ସେପ୍ଟେମ୍ବରମାସ ୦୬ତାରିଖ ୨୦୨୫ମସିହା (ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୧/୫୨ଗତେ ପୂର୍ଣ୍ଣିମା ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୧୧/୪୬ଗତେ ଶତଭିଷ। ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୪୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୨୮ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୧/୫୨ଗତେ ବୟବ୍ୟେ ,ମିଥୁନରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା – ପ୍ରାତଃ ଘ୦୭/୧୦ମଧ୍ୟେ ଓ ଦିବା ଘ୦୪/୧୯ ଗତେ ଘ୦୫/୫୨ମଧ୍ୟେ ,ବାରବେଳା- ଦିବା ଘ୦୧/୧୪ ଗତେ ଘ୦୨/୪୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୩୫ଗତେ ଘ୧୨/୪୮ମଧ୍ୟେ ଓ ରାତ୍ରି ୦୮/୧୮ଗତେ ଘ୧୨/୪୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବାକାମ ସମ୍ପୂର୍ଣ୍ଣକରିବାର ସୁଯୋଗ ଆସିବ ।ହୃତଧନ ଫେରିପାଇବେ ।ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ-ଆକସ୍ମିକ ଧନଲାଭ ଓ ଆର୍ଥିକଅବସ୍ଥାରେ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧିଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
ମିଥୁନ-କର୍ମରେ ଉନ୍ନତି କରିବାପାଇଁ ଯୋଜନା କରିବେ ଓ ସେଥିରେ ସଫଳହେବାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନାରହିଛି ।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ ।ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ-ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତହେବ ।ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ ।ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତସମସ୍ୟା ଦେଖାଦେଇ ପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ସଫଳତା ପାଇବେ ।ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତିପାଇବେ ।ଘର କରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣକ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନାହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟହେବ ।ପୁରାତନରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତହେବେ ।ମହିଳାମାନେ ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ।
ବିଛା-ମାନସମ୍ମାନହାନି ଓ ଇତରଜନଠାରୁ ଅପମାନ ପାଇପାରନ୍ତି ।ମାନସିକ,ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି ।ପୁତ୍ର,କନ୍ୟା ଅବଜ୍ଞା କରିବେ ଓ ତାଙ୍କକର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟିହେବ ।ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ ।ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେଆୟ ଭଲହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନାରହିଛି ।ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ-ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ ।ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରିଯିବ ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶକରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ-ଆଜି ଆପଣଙ୍କୁ ସୁଖାଦ୍ୟ ,ସୁବସନ ପ୍ରାପ୍ତିହେବ ।ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ ।ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତହେବେ ।ଲକ୍ଷ୍ମୀଙ୍କର କୃପା ରହିବ ।ମାନସିକ,ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତାଲାଭ କରିବେ ।
ଭଗବାନ ଶ୍ରୀକୃଷ୍ଣ ମସ୍ତକରେ ମୟୂର ଚନ୍ଦ୍ରିକା କାହିଁକି ଧାରଣ କରିଛନ୍ତି?
ଭଗବାନ ଶ୍ରୀକୃଷ୍ଣ ତାଙ୍କର ମନୋରମ ରୂପରେ ମନକୁ ମୋହିତ କରନ୍ତି ।ପ୍ରାୟତଃ ତାଙ୍କୁ ତାଙ୍କ ମୁକୁଟରେ ଏକ ଆକର୍ଷଣୀୟ ମୟୂରପର ସହିତ ସଜ୍ଜିତ ଦେଖାଯାଏ। ତାଙ୍କର ଦିବ୍ୟ ସୌନ୍ଦର୍ୟ୍ୟ ଏବଂ କୃପା ମନକୁ ମୋହିତକରେ । କିନ୍ତୁ ଏହି ସ୍ୱତନ୍ତ୍ର ସାଜସଜ୍ଜା ପଛରେ ଥିବା ତାତ୍ପର୍ୟ୍ୟ ହେଉଛି ପ୍ରାଚୀନ ଏବଂ ଆଧ୍ୟାତ୍ମିକ ପ୍ରତୀକ ବାଦର ଏକ ଭଣ୍ଡାର। ମୟୂର ପରର ଉପସ୍ଥିତି ସହିତ ଜଡିତ ଅନେକ ବ୍ୟାଖ୍ୟା ଏବଂ କଥାମଧ୍ୟରୁ, ଏଠାରେ ଏକ ଆକର୍ଷଣୀୟ ପୌରଣିକ କଥା ଅଛି।
ତ୍ରେତୟା ଯୁଗରୁ-ବନବାସ ସମୟରେ ଗୋଟିଏଦିନ ଭଗବାନ ପ୍ରଭୁ ଶ୍ରୀରାମ ଏବଂ ମାତାସୀତା ଘନଜଙ୍ଗଲରେ ବୁଲୁଥିଲୋ ସେମାନେ ନିଜରପଥ ଭୁଲିଗଲେ ଏବଂ ବୁଲିବୁଲି ତୃଷାର୍ତ୍ତ ହୋଇଗଲେ। ମାତାସୀତା ତୃଷାର୍ତ୍ତ ଅନୁଭବକରିବାରୁ ସେ ପ୍ରଭୁ ଶ୍ରୀ ରାମଙ୍କୁ ପାଣି ପାଇପାରିବେକି ନାହିଁ ପଚାରିଲେ। ପ୍ରଭୁଶ୍ରୀରାମ ପ୍ରକୃତିକୁ ସାହାଯ୍ୟପାଇଁ ପ୍ରାର୍ଥନାକଲେ। ହଠାତ୍, ସେମାନଙ୍କ ସମ୍ମୁଖରେ ଏକ ସୁନ୍ଦରମୟୂର ଦେଖାଗଲା।ମୟୂରକହିଲା ମୁଁ ଜାଣେ ପାଣି କେଉଁଠାରେ ଅଛି ,କିନ୍ତୁ ତାହା ପାଇବା ଟିକେ କଷ୍ଟକର। ମୋତେ ଅନୁସରଣ କରାମୁଁ ତୁମକୁ ପଥ ଦେଖାଇବି।ମୟୂର ସାହାଯ୍ୟ ପ୍ରଦାନ କରିବାକୁ ଆଗଭର ହେଲେ ।ମୟୂରଙ୍କ ପ୍ରସ୍ତାବ ପାଇଁ କୃତଜ୍ଞ ପ୍ରଭୁ ଶ୍ରୀରାମ ଏବଂ ମାତାସୀତା ଜଙ୍ଗଲର ଘୂର୍ଣ୍ଣନପଥରେ ତାଙ୍କ ପଛେ ପଛେ ଗଲେ।ଯେତେବେଳେ ସେମାନେ ଜଙ୍ଗଲର ଗଭୀରଭିତରକୁ ଗଲେ ରାସ୍ତାକୁ ଚିହ୍ନିତ କରିବାପାଇଁ ମୟୂରଟି ତାର ଚକଚକିଆ ଲାଞ୍ଜରୁ ପରଛଡ଼ାଇ ରାସ୍ତାଉପରେ ପକାଇବାକୁ ଲାଗିଲା। ଯଦିଓ ସେ ଜାଣିଥିଲା ଯେ ବଳପୂର୍ବକ ପର କାଢ଼ିଦେଲେ ତାକୁ ମାରିହେବ , ମୟୂର ତାର ପରପକାଇ ପ୍ରଭୁ ରାମ ଆଉ ମାତାସୀତାଙ୍କୁ ମାର୍ଗଦର୍ଶନ କରି ଚାଲିଲା।
ମୟୂରରବଳିଦାନ-ଶେଷରେ, ସେମାନେ ଏକ ସ୍ୱଚ୍ଛ, ଚମକଦାର ଝରଣାରେ ପହଞ୍ଚିଲେ । ଯେଉଁଠାରେ ସେମାନେ ସେମାନଙ୍କର ତୃଷା ମେଣ୍ଟାଇଲେ ଏବଂ ବିଶ୍ରାମ ନେଲେ। ଯେତେବେଳେ ସେମାନେ ମୟୂରକୁ ତାର ପର ବିସ୍ତାରିତ ଅବସ୍ଥାରେ ଭୂମିରେ ପଡ଼ିଥିବା ଦେଖି ଦୁଃଖିତ ହେଲେ। ମହାନପକ୍ଷୀ ସେମାନଙ୍କୁ ସାହାଯ୍ୟ କରିବାପାଇଁ ସବୁକିଛି ଦେଇଥିଲେ ଏବଂ ବର୍ତ୍ତମାନ ସେ ସେମାନଙ୍କ ସମ୍ମୁଖରେ ନିର୍ଜୀବହୋଇ ପଡ଼ିଥିଲେ। ମୟୂରର ନିଃସ୍ୱାର୍ଥପର ବଳିଦାନରେ ପ୍ରଭାବିତହୋଇ ଶ୍ରୀରାମ ପ୍ରତିଜ୍ଞା କରିଥିଲେ ମୁଁ ତୁମର ଦୟା ଏବଂ ସାହସକୁ କେବେ ଭୁଲିବିନାହିଁ। ମୋର ପରବର୍ତ୍ତୀଜନ୍ମରେ ମୁଁ ତୁମର ସ୍ମୃତିକୁ ସମ୍ମାନ କରିବି। ଭଗବାନଶ୍ରୀକୃଷ୍ଣ ଭାବରେ ତାଙ୍କର ପରବର୍ତ୍ତୀ ଅବତାରରେ ତାଙ୍କକଥାର ସତ୍ୟତା ରଖିବାକୁଯାଇ ମୟୂରର ବଳିଦାନର କୃତଜ୍ଞତା ଏବଂ ସ୍ମୃତିର ପ୍ରତୀକ ଭାବରେ ତାଙ୍କକେଶରେ ଏକ ସୁନ୍ଦର ମୟୂରପର ଧାରଣ କରିଥିଲେ।
ଅନ୍ୟାନ୍ୟ କେତେକ କଥାରେ –ମୟୂରପର ଏବଂ ଭଗବାନଶ୍ରୀକୃଷ୍ଣଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଅନେକ ପୌରଣିକକଥା ଅଛି। ଗୋଟିଏବିଶ୍ୱାସ ଅନୁସାରେ ମାତାରାଧା ତାଙ୍କୁ ଏହି ପରକୁ ସ୍ମାରକୀଭାବରେ ଉପହାର ଦେଇଥିଲେ। ଅନ୍ୟପକ୍ଷରେ କେତେକ ବିଶ୍ୱାସକରନ୍ତିଯେ , ଏହା ଭଗବାନଶ୍ରୀକୃଷ୍ଣଙ୍କ ପ୍ରତି ମୟୂର ଦେବତାଙ୍କର ଭକ୍ତିର ଏକ ପ୍ରତୀକଥିଲା। ଶେଷରେ ଏକ ମିଶ୍ରିତବିଶ୍ୱାସ ମଧ୍ୟ ଅଛିଯେ , ବଳରାମ ତାଙ୍କ କୌତୁହଳପୂର୍ଣ୍ଣ କାର୍ୟ୍ୟକଳାପ ସମୟରେ ଏହିପର ତାଙ୍କ ସାନଭାଇଙ୍କୁ ଉପହାର ଦେଇଥିଲେ(ସଂଗୃହିତ)!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!