ଼ିଶା ଉପରୁ ଲଘୁଚାପ ପ୍ରଭାବ ଅପସରି ଯାଇଥିବାସତ୍ତ୍ଵେ ବର୍ଷା ହେବ।ରାଜ୍ୟର କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମବର୍ଷା ସମ୍ଭାବନା ରହିଛି।କାଲିଠାରୁ ୬ତାରିଖ ପୁଣି ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା ଦେଖାଦେଇଛି।ଆସନ୍ତା ୨୪ଘଣ୍ଟାପାଇଁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଗଜପତି,ନୟାଗଡ଼,କନ୍ଧମାଳ,ଖୋର୍ଦ୍ଧା,ପୁରୀକୁ ୟେଲୋୱାର୍ଣ୍ଣିଂ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ଯାଜପୁର,ଭଦ୍ରକକୁ ୟେଲୋୱାର୍ଣ୍ଣିଂ ଓ ବାଲେଶ୍ୱର,ବୌଦ୍ଧ,ଅନୁଗୋଳ,ଢେଙ୍କାନାଳ, ମୟୂରଭଞ୍ଜ,କେନ୍ଦୁଝରକୁ ୱାର୍ଣ୍ଣିଂ ଦିଆଯାଇଛି।ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦କିମି ଝଟ୍କା ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗବିଭାଗ ଆକଳନ କରିଛି।