ଆଜିର ରାଶିଫଳ

ଏହି ଦିଗକୁ ମୁଣ୍ଡ କରି ଶୋଉଥିଲେ ଲାଗିରହିବ ରୋଗ, ଧନର ଅଭାବ ଏବଂ ଅଶାନ୍ତି......

ମଇ ମାସ ୧୧ ତାରିଖ ୨୦୨୫ ମସିହା (ରବିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୪୫ ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୪୬ ଗତେ ବାୟବ୍ୟେ,ମେଷରାଶିର ଘାତବାର,
ଚତୁର୍ଦ୍ଦଶୀର  ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ଗତେ ଘ୦୧/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୦୪ ଗତେ ଘ୦୯/୧୭ ମଧ୍ୟେ ରାତ୍ରି ଘ୦୭/୪୬ ଗତେ ଘ୦୯/୨୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୪ ମଧ୍ୟେ ଓ ଘ୦୧/୦୦ ଗତେ ଘ୦୧/୧୭ମଧ୍ୟେ,ଅଦ୍ୟ ବିରି ଓ ରାତ୍ରି ଘ୦୭/୪୬ ଗତେ ଆମିଷ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ବାସ୍ତୁଶାସ୍ତ୍ରରେ ଖାଦ୍ୟ ଖାଇବା,ଶୋଇବା, ପାଠପଢିବା, ପୂଜାକରିବା ପାଇଁ ସଠିକ୍ ଦିଗର ବର୍ଣ୍ଣନା କରାଯାଇଛି ।ସେହିଭଳି ଭୁଲ୍ ଦିଗରେ ଏସବୁ କାମ କରିବାଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।ଜୀବନରେ ଅଶାନ୍ତି, ଘରେ କଳହ, ଆର୍ଥିକସସମ୍ୟା ଲାଗିରହିଥାଏ ।ରୋଗ-ଧନର ଅଭାବ ମଧ୍ୟ ଲାଗିରୁହେ ।ବାସ୍ତୁଅନୁସାରେ ଭୁଲ୍ ଦିଗକୁ ମୁଣ୍ଡକରି ଶୋଇଲେ ଶରୀରରେ ରୋଗ ଲାଗିରହିଥାଏ ।କୁହାଯାଏ ପର୍ୟ୍ୟାପ୍ତ ଓ ଶାନ୍ତିରେଶୋଇଲେ ଶରୀର ସୁସ୍ଥରହିଥାଏ ।ବାସ୍ତୁଅନୁସାରେ ସଠିକ୍ ଦିଗକୁ ମୁଣ୍ଡ କରି ଶୋଇଲେ ଭଲନିଦ,ଦେବୀ-ଦେବତାଙ୍କ ଆଶୀର୍ବାଦ,କୃପାପ୍ରାପ୍ତି ହୋଇଥାଏ ।
ଭୁଲ୍ ଦିଗକୁ ମୁଣ୍ଡକରି ଶୋଇଲେ, ମାନସିକଦୁଃଶ୍ଚିନ୍ତା ସହ ଅନେକ ଶାରିରୀକସମସ୍ୟା ଓ ଧନଅଭାବ ଲାଗି ରହିଥାଏ।ବାସ୍ତୁଅନୁସାରେ ଉତ୍ତରଦିଗକୁ ମୁଣ୍ଡକରି ଶୋଇବା ଉଚିତ୍ ନୁହେଁ। ଏହାଦ୍ୱାରା ଅଶୁଭ ପ୍ରଭାବ ପଡିଥାଏ ।ଏହିଦିଗକୁ ମୁଣ୍ଡକରି ଶୋଇଲେ ରକ୍ତସଞ୍ଚାଳନ ସଠିକ୍ ଭାବେ ହୋଇ ପାରିନଥାଏ । ଉନ୍ନତି ହୋଇନଥାଏ ।ଶରୀରରେ ଶକ୍ତିରଅଭାବ, ମାନସିକଅଶାନ୍ତି ସହ ଅନ୍ୟାନ୍ୟ ରୋଗ ଲାଗି ରହିଥାଏ।ଆର୍ଥିକସମସ୍ୟା ସହ କରଜ ମଧ୍ୟ ଲାଗି ରହିଥାଏ।ମାତ୍ର ଦକ୍ଷିଣଦିଗକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି ମାନ୍ୟତାରହିଛି। ଶାନ୍ତି ଓ ଆରାମଦାୟକ ନିଦ ହୋଇଥାଏ।ଦକ୍ଷିଣ ଭଳି ପୂର୍ବ ଓ ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡକରି ଶୋଇପାରିବେ।ମାତ୍ର ଉତ୍ତରଦିଗକୁ ମୁଣ୍ଡକରି ଶୋଇବାକୁ ବାରଣ କରାଯାଇଛି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗାମାୟା!!

Comments (0)
Add Comment