ଜାନୁଆରୀମାସ ୩୧ତାରିଖ ୨୦୨୬ ମସିହା(ଶନିବାର) ମାଘମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୮/୩୯ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୨/୨୧ ଗତେ ପୂଷ୍ୟା,ସୁର୍ୟୋଦୟ-ପ୍ରାତଃଘ୦୬/୨୬/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୩୫,ଯୋଗିନୀ ଦକ୍ଷିଣେ ଦିବା ଘ୦୮/୩୯ ଗେତେ ପଶ୍ଚିମେ,କନ୍ୟାରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ରାତ୍ରି ଘ୦୨/୨୨ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଦିବା ଘ୦୪/୧୦ ଗତେ ଘ୦୫/୩୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୫ ଗତେ ଘ୦୨/୪୯ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୦/୨୬ଗତେ ଘ୦୧/୨୪ ମଧ୍ୟେ ଓ ରାତ୍ରି ଘ୦୭/୫୬ଗତେ ଘ ୧୦/୨୦ମଧ୍ୟେ ଓ ରାତ୍ରି ଘ୧୧/୫୬ ଗତେ ଘ୦୧/୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବାଇଗଣ ଦିବା ଘ୦୮/୩୯ ଗତେ ବିରିଭକ୍ଷଣ ନିଷେଧ।
ମେଷ-ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେ ମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ।ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ।ଯାତ୍ରା, ପ୍ରଶାସନ,ବାଣିଜ୍ୟ,ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।
ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଏଜେନ୍ସିରେ ସମସ୍ୟା ଦୂର ହେବ।
ମିଥୁନ-ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ-ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
ସି˚ହ-ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
ତୁଳା-ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା-ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ-ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ,ଜମିଜମା, ପ୍ଲଟକାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର-ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
କୁମ୍ଭ-ଆଜି ପୂର୍ବପରି ସବୁ କିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ-ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନଘଟିବ।ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁନାହିଁ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!