Browsing author

SATYA SANDHANA DESK

ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। […]

ରାସ୍ତାରେ ବସିଛନ୍ତି ୱାଗନ ଲୋଡିଂଶ୍ରମିକ

କେନ୍ଦୁଝର,୧ା୮(ଏସଏସନିଉଜ) ହରିଚନ୍ଦନପୁରବ୍ଲକ୍ ବ୍ରାହ୍ମଣୀପାଳଠାରେ ୱାଗନଲୋଡିଂ ଶ୍ରମିକମାନେ ବ୍ରାହ୍ମଣୀପାଳ-ଦୈତାରି ରାସ୍ତାକୁ ପ୍ରବଳବର୍ଷାରେ ଅବରୋଧ କରିଛନ୍ତି। ଯାହାଫଳରେ ରାସ୍ତାକଡ଼ରେ ଶହଶହ ଟ୍ରକ୍ ଛିଡ଼ା ହୋଇ ଚାଳକ ଓ ହେଲପର୍‌ମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।ତେବେ ଛୋଟ ଗାଡ଼ି ଗୁଡ଼ିକୁ ଛାଡ଼ୁଥିବା ବେଳେ ଭାରୀଯାନଗ ଗୁଡ଼ିକୁ ଅଟକ ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।୩୬ଘଂଟା ବିତିଯାଇଥିଲେ ମଧ୍ୟ ରାସ୍ତାରୋକ ଚାଲୁଥିବାରୁ ଚାଳକ ଓ ହେଲପର୍‌ମାନେ ଖାଇବା ପାଇଁ ବହୁ ହଇରାଣ ହରକତ […]

କଲୋନୀରୁ ସିରିଜ୍ ଚୋରି

ରାଉରକେଲା, ୧ା୮(ଏସଏସନିଉଜ) ଟେନସାଫାଣ୍ଡି ଅଧୀନସ୍ଥ ଜିନ୍ଦଲକମ୍ପାନୀ କଲୋନୀରେ ଗତକାଲିରାତିରେ ୬ କ୍ୱାର୍ଟସରେ ଚୋଘରମାନେ କଳାକନା ବୁଲାଇଛନ୍ତି। କ୍ୱାର୍ଟସରେ ତାଲାଭାଙ୍ଗି ଚୋରମାନେ ଲକ୍ଷାଧିକଟଙ୍କାର ସୁନାଗହଣା ଓ ନଗଦଅର୍ଥ ଲୁଟି ନେଇଛନ୍ତି। ଖଣିରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀ ଛୁଟିରେ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଏମିତି କାଣ୍ଡ ଭିଆଇଛନ୍ତି।ପୋଲିସ ପହଁଚି ତଦନ୍ତଆରମ୍ଭ କରିଛି ।  

ଭଦ୍ରକରେ ଚାଲିଲା ମୋହନଙ୍କ ବୁଲଡୋଜର

ଭଦ୍ରକ, ୧ା୮(ଏସଏସନିଉଜ) ଗୁରୁବାରଭଦ୍ରକର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ବୁଲଡୋଜର ଚାଲିଛିା ପ୍ରଥମଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀଜମିକୁ ଅବରୋଧକରି ହୋଇଥିବା ଦୋକାନଗୁଡିକୁ ଜିଲ୍ଲା ପ୍ରଶାସନଉଚ୍ଛେଦ କରିଛି । ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, […]

ଆରମ୍ଭ ହେଲା ବିଜେପି-ବିଜେଡ଼ି ବାକ୍‌ଯୁଦ୍ଧ

ଭୁବନେଶ୍ବର, ୧ା୮(ଏସଏସନିଉଜ) ମମତାଙ୍କ ଇସ୍ତଫାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହିଘଟଣାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।କିନ୍ତୁ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୧ ତାରିଖ ୨୦୨୪ ମସିହା(ଗୁରୁବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୩/୪୫ ଗତେ ତ୍ରୟୋଦଶି,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୪ ,ଯୋଗିନୀ ନୈରୁତେ ଦିବା ଘ ୦୩/୪୫ ଗତେ ଦକ୍ଷିଣେ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୩/୦୫ ଗତେ ଘ୦୬/୧୭ ମଧ୍ୟେ,ମୃତେ ଦିବା ଘ୦୩/୪୫ ମଧେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୯ ଗତେ ଘ୦୩/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- […]

କମୁଛି ମୁଣ୍ଡଳୀ ଜଳସ୍ତର

ଭୁବନେଶ୍ବର,୩୧/୭(ଏସଏସନିଉଜ)କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର।ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଛି।ଅପଷ୍ଟ୍ରିମ୍‌ରେ ୮୭.୮୦ ଓ ଡାଉନଷ୍ଟ୍ରିମ୍‌ରେ ୮୪.୯୦ ଫୁଟ ଜଳସ୍ତର ରହିଛି।ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନଥିବାର ଜଣାପଡିଛି।ଅନ୍ୟପଟେହୀରାକୁଦର ୨ଟି ଗେଟ୍ ବନ୍ଦ ହୋଇଛି।ଏବେ ୧୮ଟିଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।ବାମପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍‌ ଖୋଲାରହିଛି।ହୀରାକୁଦର ଜଳସ୍ତର ୬୧୧.୮୫ […]

କେରଳ ଭୂସ୍ଖଳନ- ୧୪୩ମୃତ

ଭୁବନେଶ୍ବର,୩୧/୭(ଏସଏସନିଉଜ)କେରଳ ୱାଏନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୩ ରେ ପହଁଚିଛି।ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା।

ତ୍ରିଶୁଳିଆ ବ୍ରିଜରେ ଅଜଣାସ୍କୁଟି

  କଟକ,୩୧/୭(ଏସଏସନିଉଜ) ତ୍ରିଶୁଳିଆ ସୁବାଷ ସେତୁରେ ନାଲି ସ୍କୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ, ଆରୋହୀଙ୍କ ମିଳୁନି ପତ୍ତା।କେହି ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗାଡ଼ିର ନମ୍ୱର ଯାଞ୍ଚ କରି ଗାଡ଼ି ମାଲିକ ର ନାମ ଓ ଠିକଣା ଜାଣିବାକୁ ଉଦ୍ୟମ କରିଛି ପୋଲିସ।ଏହାସହ ସେହି ପରିବାରକୁ ଗାଡ଼ି ଥୁଆ ହୋଇଥିବା ନେଇ […]

୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ!

ଭୁବନେଶ୍ବର,୩୧/୭(ଏସଏସନିଉଜ)୩ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ।ରାଜ୍ୟରେ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସେଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ମାଲକାନଗିରି ।ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି।କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ଚେତାବନୀ ଦିଆଯାଇଛି।