ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖ (ଶନିବାର)ପୌଷ ମାସ,ଶୁକ୍ଲପକ୍ଷ ,ତିଥି-ନବମୀ ରାତ୍ରୀ ଘ୭/୦୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୪/୪୯,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୪/୧୮,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଲାଉ ରାତ୍ରୀ ଘ୭/୧ ଗତେ କଳମ ଶାଗ ଭକ୍ଷଣ ନିଷେଧ।
🐏ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି । ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ । ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ-ବନ୍ଧୁ ବାନ୍ଧବ ମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ହାଲୁକା ହେବ । ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁରେଇ ଗଲା ପରି ଲାଗିପାରେ ।
👩‍❤️‍👨ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥା କୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରି ଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
🦀କର୍କଟ- ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ-ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎‍♀️କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
⚖️ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
🦂ବିଛା- ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
🐊ମକର- ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
🏺କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
🐟ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।
ନୀତିବାଣୀ-ପାଦକୁ ନିଶୁଣୀ ? ବିଷୟଟି ଅସ୍ବାଭାବିକ ମନେ ହୁଏ, ତେବେ ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ସତ୍ୟ।ସେହି ପାଦ ଏତେ ଉଚ୍ଚ ଯେ, ବିନା ନିଶୁଣି ରେ ତାକୁ ଛୁଇଁ ହୁଏ ନାହିଁ।ତାହା ହେଉଛି ” ପଦ୍ମପାଦ ” ଯେଉଁ ପାଦକୁ ପାଇବାକୁ ଯୁଗ ଯୁଗ ଧରି ଦେବତା, ଯକ୍ଷ, ଗନ୍ଧର୍ବ, ମୁନି ଋଷି, ସାଧୁ ସନ୍ଥ ଜୀବନ ହରାଇ ଛନ୍ତି କିନ୍ତ୍ତୁ ସେ ନିଶୁଣି କୁ ଚଢ଼ି ପାଦ ରେ ପହଂଚି ପାରି ନାହାନ୍ତି ? ଆମେ ସଧାରଣ ମଣିଷ ହୋଇ ଚେଷ୍ଟା କଲେ କ୍ଷତି ନାହିଁ !ସ୍ଵର୍ଗକୁ ନିସୁଣୀ ଦରକାର ନାହିଁ।
ବାସ୍ତୁଟିପ୍ପଣୀ-ଜାଣନ୍ତୁ କାହିଁକି ଘରେ ଏବଂ ଅଫିସରେ ଲଗାଇବା ଦରକାର ଦୌଡୁଥିବା ଘୋଡାର ଫଟୋ ?
ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଟେ ମଣିଷର ଇଚ୍ଛା ଏତେ ଅଧିକ ହୋଇଥାଏ କି ସେ ସରିବାର ନାମ ହିଁ ନିଏନି । ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷକୁ ବହୁତ ସାରା ଟଙ୍କାର ଆବଶ୍ୟକ ପଡିଥାଏ । ଏହି ଦୁନିଆର ସବୁ ମଣିଷ ଧନୀ ହେବାକୁ ଚାହାନ୍ତି । ଟଙ୍କା କମାଇବା ଚକରରେ ମଣିଷ ଏହା ଭୁଲି ଯାଇଥାଏ କି ସେ ସେଟାବେଳେ ଧନୀ ହୋଇଥାଏ, ଯେତବେଳେ ତାର ନିଜ ସ୍ୱାସ୍ଥ୍ୟ ଠିକ ଥାଏ ଏବଂ ଏହା ସହିତ ତା ଭିତରେ ପଇସା କମାଇବାର ଶକ୍ତି ଭରପୁର ହୋଇରହିଥାଏ । ଯେଉଁ ମଣିଷ କଠିନ ପରିଶ୍ରମ କରିଥାଏ ତାକୁ ସଫଳ ହେବାରେ କେହି ରୋକୀ ପାରନ୍ତି ନାହିଁ ।ଏହାଛଡା ଯଦି ବାସ୍ତୁ ଶାସ୍ତ୍ର ହିସାବରେରେ କାମ କରିବା ତାହେଲେ ବି ଆପଣଙ୍କୁ ବୃଦ୍ଧି ମିଳିଥାଏ ।
କେତେ ଥର ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ବି ବହୁତ ମହତ୍ବପୂର୍ଣ ହୋଇଥାଏ । ଏଠି ପାଇ ଆମେ ଆଜି ଆପଣଙ୍କୁ ଦୌଡୁ ଥିବା ଘୋଡାର ଏକ ଏମିତି ଉପାୟ ଆଣିଛୁ ,ଯାହାକୁ କରିବା ପରେ ସଫଳତା ଆପଣଙ୍କ ପାଖକୁ ଆସିବ । ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲାଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା ,ତେଜ ,ଉନ୍ନତି ,ଏବଂ ତାକତର ପ୍ରତୀକ ବୋଲି କୁହାଯାଏ ।
ଶାସ୍ତ୍ରଅନୁସାରେ ୭ ଅଙ୍କଟି ସାର୍ବଭୋମିକ ଏବଂ ପ୍ରକୃତିକ ହୋଇଥାଏ । ଏହା ଛଡା ଇନ୍ଦ୍ରଧନୁ ରେ ବି ସାତଟି ରଙ୍ଗ ରହିଥାଏ ,ଏହା ସହିତ ସାତ ରୁଷି ,ବିବାହରେ ସାତ ଫେରା ଇତ୍ୟାଦିରେ ସାତ ଅଙ୍କ ରହିଅଛି । ସେଥିପାଇଁ ସାତ ଘୋଡାର ଫଟୋ ଆଣି ଲଗାଇଲେ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଆପଣଙ୍କ ଅଫିସର ପ୍ରଗତି ବଢାଇବାକୁ ଚହନୁ ଛନ୍ତି ତାହେ ଆପଣ ଆପଣଙ୍କ ଚାମ୍ବର ରେ ସାତଟି ଦୌଡୁ ଥିବା ଘୋଡାର ଫଟୋ ଆଣି ମାରନ୍ତୁ । ଏହି ଫଟୋକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ ।
ଏହା ଦ୍ଵାରା ନକରାତ୍ମକ ଶକ୍ତି ବି ନାଶ ହୋଇଥାଏ । ଏହା ଛଡା ଯଦି ଆପଣ କରଜରେ ପରିସାନ ଅଛନ୍ତି ତେବେ ଘର ବା ଅଫିସ ର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ ଘୋଡା ର ଯୋଡା ରଖନ୍ତୁ । ଆମେ ପାର୍ଥନା କରୁଛୁ କି ଏହି ଦୌଡୁ ଥିବା ଘୋଡାର ଫଟୋ ଲଗାଇବା ଫଳରେ ଆପଣ କିସ୍ମତ ବି ଦୌଡିବାକୁ ଲାଗିବ ।ଆଜିର ଦିନଟି ମଙ୍ଗଳ ମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment