ଆଜିର ରାଶିଫଳ

ଡିସେମ୍ବରମାସ ୧୫ତାରିଖ ୨୦୨୫ମସିହା(ସୋମବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୦୯/୦୨ ଗତେ ଦ୍ୱାଦଶୀ ,ନକ୍ଷତ୍ର-ଚିତ୍ରା ଦିବା ଘ୧୧/ ୩୬ଗତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୧୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/ ୦୬/୫୮ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ୦୯/୦୨ଗତେ ନୈରୁତେ ,ମିଥୁନରାଶିର ଘାତବାର ,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ.ମୃତେ ରାତ୍ରି ଘ୦୯/୦୨ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା-ଦିବାଘ୦୭/୩୮ଗତେ ଘ୦୯/୦୦ମଧ୍ୟେ ,ବାରବେଳା- ଦିବା ଘ୦୨/୨୫ଗତେ ଘ୦୪/୩୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବାଘ୦୭/୩୭ ମଧ୍ୟେ ଓ ଘ୦୯/୨୯ଗତେ ଘ୧୧/୫୪ମଧ୍ୟେ ଓ ରାତ୍ରି ଘ ୦୭/୩୨ଗତେ ଘ୧୦/୪୪ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ଶିମ୍ବ ରାତ୍ରି ଘ୦୯/୦୨ଗତେ ପୋଈ ଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟାକରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:- କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:- ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାଫ ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା:-ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାରକାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତାଧାରା ବଜାୟ ରଖନ୍ତୁ ।ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ:-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:-ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁକଥାରେ ବାଧାରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବା ରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ ।କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ଭାଗ୍ୟ ଉଜ୍ୱଳ କରିବାର ସହଜ ଉପାୟ…
ଭାଗ୍ୟ ପରିବର୍ତ୍ତନ ପାଇଁ ଶ୍ରୀକୃଷ୍ଣଙ୍କ ଉପଦେଶ ଆମକୁ ସଠିକ୍ ପଥରେ ଆଗେଇ ନିଏ। ଏହି ଉପାୟଗୁଡ଼ିକୁ ଦିନଚରର୍ଯ୍ୟାରେ ଅନୁସରଣ କଲେ ମନ ଶକ୍ତିଶାଳୀ, ଶାନ୍ତ ଓ ସକାରାତ୍ମକ ରହେ। ଶ୍ରୀକୃଷ୍ଣଙ୍କ କୃପା ସଦା ଆପଣଙ୍କୁ ସୁରକ୍ଷା ଓ ପ୍ରେରଣା ଦେଇଥାଏ ।
ସକାଳେ ଉଠିଲେ ପ୍ରଥମେ ନିଜ ହାତର ଦୁଇପାପୁଲିକୁ ଦେଖନ୍ତୁ ଓ ମୁହଁରେ ଲଗାନ୍ତୁ
ସୁର୍ଯ୍ୟଉଦୟ ପୁର୍ବରୁ ଉଠିବାକୁ ଅଭ୍ୟାସ କରନ୍ତୁ
ଉଦୟମାନ ସୁର୍ଯ୍ୟକୁ ଦେଖନ୍ତୁ
ପକ୍ଷୀମାନଙ୍କୁ ଅଳ୍ପକିଛି ଖାଦ୍ୟ ଦିଅନ୍ତୁ
ସପ୍ତାହେ କିମ୍ବା ମାସରେ ଥରେ ପିମ୍ପୁଡି ପାଇଁ ମଧ୍ୟ ଖାଦ୍ୟ ବ୍ୟବସ୍ଥା କରନ୍ତୁ
ମନ୍ଦିର କିମ୍ବା କାହା ଘରକୁ ଯାଉଥିଲେ ଖାଲିହାତରେ ଯାଆନ୍ତୁନାହି
ଘରକୁ ଫଳ କିମ୍ବା ମିଠା ଆଣିଲେ ପ୍ରଥମେ ସେଥିରୁ କିଛି ଭଗବାନଙ୍କୁ ଅର୍ପଣ କରନ୍ତୁ
ଚୁଟିକାଟିବା ପାଇଁ ବୁଧବାର କିମ୍ବା ଶୁକ୍ରବାର ଦିନ ନୀୟମ କରନ୍ତୁ
ଯଦି ପ୍ରତ୍ୟକ ଦିନ ଗାଇକୁ ଖାଇବାକୁ ଦେବା ସମ୍ଭବ ନୁହେଁ ତେବେ ପ୍ରତ୍ୟକ ଅମାବାସ୍ୟା ଦିନ ଗହମ ଓ ଗୁଡ ଗୋଶାଳାକୁ ଦାନ କରନ୍ତୁ…ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

Comments (0)
Add Comment