ଆଜିର ରାଶିଫଳ

୨୦୨୬ମସିହା ଜୁଲାଇମାସ,୨୭ତାରିଖ,ସୋମବାର,ଶ୍ରୀଜୀଉଙ୍କର ନୀଳାଦ୍ରିବିଜେ ଉତ୍ସବ,ଶ୍ରୀଶିବ ଶୟନଉତ୍ସବ,ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ଓଡି଼ଶା ହାଇକୋର୍ଟ ପ୍ରତିଷ୍ଠାଦିବସ ।ଋତୁ-ବର୍ଷା ଋତୁର (ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୪/୧୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୧/୫୫,ଆଷାଢ଼ମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ତ୍ରୟୋଦଶୀ ଦିବା ଘ୪/୧୯ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ବୈଧୃତିଯୋଗ ରାତ୍ରି ଘ୧୨/୨୨ମି ପର୍ଯ୍ୟନ୍ତତଦନ୍ତେ ବିସ୍କୁମ୍ଭଯୋଗ,କରଣ- ତୈତିଳକରଣ ଦିବା ଘ୪/୧୯ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ନିଶାନ୍ତ ଘ୫/୨୨ମିପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣଦିଗରେ,ଦିବାଘ୪/୧୯ମିପରେ ପଶ୍ଚିମ ଦିଗରେ । ରିକ୍ତାତିଥି, ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି-ମେଷ,ମିଥୁନ, କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-
ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଘାତବାର-ମିଥୁନରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ବାର୍ତ୍ତାକୀ(ବାଇଗଣ)ଦିବା ଘ୪/୧୯ମିପରେ ବ୍ରିହୀ(ବିରି)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା)ଦିବା ଘ୭/୩୮ମିରୁ ଘ୮/୪୦ମି ପର୍ଯ୍ୟନ୍ତ (ବାରବେଳା)ଦିବା ଘ୩/୫ମି ରୁ ଘ୪/୧୧ମିପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୧୦/୩୦ମିରୁ ଘ୧୧/୫୩ମିପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୨ମିମଧ୍ୟେ,ଦିବାଘ୧୦/୧୫ମି ରୁ ଘ୧୨/୩୯ମିମଧ୍ୟେ, ରାତ୍ରି ଘ୭/୮ମି ରୁ ଘ୯/୩୨ମିମଧ୍ୟେ,ଘ୧୧/୫୬ମି ରୁ ଘ୩/୮ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ଦିବା ଘ୩/୪ମି ରୁ ଘ୪/୩୯ମି ପର୍ଯ୍ୟନ୍ତ,ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କରଦୋଷନାହିଁ,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ କନ୍ୟାର ଦିବା ଘ୧୧/୧୬ମିପରେ ସାତମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀବିଧବା,ଶାନ୍ତି କରଣୀୟ, ରଜଶ୍ଚକ୍ରେ ପୁତ୍ରିଣୀ,ପୀତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ,ଦିବା ଘ୪/୧୯ମି ମଧ୍ୟେ ତିଥିଦୋଷହେତୁ(ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ନାହିଁ ।
🐐ମେଷ👉ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେମନ ବଳାଇବେ।କୃତିକାନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛିଅସୁବିଧା ହେବନାହିଁ।ଆକସ୍ମିକ ଭାବରେ ପଡୋଶୀ କିମ୍ବା ସହକର୍ମୀଙ୍କମନୋଭାବ ବଦଳିଯିବାକାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବ।
🐂ବୃଷ👉ମୃଗଶିରା ନକ୍ଷତ୍ର ସକାଶେ ଆର୍ଥିକ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ସଭାସମିତି, ସଂଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପଶ୍ଚାନ୍ତେ ଅନୁତପ୍ତ ହେବେ।
👩‍❤️‍👨 ମିଥୁନ👉ବନ୍ଧୁଙ୍କଠାରୁ ହାତଉଧାରି ଟଙ୍କା ଆଣି ଆବଶ୍ୟକତା କୁ ପୂରଣ କରିବାପାଇଁ ମନସ୍ଥ କରିପାରନ୍ତି। ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ପ୍ରଦାନ କରିବାର ଆଶା ରହିଛି।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।
🦀କର୍କଟ👉କଠିନ ଶ୍ରମ ଏବଂ ଭ୍ରମଣସାଙ୍ଗକୁ ଅନିଦ୍ରାଜନିତ ଶାରୀରିକ କିମ୍ବା ମାନସିକ ଅସୁସ୍ଥତାକୁ ନିମନ୍ତ୍ରଣ କରିପାରନ୍ତି।ଅଶ୍ଳେଷା ନକ୍ଷତ୍ର ଯାନବାହନ, ଧାତୁ ଅଳଙ୍କାର, ଯାନ୍ତ୍ରିକ ଜିନିଷ,ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ।ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କିଛିିନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
🦁 ସିଂହ👉ପୂର୍ବାଫାଲଗୁନୀ ନକ୍ଷତ୍ର ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଭଲ ରହିନପାରେ। କାମଗୁଡିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିପାରନ୍ତି।କାର୍ଯ୍ୟବ୍ୟସ୍ତ ଯୋଗୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିସରରେ ମଜାମଉଜ କରିବାକୁ ଅବସର ପାଇବେ ନାହିଁ। ରଖିଥିବା ଅର୍ଥ ଭିନ୍ନବାଟରେ ଖର୍ଚ୍ଚ ହୋଇଯିବ।
🧕କନ୍ୟା👉ହସ୍ତାନକ୍ଷତ୍ର ସାମାଜିକସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡିପ।ରେ,ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା,ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
⚖️ତୁଳା👉ଦୁର୍ଭାବନା ବଢି ଚାଲିବାହେତୁ ମନ ଓ କାମ ଶୃଙ୍ଖଳିତ ରହିବ ନାହିଁ। ସ୍ବାତୀ ନକ୍ଷତ୍ରର ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି।ଫେରନ୍ତାବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ। ବ୍ୟବସାୟରେ ଲାଭ ନହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ।
🦂ବିଛା👉ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ଦୈନିକ ଜୀବନ ଚର୍ଯ୍ୟାରେ କାମ ଅଟକିବନାହିଁ।ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ଚେଷ୍ଟା କଲେ ସଫଳତା ପାଇବେ। ଜ୍ୟେଷ୍ଠା ନକ୍ଷତ୍ରର ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣାହେତୁ ସମସ୍ୟା ବଢିପାରେ। ସମ୍ପର୍କୀୟମାନେ ଉପରେ ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟି ପାରନ୍ତି।
🏹ଧନୁ👉ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ।ଉତ୍ତରାଷାଢା ନକ୍ଷତ୍ର ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବେ।ଦୀର୍ଘପଥ ଭ୍ରମଣ ସ୍ବାସ୍ଥ୍ୟ ସକାଶେ ବାଧକଜନିତ ଅସୁସ୍ଥତା ଦେଖାଦେବ।ବ୍ୟବସାୟିକ ସଫଳତା ସାଙ୍ଗକୁ ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ପାଇବ।
🐊ମକର👉ବହୁତ ଦିନରୁ ଦେଖାହୋଇ ନଥିବା ବନ୍ଧୁଙ୍କ ସହ ସାକ୍ଷାତ୍‌କାରରୁ ବିଶେଷ ଖୁସି ଅନୁଭବ କରିବେ।ଅନ୍ୟମାନଙ୍କ ସହମତିରେ କାମକରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।ଶ୍ରବଣା ନକ୍ଷତ୍ରର ଭୁଲ୍‌ ବୁଝାମଣା ସାଙ୍ଗକୁ ବୃଥା ସନ୍ଦେହଜନିତ ପାରିବାରିକକ୍ଷେତ୍ର ଅସନ୍ତୁଳିତ ରହିପାରେ।
🏺କୁମ୍ଭ👉ଅନ୍ୟମନସ୍କତା କିମ୍ବା ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇଦେଇପାରନ୍ତି।ଶତଭିଷା ନକ୍ଷତ୍ର ସକାଶେ ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସ୍ଥଗିତ କାର୍ଯ୍ୟ କିମ୍ବା ଆବଶ୍ୟକୀୟ ସାହାଯ୍ୟ,ସହଯୋଗ ପ୍ରତିବେଶୀଙ୍କ ନିକଟରୁ ପାଇବାର ସମ୍ଭାବନା ରହିଛି।
🐟ମୀନ👉ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ପ୍ରିୟବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ବ୍ୟତିକ୍ରମକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି।ସାମାଜିକକ୍ଷେତ୍ର, ବ୍ୟବସାୟିକ ସ୍ଥିତି,ଗବେଷଣା,ଆଲୋଚନା,ସେବାସଂସ୍ଥା,ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ।
🕉️ନୀତିବାଣୀ🕉️
କାହାକୁ ବାଧ୍ଯ କରନାହିଁ କି ସେ ତୁମକୁ ମନେ ପକାଉ।କିଛିଦିନ Silent ହୋଇ ଯାଅ ତାପରେଦେଖ ତାଙ୍କ Lifeରେ ତୁମପାଇଁ କଣ Value ଅଛି।
ଆଜିକାଲି ଦୁନିଆରେ ଖୋଲା ବହି ହୁଅନ୍ତୁନାହିଁ କାରଣ ଏଇଟା Time pass ଦୁନିଆ।ଏଠିସବୁ ପଢ଼ି ସାରିବାପରେ ଫୋପାଡି ଦେବାକୁ ପସନ୍ଦ କରନ୍ତି।
ନା ଅସ୍ତ୍ରଦ୍ବାରା ମିଳିଥାଏ ନା ଅଧିକାରଦ୍ବାରା ମିଳିଥାଏ ହ୍ରୁଦୟରେ ସ୍ଥାନ କେବଳ ଆମ ବ୍ଯବହାରଦ୍ବାରା ମିଳିଥାଏ।
ଯାହାର ରକ୍ଷା ଇଶ୍ବରକରନ୍ତି ତାହାର କ୍ଷତି କିଏକରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷାଦେବ ତାକୁ କିଏ ଲିଭାଇବ।

Comments (0)
Add Comment