ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୮ତାରିଖ ଶୁକ୍ରବାର।
ସର୍ବବୈଷ୍ଣବ ସମ୍ମତ ନନ୍ଦୋତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୩୬/୧,ସୂର୍ଯ୍ୟାସ୍ତ- ଘ୫/ ୫୩/୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ନବମୀ ଅପରାହ୍ନ ଘ୫/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଅପରାହ୍ନ ଘ୫/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଦୋଷ ହେତୁ ଅପରାହ୍ନ ଘ୫/୧୧ମି ପରେ ରାତ୍ରି ଘ୧୧/୯ମି ମଧ୍ୟେ ଯାତ୍ରା ଶୁଭ। ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଲାଉ ଅପରାହ୍ନ ଘ୫/୧୧ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୯ମି ରୁ ଘ୧୧/୪୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୮/୪୫ମି ରୁ ଘ୧୦/୧୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧୩ମି ମଧ୍ୟେ, ଘ୮/୧ମି ରୁ ଘ୧୦/ ୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୨/୨୫ମି ମଧ୍ୟେ, ଘ୪/୧ମି ରୁ ଘ୫/୩୭ମି ମଧ୍ୟେ, ରାତ୍ରି ଘ୭/୨୫ମି ରୁ ଘ୯/୧ମି ମଧ୍ୟେ, ଘ୩/୨୫ମି ରୁ ଘ୪/୧୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୧୦/୩୭ମି ରୁ ଘ୧୧/୨୫ମି ମଧ୍ୟେ, ଘ୪/୧୩ମି ରୁ ରାତ୍ରିଶେଷ ୫/୩୬ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାହିଁ।ଶୁଭକର୍ମ:-ହଳପ୍ରବାହ, ବୀଜବପନ, ଦୂରଯାତ୍ରା, ବୃକ୍ଷରୋପଣ, ଔଷଧକରଣ, ବିଦ୍ୟାରମ୍ଭ, କ୍ରୟବିକ୍ରୟ, ଯାନକ୍ରୟ, ଯାନପୂଜା।
🐏ମେଷ👉ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇ ପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳ ମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ ।
🐮ବୃଷ👉ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କ ଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇ ପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩‍❤️‍👨ମିଥୁନ👉କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ👉ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବ ସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ👉ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
🙎‍♀️କନ୍ୟା👉ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇ ପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବ ଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନା ଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
⚖️ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରି ବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
🦂ବିଛା👉ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରି ବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
🏹ଧନୁ👉ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ |
🐊ମକର👉ଦିନଟି ଆଶ୍ଚର୍ଯ୍ୟ ମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବ ସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
🏺କୁମ୍ଭ👉ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅ ନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
🐟ମୀନ👉ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁ ମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ !! ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

ଗଣେଶଚତୁର୍ଥୀ ପାଇଁ ଘରକୁ କେବେଆଣିବେ ଗଣପତି?
ଅମଙ୍ଗଳରୁ ବଞ୍ଚିବାପାଇଁ ଧ୍ୟାନଦିଅନ୍ତୁ ଏହିକଥା ଉପରେ..
ଏହିବର୍ଷ ଗଣେଶଚତୁର୍ଥୀ ମଙ୍ଗଳବାର,୧୯ ସେପ୍ଟେମ୍ବରରୁ ଆରମ୍ଭହେଉଛି। ହିନ୍ଦୁକ୍ୟାଲେଣ୍ଡର ଅନୁଯାୟୀ, ଗଣେଶ ଚତୁର୍ଥୀ ଭାଦ୍ରବମାସର ଶୁକ୍ଲପକ୍ଷର ଚତୁର୍ଥଦିନରେ ପାଳନକରାଯିବ। ଏହିତିଥିରୁ ୧୦ଦିନର ଗଣେଶଉତ୍ସବ ଆରମ୍ଭ ହୋଇଯାଏ ।ଯାହା ଅନନ୍ତଚତୁର୍ଦ୍ଦଶୀ ବା ଭାଦ୍ରବ ଶୁକ୍ଳଚତୁର୍ଦ୍ଦଶୀତିଥିକୁ ଗଣେଶବିସର୍ଜନ ପର୍ଯ୍ୟନ୍ତଚାଲିଥାଏ ।ଗଣେଶଚତୁର୍ଥୀରେ ଲୋକମାନେ ଗଣପତିଙ୍କୁ ଘରକୁଆଣନ୍ତି । ତାଙ୍କୁସ୍ଥାପନାକରି ପୂଜାର୍ଚ୍ଚନା କରିଥାନ୍ତି । ଗଣପତିଙ୍କ ଆଗମନରେ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ବିଘ୍ନବାଧା ଦୂରହୋଇଥାଏ । ମନରେ ପ୍ରଶ୍ନଥିବଯେ, ଗଣେଶଚତୁର୍ଥୀ ପାଇଁ ଘରକୁ ଗଣପତିଙ୍କୁ କେଉଁସମୟରେ ଆଣିବା ଉତ୍ତମହେବ । ଘରକୁ ଗଣେଶ ମୂର୍ତ୍ତି ଆଣିବାର ଶୁଭମୁହୁର୍ତ୍ତ କଣ? ଏହାରିମଧ୍ୟରେ କେଉଁ ବିଷୟରେ ଧ୍ୟାନରଖିବା ଉଚିତ?
କାଶିର ଜ୍ୟୋତିଶାଚାର୍ଯ୍ୟ ଚକ୍ରପାନିଭଟ୍ଟଙ୍କ କହିବାଅନୁଯାୟୀ, ଭାଦ୍ରବମାସ ଶୁକ୍ଳପକ୍ଷର ଚତୁର୍ଥୀତିଥି ସେପ୍ଟେମ୍ବର ୧୮ ରୁ ୧୨.୩୯ରୁ ଆରମ୍ଭହୋଇ ସେପ୍ଟେମ୍ବର୧୯ରେ ୦୧.୪୩ପର୍ଯ୍ୟନ୍ତ ରହିବ। ଉଦୟତିଥୀକୁ ଦୃଷ୍ଟିରେ ରଖି ଗଣେଶଚତୁର୍ଥୀ ୧୯ସେପ୍ଟେମ୍ବରରେ ପାଳନକରାଯିବ। ଏହିବର୍ଷ ଗଣେଶଚତୁର୍ଥୀରଦିନ ରବିଯୋଗ ଗଠନହେଉଛି, ଯାହାକି ସକାଳ୦୬:୦୮ ରୁ ୦୧:୪୮ପର୍ଯ୍ୟନ୍ତ ଅଟେ। ଗଣେଶପୂଜା ପାଇଁ ଶୁଭସମୟ ୧୧:୦୧ ରୁ ୦୧:୨୮ ଅଟେ।ସେପ୍ଟେମ୍ବର୧୯ରେ ରବିଯୋଗରେ ଗଣେଶଙ୍କ ମୂର୍ତ୍ତି ଆଣିପାରିବୋ କାରଣ ସେହିଦିନ ପୂଜା ମୁହୁର୍ତ୍ତ ଅପରାହ୍ନରେ। ଅବଶ୍ୟ ଯେଉଁମାନେ ୧୮ସେପ୍ଟେମ୍ବରଦିନ ଗୋଟିଏଦିନ ପୂର୍ବରୁ ଗଣପତିଙ୍କୁ ଘରକୁ ଆଣିବାକୁ ଚାହୁଁଛନ୍ତି, ସେମାନଙ୍କପାଇଁ ଶୁଭସମୟ ଅଭିଜିତ୍ ମୁହୂର୍ତ୍ତ ସର୍ବୋତ୍ତମବୋଲି ବିବେଚନା କରାଯାଏ। ସେପ୍ଟେମ୍ବର ୧୮ରେ ଅଭିଜିତ୍ ମୁହୂର୍ତ୍ତ୧୧:୫୧ ରୁ ୧୨:୪୦। ସେହିଦିନ ରବିଯୋଗ ୧୨:୦୮ ରୁ ୦୬:୦୮ ପରଦିନ।

Comments (0)
Add Comment