ରାଖୀ ବାନ୍ଧିଲେ ଓ ନିଶାମୁକ୍ତି ପାଇଁ ଶପଥପାଠ କଲେ

ବିଜେପି ନେତା ଗୋଲକ ମହାପାତ୍ର

ଭୁବନେଶ୍ୱର,୨୮।୮(ଏସଏସନିଉଜ)ପବିତ୍ର ରାଖୀପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ଆୟୋଜିତ ରାଖୀପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠନେତା ଗୋଲକମହାପାତ୍ର ଯୋଗଦେଇଛନ୍ତି।
ନୀଳାଦ୍ରିବିହାରଠାରେ ଶ୍ରମିକଭାଇମାନଙ୍କ ସହ ରାଖୀପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀମହାପାତ୍ର।ଏହିଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା,ନିଶାର କୁପ୍ରଭାବ ସମ୍ପର୍କରେ ସଚେତନହେବା ଏବଂ ଏକ ସୁସ୍ଥ,ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନପାଇଁ ସମସ୍ତଙ୍କୁ ସାମୂହିକଭାବେ ଶପଥପାଠ କରାଇଥିଲେ।
ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ ମହାପାତ୍ର। ପିଲାମାନେ ତାଙ୍କ ହାତରେ ରାଖୀବାନ୍ଧି ସ୍ନେହ, ଭଲପାଇବା ଓ ଭାଇଚାରାର ପବିତ୍ର ବନ୍ଧନକୁ ଆହୁରି ନିବିଡ଼ କରିଥିଲେ।ପିଲାମାନଙ୍କସହ କିଛି ସମୟ ବିତାଇ ସେମାନଙ୍କ ନିର୍ମଳ ହସ,ନିଷ୍କପଟ ସ୍ନେହ ଓ ଆତ୍ମୀୟତାରେ ଶ୍ରୀମହାପାତ୍ର ଭାବବିହ୍ୱଳ ହୋଇଥିଲେ।
ଏହି ଅବସରରେ ଶ୍ରୀମହାପାତ୍ର କହିଥିଲେ,ରାଖୀପୂର୍ଣ୍ଣିମା କେବଳ ଭାଇ-ଭଉଣୀଙ୍କ ସ୍ନେହର ପର୍ବନୁହେଁ;ଏହା ସ୍ନେହ,ଭଲପାଇବା,ଆସ୍ଥା,ସୁରକ୍ଷା ଓ ମାନବିକତାର ପବିତ୍ରବନ୍ଧନର ପ୍ରତୀକ।ଏହି ପବିତ୍ରଦିନରେ ସମାଜର ସମସ୍ତବର୍ଗଙ୍କ ସହ ଖୁସିବାଣ୍ଟିବା ସହ ଏକ ନିଶାମୁକ୍ତ ଓ ସୁସ୍ଥସମାଜ ଗଠନର ସଂକଳ୍ପନେବା ଆମ ସମସ୍ତଙ୍କ ଦାୟିତ୍ୱ।

ସେ ଆହୁରି କହିଥିଲେଯେ, ଶ୍ରମିକମାନେ ସମାଜରବିକାଶର ମୁଖ୍ୟ ଆଧାର। ସେମାନଙ୍କ ସୁରକ୍ଷା,ସମ୍ମାନ ଓ କଲ୍ୟାଣପାଇଁ ସମସ୍ତଙ୍କସହଯୋଗ ଆବଶ୍ୟକ। ଅନ୍ୟପକ୍ଷରେ,ପିଲାମାନଙ୍କ ନିର୍ମଳହସ ଓ ଖୁସିରେ ସମାଜର ସୁନ୍ଦର ଭବିଷ୍ୟତ ଲୁଚି ରହିଛି।ତେଣୁ ନିଶାମୁକ୍ତସମାଜ ଗଠନସହ ପ୍ରତ୍ୟେକ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ମିଳିତଭାବେ କାର୍ଯ୍ୟକରିବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ।

Comments (0)
Add Comment