Browsing yearly archive

2026

ପାଟପୁର ଗ୍ରାମବାସୀଙ୍କୁ ଭଗବାନ ଭରସା

କଟକ,୨୩ା୩(ଏସଏସନିଉଜ)ପିିଇବା ପାଣି ଠିକଭାବେ ନମିଳିବା ପ୍ରତିବାଦରେ ସୋମବାର ଦିନ ବାରଙ୍ଗ ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁମୁଣ୍ଡରେ ଅବରୋଧ କରିଥିଲେ ।ପ୍ରାୟ ୩ଘଂଟାକାଳ ରାସ୍ତା ଅବରୋଧ କରିବାପରେ ଯାତାୟତରେ ବାଧା ଦେଖାଦେଇଥିଲା ।ଶହଶହ ଗାଡିମଟର ଉଭୟପାଶ୍ୱର୍ରେଅଟକିରହିଥିଲା।ଖବରପାଇ ବାରଙ୍ଗଥାନାପୋଲିସ ଓ ଏସିପି ଘଟଣାସ୍ଥଳରେପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବିଝାସୁଜା କରି ସ୍ଥାୟୀ ପାନୀୟଜଳ ଯୋଗାଣର ପ୍ରତିଶୃତିଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସଯେ,ବାରଙ୍ଗବ୍ଲକର ପାଟପୁରଗ୍ରାମର ସାମଲସାହି ଓ ଶବରସାହିରେ ରହୁଥିବା ପ୍ରାୟ୧୦୦ରୁଉର୍ଦ୍ଧ ପରିବାର ପିଇବାପାଣିପାଇଁ ଦୀର୍ଘବର୍ଷ ହେବ ହଇରାଣ ହେଉଛନ୍ତି।ବିଶେଷକରି […]

ଗାଡି ଥୋଇଲେ,ମାଗଣା ଆଖି ପରୀକ୍ଷା କଲେ

ଭୁବନେଶ୍ଵର,୨୩।୩(ଏସଏସନିଉଜ)ଭୁବନେଶ୍ଵର ଆରଟିଓ – ୨ ଦ୍ଵାରା ପରିଚାଳିତ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଟିତ ହୋଇଯାଇଛି।ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ଏହି ଶିବିର ଇନଫୋଭାଲୀ ଥାନା ନିକଟରେ ଅନୁଷ୍ଟିତ ହୋଇଥିଲା ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଡ୍ରାଇଭରମାନେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବିଶେଷ କରି ରତିଆଧିଆ ଗାଡି ଚଳାଉଥିବା ଚାଲକମାନଙ୍କ ସଂଖ୍ୟା ଏହି ଶିବିରରେ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା।ଡେପୁଟିକମିଶନର ରଶ୍ମୀ ରଣଜିତ୍ ଦଳ ବେହେରା , […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଷଷ୍ଠୀ ଦିବା ଘ୦୪/୨୩ଗତେ ସପ୍ତମୀ,ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୭/୫୭ ଗତେ ମୄର୍ଗଶିର,ସୁର୍ୟୋଦୟ-ପ୍ରାତଃଘ୦୫/୫୨/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୩୭,ଯୋଗିନୀ ପଶ୍ଚିମେ ଦିବାଘ୦୪/୨୩ଗତେ ବାୟବ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବାଘ୦୪/୨୩ଗତେ ଦ୍ୱିପାଦପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୪ଗତେ ଘ୦୨/୫୭ମଧ୍ୟେ,ବାରବେଳା-ଦିବା ଘ୦୭/୨୪ଗତେ ଘ୦୮/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୫୬ଗତେ ଘ୧୦/୪୦ମଧ୍ୟେ ଓ ଘ୦୩/୨୯ଗତେ ଘ୦୫/୦୬ମଧ୍ୟେ ଓ ରାତ୍ରି ଘ୦୬/ ୪୫ଗତେ ଘ୦୯/୦୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ନିମ୍ବ ଦିବା ଘ୦୪/୨୩ଗତେ ତାଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୩ତାରିଖ ୨୦୨୬ମସିହା(ସୋମବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ରାତ୍ରି ଘ୦୬/୪୮ଗତେ ଷଷ୍ଠୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୯/୩୪ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୩/୪୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୬/୧୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୬/୪୮ଗତେ ପଶ୍ଚିମେ,ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୮/୩୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୨୪ଗତେ ଘ୦୮/୫୫ମଧ୍ୟେ,ବାରବେଳା-ଦିବା ଘ୦୨/୫୪ଗତେ ଘ୦୫/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୨ମଧ୍ୟେ ଓ ଘ୧୦/୪୦ ଗତେ ଘ୦୧/୦୦ ମଧ୍ୟେ ଓ ରାତ୍ରି ଘ୦୬/୪୫ଗତେ ଘ୦୯/୦୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ବେଲ ରାତ୍ରି ଘ୦୬/୪୮ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ :-ଆଜି ଯାହା ହେଉନା କାହିଁକି […]

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା,୨ଗୁରୁତର

ବାରଙ୍ଗ,୨୧।୩(ଏସଏସନିଉଜ)ଗୋଡ଼ିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହାଇୱା ସହ ଟ୍ରକଟିର ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ,ଶୁକ୍ରବାର ବିଳମ୍ବିତ ରାତିରେ ଗୋଡ଼ିସାହି ପଟୁ ଗୋବିନ୍ଦପୁର ଅଭିମୁଖେ ଆସୁଥିବା ଓଆର ୧୯ ଇ ୮୭୧୧ ନମ୍ୱର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି୩୩ ଏଡବ୍ଲୁ ୪୨୭୧ ନମ୍ୱର ଚିପ୍ସ ବୋଝେଇ ହାଇୱାର ଗୋବିନ୍ଦପୁର ଛକ ନିକଟରେ ମୁହାଁମୁହିଁ ଧକ୍କା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୨ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଚତୁର୍ଥୀ ରାତ୍ରି ଘ୦୯/୧୯ଗତେ ପଞ୍ଚମୀ,ନକ୍ଷତ୍ର-ଦ୍ୱିଜା ରାତ୍ରି ଘ୧୧/୨୧ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୫/୫୪/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୭,ଯୋଗିନୀ ନୈରୁତେ ରାତ୍ରି ଘ୦୯/୧୯ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୧୧/୨୧ଗତେ ଦ୍ୱିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୨୪ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୨ ଗତେ ଘ୦୯/୫୫ ମଧ୍ୟେ ଓ ରାତ୍ରି ଘ୦୭/୩୪ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୧/୨୫ ଗତେ ଘ୦୧/୫୭ ମଧ୍ୟେ ଓ ରାତ୍ରି ଘ୦୬/୪୩ଗତେ ଘ୦୭/୩୩ ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। […]

ବିଜେଡିରୁ ସସ୍‌ପେଣ୍ଡ ହେଲେ ୬ ବିଧାୟକ

ଭୁବନେଶ୍ୱର,୨୧।୩(ଏସଏସନିଉଜ)କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି। ଏମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।ସେମାନଙ୍କ […]

ପୁଣି ଜଳିଗଲା ବସ୍

ଭୁବନେଶ୍ବର,୨୧।୩(ଏସଏସନିଉଜ)ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଯାଲିଯାଇଛି।ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ୍ ନିକଟରେ ନିଆଁ ଲାଗିଥିବାର ସୂଚନା ମିଳିଛି।ଏହି ଘରୋଇ ବସରେ ନିଆଁ ଲାଗିଯାଇଥିଲା।ତେବେ ବସରେ ଥିବା ୩୭ ଜଣ ଯାତ୍ରୀ ସୁରକ୍ଷିତ ଥିବାର ଜଣାପଡିଛି।ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବାର ଦେଖିବାକୁ ମିଳିଛି।

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ […]