ଆଜିର ରାଶିଫଳ

ଘରେ ସବୁବେଳେ କଳହ ଲାଗି ରହୁଛି କି ?

ଜୁନମାସ ୨୩ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୨୩ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-କୃତ୍ତିକା ଦିବା ଘ୦୪/୦୩ ଗତେ ରୋହିଣୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୫ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୨୩ଗତେ ପଶ୍ଚିମେ ,ବିଛାରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
,କାଳବେଳା -ଦିବା ଘ୦୬/୫୩ଗତେ ଘ୦୮/୩୨ ମଧ୍ୟେ ,ବାରବେଳା- ଦିବା ଘ୦୩/୦୬ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୩ଗତେ ଘ୧୦/୦୨ମଧ୍ୟେ ଓ ରାତ୍ରି ଘ୦୯/୩୮ ଗତେ ଘ୧୨/୪୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୩୦ଗତେ ଘ୦୫/୧୨ ମଧ୍ୟେ ,ଅଦ୍ୟ ବାଇଗଣଭକ୍ଷଣ ନିଷେଧ।
ମେଷ-ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ବୃଷ-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।
ମିଥୁନ-ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କର୍କଟ-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ୟ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ସିଂହ-ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ୟ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ୟ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
କନ୍ୟା-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ବଜାୟରହିବ। ନୂଆ କାର୍ୟ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ତୁଳା-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
ବିଛା-ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ଧନୁ-ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ୟ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
ମକର-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।
କୁମ୍ଭ-ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।
ମୀନ-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ୟ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଦୂରଯାତ୍ରାର ଯୋଗ ଅଛି।

ଘରେ ସବୁବେଳେ କଳହ ଲାଗି ରହୁଛି କି ? ବାସ୍ତୁଦୋଷ ହିସାବରେ ଏପରି କରନ୍ତୁ ଠିକ୍…
ଅନେକଥର ଏମିତି ହୋଇଥିବ, ଘରେ କୌଣସିଜିନିଷର ଅଭାବନଥିବ, କିନ୍ତୁ କଳହ ସବୁବେଳେ ଲାଗିରହୁଥିବ। ଏପରିକି ଘରର ଉନ୍ନତିପଥରେ ବାରମ୍ବାର ବାଧାଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗିରହୁଥିବ ଇତ୍ୟାଦି। କୁହାଯାଏ, ଏସବୁ କୁଆଡ଼େ ଘରେଥିବା ବାସ୍ତୁଦୋଷ ଯୋଗୁ ହୋଇଥାଏ। ତେବେ କଣକଲେ ଏସବୁରୁ ମୁକ୍ତିପାଇହେବ ଜାଣନ୍ତୁ…
ଘରର ମୁଖ୍ୟଦ୍ୱାରକୁ ସର୍ବଦାସଫାସୁତୁରା ରଖିବା ସହ ଏଠାରେ ଯେମିତି ଭଲ ଆଲୋକ ପଡିପାରୁଥିବ ସେ ବ୍ୟବସ୍ଥା କରିବା ଦରକାର।
ରୋଷେଇ ଘରକୁ ସଫାରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁଦେବା ଶୁଭ ହୋଇଥାଏ।
ସପ୍ତାହକୁଥରେ ହେଉନା କାହିଁକି ଘରେ ଝୁଣାଧୂଆଁ ଦେବାଦ୍ୱାରା ଘରୁ ନକାରାତ୍ମକଊର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ଘରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଠିକ୍‌ ନୁହେଁ। ଏହା ବି ବାସ୍ତୁ ସମସ୍ୟାକୁ ଡାକି ଆଣିଥାଏ।
ଘରେ କୌଣସି ଭଙ୍ଗାରୁଜାଜିନିଷ କିମ୍ବା ଅଳିଆଆବର୍ଜନାକୁ ଗଦେଇକରିରଖିବା ଠିକ୍‌ ନୁହେଁ। ଏହାରକୁପ୍ରଭାବ ମଧ୍ୟ ଘରରସୁଖଶାନ୍ତି ଉପରେ ପଡିଥାଏ।
ଯେଉଁ ଫର୍ନିଚର୍‌ର କୋଣଗୁଡ଼ିକ ଗୋଲାକାରଆକୃତିର ହୋଇଥିବ ସେହିଫର୍ନିଚର୍‌କୁ ଘରେପକାଇବା ଶୁଭ ହୋଇଥାଏ।
ସେହିପରି ଘରେଲାଗିଥିବା କୌଣସିଟ୍ୟାପ୍‌ରୁ ଯେମିତି ପାଣିଲିକ୍‌ କରୁନଥିବ ଏବଂ ଜଳନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତରଦିଗରେ ହୋଇଥିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment