Browsing daily archive

August 25, 2026

ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୨୬ତାରିଖ,ବୁଧବାର,ଶ୍ରୀଶିବପବିତ୍ରା ରୋପଣ ଉତ୍ସବ,ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା,ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ମହମ୍ମଦ୍ ଜୟନ୍ତୀ।ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୨/୫୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୩/୫୩ ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ତ୍ରୟୋଦଶୀ ଦିବା ଘ୭/୫୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫୮ମିପରେ ପଶ୍ଚିମଦିଗରେ,ରିକ୍ତାତିଥିଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୭/୫୮ମିମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗ କରି ଯାତ୍ରାକରାଯିବ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା, ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ଘାତବାର-କର୍କଟ […]

ପୋଲିସ ଗାଡ଼ି ଭାଙ୍ଗି ଡକାୟତ ଦଳ ଫେରାର

ଜୟପୁର,୨୫।୮(ଏସଏସନିଉ ଜ)ବୋରିଗୁମ୍ମାରେ ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି।ପାଟ୍ରୋଲିଂ ବେଳେ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଚେଷ୍ଟା ବେଳେ ମୁହାଁମୁହିଁ ହୋଇଛନ୍ତି।ଗାଡ଼ି ନଅଟକାଇ ଡକାୟତ ଦଳ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡ଼ି ମଧ୍ୟ ପ୍ରାୟ ୭କିମିପର୍ଯ୍ୟନ୍ତ ପିଛା କରିଥିଲା।କମରା ଶ୍ମଶାନରାସ୍ତାରେ ଗାଡ଼ି ଅଟକାଇ ପୋଲିସକୁ ଡକାୟତଙ୍କ ଆକ୍ରମଣ କରିଥିଲେ।ପୋଲିସ ଗାଡ଼ିକୁ ଭଙ୍ଗାରୁଜାସହ ଗାଡ଼ି ଚାବି ଛଡ଼ାଇ ନେଲେ ଡକାୟତ ଦଳ।ପରେ ନିଜ ବୋଲେରୋକୁ ଛାଡ଼ି ନିକଟ ଜଙ୍ଗଲକୁ ଖସି ପଳାଇଲେ।୨୦୦ରୁଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁନେଇ ପୋଲିସର ସର୍ଚ୍ଚ ଅପରେସନ୍ […]

ଘରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ,୨୫।୮(ଏସଏସନିଉଜ)ଘରଭିତରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।କୁମ୍ଭାରପଡ଼ା ଭଡ଼ାଘର ରୋଷେଇଘରୁ ମୃତଦେହ ଉଦ୍ଧାର କଲା ପୋଲିସ।ପ୍ରବଳ ଦୁର୍ଗନ୍ଧ ହେବାରୁ ଘରମାଲିକଙ୍କ ସନ୍ଦେହ ପରେ ତଦନ୍ତ କରିଥିଲା ପୋଲିସ।ମାଆକୁ ମାରି ପୁଅ ଘରେ ପୋତି ଦେଇଥିବା ପୋଲିସର ସନ୍ଦେହ କରାଯାଉଛି।୪ମାସ ତଳେ ଉଭୟ ମାଆ,ପୁଅ ଆସି ଭଡ଼ାରେ ରହିଥିଲେ।ଫେରାର ପୁଅକୁ ଖୋଜିବାକୁ ପୋଲିସର ତନାଘନା ଆରମ୍ଭ ହୋଇଛି।

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୨୫।୮(ଏସଏସନିଉଜ)ଗୋଡିସାହିଫାଣ୍ଡି ନିକଟସ୍ତ ରାମଦାସପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେଥିବା ଏକ ବନ୍ଦଘର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ମଙ୍ଗଳବାରସକାଳୁ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଗୋଡିସାହି ଗ୍ରାମର ପ୍ରଦୀପନାୟକ ଗତ ୧୯ଦିନ ହେବ ନିଖୋଜ ଥିଲେ। ମୃତ୍ୟୁଦେହ ପଚି ଯାଇଥିବାବେଳେ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।