ଆଜିର ରାଶିଫଳ

ଭଗବାନଙ୍କ ମୂର୍ତ୍ତି କିପରି ରଖିବା ଉଚିତ୍‍ ..

ଅକ୍ଟୋବରମାସ ୦୧ତାରିଖ ୨୦୨୫ମସିହା (ବୁଧବାର) ଆଶ୍ୱିନମାସ- ଶୁକ୍ଳ,ତିଥି- ନବମୀ ରାତ୍ରି ଘ୦୭/୦୬ ଗତେ ଦଶମୀ, ନକ୍ଷତ୍ର- ପୂର୍ବା ଷାଢ଼ା ଦିବା ଘ୦୮/ ୫୭ ଗତେ ଉତ୍ତରାଷାଢ଼ା, ଅଦ୍ୟ ପୀଠେ ବିଶ୍ରାମ ଓ ମୃଣ୍ମୟୀ ଦେବୀଙ୍କ ନବମୀପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୩/୦୨,ଯୋଗିନୀ ପୂର୍ବେ ରାତ୍ରି ଘ୦୭/୦୬ଗତେ ଉତ୍ତରେ,ସିଂହ ରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ ୦୮/୪୦ଗତେ ଘ ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ ୧୧/୪୦ଗତେ ଘ ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୮/୨୮ମଧ୍ୟେ ଓ ଘ ୦୭/୧୬ ଗତେ ଘ୦୮/୦୫ ମଧ୍ୟେ ଓ ଘ୧୦/୨୮ଗତେ ଘ୧୧/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ ୦୬/୨୯ଗତେ ଘ୦୭/୧୫ ମଧ୍ୟେ ଓ ଘ ୦୧/୪୦ଗତେ ଘ୦୪/୦୫ ମଧ୍ୟେ,ଅଦ୍ୟ ଲାଉ ରାତ୍ରି ଘ୦୭/୦୬ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନା ବିଳାସୀ ହୋଇପାରନ୍ତି।ବିଭିନ୍ନଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ।ଆୟ ବୃଦ୍ଧି ହେବ।
ବୃଷ:- କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇ ପାରେ।ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମିଜମା ବାବଦ ବିବାଦ ବୃଦ୍ଧି ହୋଇପାରେ,ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି।ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। ମିଥ୍ୟା ଅଭି ଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରି ପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର- ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:- ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

ଠାକୁରଙ୍କ ମୂର୍ତ୍ତି ରଖିବାର ସଠିକ୍ ନିୟମ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କରିବା ଅତ୍ୟନ୍ତ ଅଶୁଭ ଅଟେ। ଭଗବାନ ଙ୍କର କିଛି ସ୍ୱରୂପ ଓ ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କଲେ ଆମର କ୍ଷତି ହୋଇଥାଏ। ଏହି ମୂର୍ତ୍ତି ସମ୍ପର୍କରେ ଆମର ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଗ୍ରନ୍ଥମାନଙ୍କରେ ଭଗବାନଙ୍କ ମୂର୍ତ୍ତି ରଖିବାର ସଠିକଦିଗ ବିଷୟ ରେ କୁହାଯାଇଛି। ଭଗବାନଙ୍କ ମୂର୍ତ୍ତିକୁ ସଠିକଦିଗରେ ନରଖିବା ଦ୍ୱାରା ଘରେ ଅଶାନ୍ତିର ବାତାବରଣ ସୃଷ୍ଟିହେବା ସହ ଅଶୁଭଫଳ ମିଳିଥାଏ।ଏହାଦ୍ୱାରା ବାସ୍ତୁଦୋଷ ମଧ୍ୟ ବଢିଥାଏ।।
ଆସନ୍ତୁ ଜାଣିବା ଭଗବାନଙ୍କ ମୂର୍ତ୍ତି କିପରି ରଖିବା ଉଚିତ୍‍ ..
ଭଗବାନଙ୍କମୂର୍ତ୍ତି ଘରେ ରଖିବା ବେଳେ ଅନେକ ସାବଧାନତା ରହିବା ଉଚିତ।ଯେଉଁମୂର୍ତ୍ତି କିମ୍ବା ଫଟୋ ଘରେ ଲଗାଇବା ତାକୁ ସର୍ବଦା ଉଚିତଦିଗରେ ଲଗାନ୍ତୁ।ଠାକୁରଙ୍କ ଫଟୋକୁ ସର୍ବଦା ସିଧା କରି ରଖନ୍ତୁ। ବଙ୍କା ରହିଥିବା ଫଟୋକୁ ସିଧାକରି ଲଗାନ୍ତୁ।ଠାକୁରଙ୍କ ଫଟୋ ଲାଗିଥିବା ଦିଗକୁ ଗୋଡକରି ବସିବା ଅନୁଚିତ।ପୂଜାସ୍ଥଳରେ ସର୍ବଦା ଜଣେ ଭଗବାନଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ।ଏକାଧିକ ମୂର୍ତ୍ତି ରଖିବାଦ୍ୱାରା ଘରେ କୁପ୍ରଭାବ ପଡିଥାଏ।ସମାନ ମୂର୍ତ୍ତିକୁ ପାଖାପାଖି କିମ୍ବା ସାମନାରେ ରଖନ୍ତୁନାହିଁ।ଏପରି ରଖାହୋଇଥିବା ମୂର୍ତ୍ତିକୁ ଦର୍ଶନ କରିବାଦ୍ୱାରା ଘରେ ଝଗଡା ସୃଷ୍ଟି ହୋଇଥାଏ।ଏପରି ଏକାଧିକମୂର୍ତ୍ତି ଗୋଟିଏସ୍ଥାନରେ ରଖିବାଦ୍ୱାରା ନକାରାତ୍ମକଶକ୍ତି ବୃଦ୍ଧି ପାଇଥାଏ।
ଭଗବାନ ଯେଉଁଫଟୋ ବା ମୂର୍ତ୍ତିରେ ଯୁଦ୍ଧ କରୁଥିବେ ସେପରି ମୂର୍ତ୍ତିର ଦର୍ଶନକରିବା ଅନୁଚିତ। ଏପରି ମୂର୍ତ୍ତି ଘରେ ରଖନ୍ତୁନାହିଁ।ଏପରି ମୂର୍ତ୍ତିର ଦର୍ଶନଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment