Browsing daily archive

August 28, 2026

ରାଖୀ ବାନ୍ଧିଲେ ଓ ନିଶାମୁକ୍ତି ପାଇଁ ଶପଥପାଠ କଲେ

ଭୁବନେଶ୍ୱର,୨୮।୮(ଏସଏସନିଉଜ)ପବିତ୍ର ରାଖୀପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ଆୟୋଜିତ ରାଖୀପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠନେତା ଗୋଲକମହାପାତ୍ର ଯୋଗଦେଇଛନ୍ତି। ନୀଳାଦ୍ରିବିହାରଠାରେ ଶ୍ରମିକଭାଇମାନଙ୍କ ସହ ରାଖୀପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀମହାପାତ୍ର।ଏହିଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା,ନିଶାର କୁପ୍ରଭାବ ସମ୍ପର୍କରେ ସଚେତନହେବା ଏବଂ ଏକ ସୁସ୍ଥ,ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନପାଇଁ ସମସ୍ତଙ୍କୁ ସାମୂହିକଭାବେ ଶପଥପାଠ କରାଇଥିଲେ। ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ […]

ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୮।୮(ଏସଏସନିଉଜ)ହିତାଧିକାରୀଙ୍କ ଖାତାକୁଗଲା`ସୁଭଦ୍ରା’ଟଙ୍କା।ସୁଭଦ୍ରା’ଯୋଜନାର ୫ମକିସ୍ତି ପ୍ରଦାନକଲେ ମୁଖ୍ୟମନ୍ତ୍ରୀ।ନୟାଗଡ଼ ଲାଠିପଡ଼ା ସଭାମଞ୍ଚରେ ଟଙ୍କା ପ୍ରଦାନକଲେ।୧କୋଟି ୩ଲକ୍ଷ ମହିଳାଙ୍କ ଖାତାକୁ ଗଲା `ସୁଭଦ୍ରା’ଟଙ୍କା।ପ୍ରଥମଥର ପାଇଲେ ୨ଲକ୍ଷ୨୧ହଜାର୫୪ ହିତାଧିକାରୀ।

ନନ୍ଦନକାନନରେ ମାର୍ମୋସେଟର ମୃତ୍ୟୁ

ଭୁବନେଶ୍ୱର,୨୭|୮(ଏସଏସନିଉଜ)ବୁଧବାର ନବଜାତ ଗୟଳ ଛୁଆ ଜନ୍ମର ୪୮ ଘଣ୍ଟା ନ ପୁରୁଣୁ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ପୁଣି ବାନର ଦୁନିଆଁରେଥିବା ବିଦେଶୀ ଜେଫ୍ରି ମାର୍ମୋସେଟ୍ ମାଙ୍କଡ ନିଜ ଘେରା ଭିତରେ ମରିପଡିଥିବାର ଜଣାପଡିଛି।ସାପ କାମୁଡାରେ ମାର୍ମୋସେଟ୍ ର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପକୃତ୍ କାରଣ ଜଣାପଡିବ।ତେବେ ଖୁଆଡକୁ କିପରି ସାପ ଆସିଲା ତାହାକୁ ନେଇ ଏବେ ବଡପ୍ରଶ୍ନବାଚୀ ସ୍ତ୍ମୃଷ୍ଟି କରିଛି।ଏହାସହ ଜନ୍ତୁବିଭାଗ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।ସୂଚନା ଯୋଗ୍ୟଯେ,୧୨ […]

୭ଦିନ ଧରି ଚିକିତ୍ସା ସତ୍ତ୍ୱେ ଚାଲିଗଲା ଜୀବନ

ଭୁବନେଶ୍ୱର,୨୭।୮(ଏସଏସନିଉଜ)ଅରିଲୋ ସ୍ଥିତ ଓମଫେଡ କମ୍ପାନୀ ପରିସରରେ ଲିଫ୍ଟରୁ ଖସିପଡ଼ି ଗୁରୁତର ହୋଇ ଚିକିତ୍ସାଧିନ ଥିବା ଠିକା କର୍ମଚାରୀ ଅପୁ ପଣ୍ଡାଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି।ଏହା ଜଣାପଡିବା ପରେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଓମଫେଡ ପ୍ଲାଣ୍ଟ ଆଗରେ ବାରଙ୍ଗ ଥାନାପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରକାଶ ଯେ,ରତାଗଡ଼ ଗ୍ରାମର ନିରଞ୍ଜନ ପଣ୍ଡାଙ୍କର ସାନପୁଅ ଅପୁପଣ୍ଡା(୨୮) ଓମଫେଡ୍ କମ୍ପାନୀରେ ଠିକାକର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ଶୁକ୍ରବାର ଦିନ ଓମଫେଡ୍ ପ୍ଲାଣ୍ଟର ଲିଫ୍ଟରେ […]