ଜୁଲାଇମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ଆଷାଢ଼ମାସ,ଶୁକ୍ଳପକ୍ଷତିଥି- ପୁର୍ଣିମା ରାତ୍ରିଘ୦୮/୧୪ଗତେ ପ୍ରତିପଦ,ନକ୍ଷତ୍ର-ଉତ୍ତରାଷାଢା ଦିବାଘ୦୮/୩୦ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୨/୪୦,ଯୋଗିନୀ ବୟବ୍ୟେ ରାତ୍ରିଘ୦୮/୧୪ଗତେ ପୂର୍ବେ,ସିଂହ ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୮/୪୦ଗତେ ଘ୧୦/୧୮ମଧ୍ୟେ,ବାରବେଳା-ଦିବା ଘ୧୧/୫୨ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୭/୦୨ ମଧ୍ୟେ ଓ ରାତ୍ରି ଘ୦୭/୧୧ଗତେ ଘ୦୯/୩୭ମଧ୍ୟେ ରାତ୍ରି ଘ୦୨/୨୪ ଗତେ ଘ୦୫/୧୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୫୧ଗତେ ଘ୦୫/୨୫ ମଧ୍ୟେ ରାତ୍ରି ଘ୦୯/୩୮ଗତେ ଘ୧୧/୧୩ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୦୮/ ୧୪ଗତେ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ👉🏼ଅଭାବ ଲାଗି ରହିଥିଲେମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି।କାଳେ ଦେବାକୁପଡ଼ିବ,ଏହିବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।ପରିବାର ଓ ପରିବହନ ତଥା ବ୍ୟବସାୟିକଦିଗରୁ ଲାଭବାନ୍ ହେବେ।ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
ବୃଷ 👉ପାରିବାରିକକ୍ଷେତ୍ରରେ କାହାର ଛୋଟକଥାକୁ ଧରି ବସିବା ଠିକ୍ ହେବନାହିଁ।ଆଜିର ବନ୍ଧୁମିଳନ ପ୍ରକୃଷ୍ଟସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ,କଚେରିମାମଲା,ପରିବହନ ଦିଗରୁ ଲାଭବାନ୍ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକକାମରେ ଦୃଢ଼ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
ମିଥୁନ👉ଆକସ୍ମିକ କୌଣସିବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ।ବହୁଦିନରୁ ରହିଯାଇଥିବା ଅର୍ଥଆଦାୟ କରିବାରେ ସକ୍ଷମ ହେବେ।ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କବ୍ୟାହତ ହୋଇପାରେ।ବ୍ୟବସାୟରେ ଲାଭମିଳିବ,ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
କର୍କଟ👉ଆଜି ବିଭିନ୍ନପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତାକରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ।କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇଆସିବା ସମ୍ଭାବନା ରହିଛି।
ସିଂହ👉ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।ଆଗାମୀ କାଲିର ମାଙ୍ଗଳିକକାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍ଦାର କରିପାରନ୍ତି।କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
କନ୍ୟା👉ଆଜି ବନ୍ଧୁଙ୍କ ପରାମର୍ଶା ନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି।ପାରିବାରିକ କ୍ଷେତ୍ରରେ କୌଣସିସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳହେବେ।ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟକାମ କରିବେ।
ତୁଳା👉ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରାରହିଯିବା ଆଶଙ୍କା ଦେଖାଦେବ,ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ,ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ବିଛା👉ଆପଣ ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସିନପାରେ।ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ,କଳା,ବୈଷୟିକକ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସିକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
ଧନୁ👉ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାଅନୁରୂପ ଫଳ ପାଇବେ।ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
ମକର👉 ଆଜି ଏଣୁତେଣୁ ଗୁଡ଼ାଏକଥା ମନରେ ସ୍ଥାନଦେବା କାରଣରୁ କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗିବନାହିଁ।ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତିସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
କୁମ୍ଭ👉ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥହେବେ,ମନୋରଞ୍ଜନ,ବନ୍ଧୁମିଳନ, ଆଲୋଚନା,ସମିତି କିମ୍ବା ଯାତ୍ରାପାଇଁ ଆଗ୍ରହୀ ହୋଇପାରନ୍ତି।କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢ଼ିପାରେ।
ମୀନ👉ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନାକରିବା ଭଲହେବ।ବିବାଦୀୟଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି,ସେଥିରେ କିଛି ହେବନାହିଁ।ଯାତ୍ରା ସମୟରେ କଥାଦେଇଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତହୋଇ ପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲହେବ ।