ଆଜିର ରାଶିଫଳ

କଖାରୁମଞ୍ଜି(Pumpkin Seeds)ଖାଇବାର ୪ ଉପକାରିତା.

୨୦୨୬ମସିହା,ଅଗଷ୍ଟମାସ,୨ତାରିଖ,ରବିବାର,ବିବିଧ-ଦିବା ଘ୩/୫୩ମି ମଧ୍ୟେ ଶରଣ ପଞ୍ଚକଶେଷ,ଋତୁ-ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୧୮,🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୨୪, ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଚତୁର୍ଥୀ ରାତ୍ରି ଘ୧୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧ମିପରେ ଦକ୍ଷିଣଦିଗରେ,ରିକ୍ତାତିଥି,ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୩/୫୩ମିପରେ ମେଷ,ବୃଷ,ମିଥୁନ, କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ଦିବା ଘ୩/୫୩ମିପରେ ଧନୁରାଶିର ଘାତଚନ୍ଦ୍ର,ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୫ମିପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳକ (ମୂଳା)ରାତ୍ରିଘ୧୧/୧ମିପରେ ବିଲ୍ବ(ବେଲ)ଭକ୍ଷଣନିଷେଧ,ଅଶୁଭବେଳା-(ବାର ଓ କାଳବେଳା)ଦିବାଘ୧୦/୧୫ମି ରୁ ଘ୧/୨୮ମିପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧/୧୬ମିରୁ ଘ୨/୪୪ମିପର୍ଯ୍ୟନ୍ତ,ଶୁଭବେଳା-(ଅମୃତବେଳା) ପ୍ରାତଃ ଘ୬/୧୬ମିରୁ ଘ୮/୨୮ମିମଧ୍ୟେ,ରାତ୍ରି ଘ୭/୫୧ମିରୁ ଘ୯/୨୭ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ସୂର୍ଯ୍ୟୋଦୟରୁ ପ୍ରାତଃ ଘ୬/୧୫ମିମଧ୍ୟେ,ଘ୧୨/ ୪୧ମି ରୁ ଘ୧/୨୯ମିମଧ୍ୟେ,ରାତ୍ରି ଘ୭/୩ମି ରୁ ଘ୭/୫୧ମିମଧ୍ୟେ,ଘ୧୨/୩୯ମି ରୁ ଘ୩/୫୧ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ୨ପାଦବାର ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ । ଭୂମି ଓ ତିଳସୁବର୍ଣ୍ଣ ଦାନ ଏବଂ ରାତ୍ରି ଘ୧୦/୫ମିପରେ ୧ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ-କନ୍ୟାର ରାତ୍ରି ଘ୧୦/୫ମି ମଧ୍ୟେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା।ପୀତବସ୍ତ୍ର, ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ସର୍ବସମ୍ପନ୍ନା ।ରାତ୍ର ଘ୧୧/୧ମିପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ(ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଏବଂ ତାପରେ ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ-ନାହିଁ ।
🐐ମେଷ👉ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ।ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକକାମରେ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ୟବସାୟ, ସଭାସମିତି,ଧର୍ମାନୁଷ୍ଠାନଦିଗରୁ ଉଚ୍ଚବର୍ଗର ବ୍ୟକ୍ତିଙ୍କଠାରୁ ପ୍ରେରଣା ଲାଭ କରିବେ।
🐂ବୃଷ👉ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପାରିବାରିକସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନଘଟିବ। ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ କାମଗୁଡ଼ିକ ସମ୍ପନ୍ନହେବା କଷ୍ଟକର ହୋଇପାରେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚାପ୍ରତି ମନ ବଳିପାରେ।
👩‍❤️‍👨 ମିଥୁନ👉କର୍ମକ୍ଷେତ୍ରର କୌଣସି ବ୍ୟତିକ୍ରମକୁ ନେଇ କୈଫିୟତ୍‌ ଦେବାକୁ ପଡ଼ିପାରେ।ବନ୍ଧୁ ଗହଣରେ ସାଧାରଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାକାରଣରୁ ସାମୟିକଆଶ୍ୱସ୍ତି ଅନୁଭବ କରିବେ।କାର୍ଯ୍ୟବ୍ୟସ୍ତତା ବୃଦ୍ଧିପାଇବା କାରଣରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
🦀କର୍କଟ👉କ୍ରନିକ୍‌ ରୋଗରେ ପୀଡ଼ା,ବନ୍ଧୁଙ୍କ ପକ୍ଷପାତିତା ଏବଂ ଋଣ ପରିଶୋଧଜନିତ ଦୁଶ୍ଚିନ୍ତା ଲାଗି ରହିବ।ପରିବାରରେ ସ୍ବାସ୍ଥ୍ୟହାନି ସମ୍ପର୍କୀୟ ଆଲୋଚନା କରିପାରନ୍ତି।ପଡ଼ୋଶୀଙ୍କପ୍ରେରଣାରେ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନବଳାଇବେ।ଉପରିସ୍ଥଙ୍କ ଅନୁକମ୍ପାରୁ ସୁଯୋଗର ସଦ୍‌ ବ୍ୟବହାର କରି ଖୁସି ରହିପାରନ୍ତି।
🦁 ସିଂହ👉ଆଲୋଚନାରେ ବିଫଳତା ସାଙ୍ଗକୁ ସମ୍ପର୍କହାନିଜନିତ ମାନସିକ ଅସ୍ଥିରତା ସୃଷ୍ଟିହେବ।କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ବନ୍ଧୁଙ୍କଦୋଷ,ଦୁର୍ବଳତାକୁ ଘୋଡ଼ାଇବାକୁଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‌ ଦେବାକୁ ପଡ଼ିପାରେ।ପରୋକ୍ଷଶତ୍ରୁତା କାରଣରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ।
🧕କନ୍ୟା👉ପରିସ୍ଥିତି ଜଟିଳରହିଥିଲେ ମଧ୍ୟ ଆପଣଙ୍କ ଯୁକ୍ତିଯୁକ୍ତ କଥାବାର୍ତ୍ତାକୁ କେହି ଅସ୍ବୀକାର କରିପାରିବେନାହିଁ।ବହୁତ ଦିନରୁ ବାକି ରଖିଥିବା ଲୋକଟି ହଠାତ୍‌ ନିଜେ ଆସି ଟଙ୍କାଦେଇଯିବାର ସୂଚନା ପାଇବେ।ପାରିବାରିକ ଅସ୍ଥିରତା ଲାଗି ରହିଲେମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହୋଇପାରନ୍ତି।
⚖️ତୁଳା👉ବିଗତ ଦିନର ସମସ୍ୟା ସମାଧାନଲାଗି କଷ୍ଟ ସ୍ୱୀକାର କରିବେ। ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରେ କୃତିତ୍ୱର ପ୍ରଶଂସା ସାଙ୍ଗକୁ ସାମାଜିକସ୍ତରରେ ସମ୍ମାନ ଲାଭ କରିବେ।ବନ୍ଧୁଙ୍କ ସହିତ ଆଜିରଯାତ୍ରା,ବାଣିଜ୍ୟକ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି।ଆନୁଷ୍ଠାନିକଉତ୍ସବ ପ୍ରସ୍ତୁତି କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କଲେ ଭଲ ହେବ।
🦂ବିଛା👉ମାନସିକସ୍ତରରେ ପରିବର୍ତ୍ତନ ଅନୁଭବ କରିବା ସାଙ୍ଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।ଭଲସମ୍ପର୍କଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ ଦୂରେଇଯାଇପାରେ।ପରିବାରରେ ଭୁଲ୍‌ ବୁଝାମଣାରୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି।ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
🏹ଧନୁ👉ପାରିବାରିକକ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହି ନ ପାରେ। ନୂତନ କର୍ମସଂସ୍ଥାନପାଇଁ ମନ ବଳିବ ଏବଂ ତଦନୁଯାୟୀ କାମକଲେ ଉପକୃତ ହେବେ। ସନ୍ତାନଙ୍କ ଉଚ୍ଚଶିକ୍ଷା ସକାଶେ ବନ୍ଧୁଙ୍କପରାମର୍ଶକୁ ଅଗ୍ରାଧିକାର ଦେଇପାରନ୍ତି।ସାମାଜିକ ତଥା ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକଙ୍କର ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
🐊ମକର👉ଆଜି କୌଣସି କାମ ନଅଟକିଲେ ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହେବା କଷ୍ଟକରହେବ।ପାରିବାରିକସ୍ଥିତିରେ ଉନ୍ନତି ଘଟିବାର କ୍ଷୀଣ ଆଶା ମନକୁ ଚହଲାଇ ଦେଇପାରେ।ପିଲାଙ୍କ ସ୍ବାସ୍ଥ୍ୟ,ଶିକ୍ଷା,ସ୍ବଭାବ ଓ ଆଚରଣକୁ ନେଇ ମାନସିକ ସ୍ଥିତି ବିପନ୍ନହେବ।ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ।
🏺କୁମ୍ଭ👉ମାନସିକସ୍ଥିତି ପୂର୍ବପରି ରହିଲେ ମଧ୍ୟ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକାନ୍ତରହିପାରେ।ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ପାଇ ଅନ୍ୟମାନଙ୍କ ସହ ତର୍କ କରିପାରନ୍ତି।ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ହେବ।ଅନ୍ୟମାନଙ୍କ କଥାରେପଡ଼ି ନିଜକାମ ଛାଡ଼ି ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
🐟ମୀନ👉ଦୂରଯାତ୍ରା,ବନ୍ଧୁଙ୍କ ନିମନ୍ତ୍ରଣ,ମୂଲ୍ୟବାନ୍‌ ଦ୍ରବ୍ୟକ୍ରୟ ଦିଗରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।ବନ୍ଧୁଙ୍କ ଆହ୍ବାନକ୍ରମେ ବିଦେଶଯାତ୍ରାର ଯୋଜନା ପ୍ରସ୍ତୁତ କରିପାରନ୍ତି।ପାରିବାରିକ ସମର୍ଥନହେତୁ ନୂତନକାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟହେବେ।କର୍ମକ୍ଷେତ୍ରରେ କିମ୍ବା ସାମାଜିକସ୍ତରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ।
🕉️ନୀତିବାଣୀ🕉️
ନିଜଉପରେ ସବୁବେଳେ ଭରସା ରଖିଥିବ,କାରଣ ଏତେବାଟ ଆସିଛ ମାନେ ନିଶ୍ଚିତ ଆଗକୁ ଯାଇପାରିବ।ସଫଳତା ନିଶ୍ଚିତ ଭାବରେପାଇବ।
ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବାଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।
ମାଟିପଥର କାଠ ବା ଧାତୁରେମୁର୍ତ୍ତି ତିଆରି ହୋଇପାରେ ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ ଆତ୍ମାରଶ୍ରଦ୍ଧା ସବୁଠାରୁ ବଡପୂଜା।ବିଷୟ ବାସନାଭୋଗ ଲାଳସା ସବୁଅଧର୍ମର ମୂଳବୀଜ ଏସବୁଠାରୁ ନିଜକୁ ଦୂରେଇରଖିବା ବିଜ୍ଞତାର ପରିଚୟ।
କଖାରୁମଞ୍ଜି(Pumpkin Seeds)ଖାଇବାର ୪ଟିପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା..
🌱 ୧.ହୃଦୟକୁ ସୁସ୍ଥ ରଖେ
● ମ୍ୟାଗ୍ନେସିୟମ୍:-ରକ୍ତଚାପକୁ ନିୟନ୍ତ୍ରଣ ଓ ସନ୍ତୁଳିତରଖିବାରେ ସାହାଯ୍ୟ କରେ।
● ସ୍ୱାସ୍ଥ୍ୟକରଚର୍ବି:ପଲିଅନସାଚୁରେଟେଡ୍ ଫ୍ୟାଟ୍ ଖରାପ କୋଲେଷ୍ଟେରଲ୍ (LDL) କମାଇବାରେ ସହାୟକ।
🌙 ୨.ଭଲ ନିଦଆସିବାରେ ସାହାଯ୍ୟକରେ
● ଟ୍ରିପ୍ଟୋଫାନ୍:-ଏହା ଏକ ଆମିନୋଏସିଡ୍,ଯାହା ଶରୀରରେ ନିଦଆଣୁଥିବା ହର୍ମୋନ୍ ତିଆରି କରିବାରେ ସାହାଯ୍ୟ କରେ।
● ଶାନ୍ତିଦାୟକଖଣିଜ:-ମ୍ୟାଗ୍ନେସିୟମ୍ ସ୍ନାୟୁ ଓ ମାଂସପେଶୀକୁ ଆରାମଦେଇ ଭଲନିଦରେ ସହାୟକ ହୁଏ।
🛡️ ୩.ରୋଗ ପ୍ରତିରୋଧକଶକ୍ତି ବଢ଼ାଏ
● ଜିଙ୍କ୍:-ଏହା ଶରୀରର ରୋଗପ୍ରତିରୋଧକ କୋଷଗୁଡ଼ିକୁ ସଂକ୍ରମଣ ବିରୋଧରେ ଲଢ଼ିବାରେ ସାହାଯ୍ୟ କରେ।
● ଆଣ୍ଟିଅକ୍ସିଡେଣ୍ଟ (ଭିଟାମିନ୍ E):-ଶରୀରର କୋଷଗୁଡ଼ିକୁ କ୍ଷତିରୁ ସୁରକ୍ଷା କରେ।
💚 ୪.ପ୍ରୋଷ୍ଟେଟ୍ ଓ ମୂତ୍ରାଶୟର ସ୍ୱାସ୍ଥ୍ୟପାଇଁ ଉପକାରୀ
● ଜିଙ୍କ୍ ଓ ପ୍ରାକୃତିକତେଲ:-ପ୍ରୋଷ୍ଟେଟ୍ ଗ୍ରନ୍ଥିର ସ୍ୱାସ୍ଥ୍ୟ ଭଲରଖିବା ସହ ଓଜନ କମାଇବାରେ ସାହାଯ୍ୟ କରେ।
●ଆରାମ:-ବୟସ୍କ ପୁରୁଷମାନଙ୍କର ପରିସ୍ରାସମ୍ବନ୍ଧୀୟ ଅସୁବିଧା କମାଇବାରେ ସହାୟକ ହୋଇପାରେ।

Comments (0)
Add Comment