Browsing author

SATYA SANDHANA DESK

୬୦ ଲକ୍ଷ ହଡ଼ପ

ଭୁବନେଶ୍ୱର,୭ା୫(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରାଯାଇଛି ।ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗୁଜରାଟରୁ ୪ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୪ଜଣ ସାଇବର ଠକ ଅନଲାଇନ୍ ଟ୍ରେଡିଂ ନାମରେ ୨୦ ଦିନରେ ୬୦ଲକ୍ଷ ହଡ଼ପ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।  

ପ୍ରତିବାଦ କରିବାରୁ ପଡ଼ୋଶୀଙ୍କୁ ହତ୍ୟା

ଭୁବନେଶ୍ୱର,୭ା୫(ଏସଏସନିଉଜ) ଢ଼େଙ୍କନାଳଜିଲ୍ଲା କାମାକ୍ଷାନଗରଥାନା ବାଉଁଶପାଳ ଶବରସାହିରେ ଠେଙ୍ଗାରେପିଟି ଜଣଙ୍କୁ ହତ୍ୟା କରାଯାଇଛି ।ସ୍ୱାମୀସ୍ତ୍ରୀଙ୍କ କଳହ ଚାଲିଥିବାବେଳେ ପଡୋଶୀ ପ୍ରତିବାଦକରିବାରୁ ଠେଙ୍ଗାରେ ମାଡ଼ମାରିଥିବା ଅଭିଯୋଗ ହୋଇଛି  ।ଅଭିଯୁକ୍ତ ନିରଭୁତିଆଙ୍କ ଠେଙ୍ଗାମାଡ଼ରେ ପଡୋଶୀ ରୋହିତପଧାନଙ୍କ ମୃତ ହୋଇଛି ।ଘଟଣାସ୍ଥଳରେ କାମାକ୍ଷାନଗରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଅନୁସାରେ ଖମାରଅଞ୍ଚଳର ନିରଭୁତିଆ ବାଉଁଶପାଳ ଶବରସାହିରେ ଶ୍ୱଶୁରଘରେ ରହୁଥିଲେ ।ସବୁବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲାା

ଭୋଟଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ ।। ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ […]

ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

କଣ୍ଟାବାଞ୍ଜି,୭।୫(ଏସଏସନିଉଜ)ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ ହୋଇଛି।ଏନ୍ଏଚ୍ ୧୬ ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁ ନିକଟରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ଓ ମୃତକଙ୍କ ସର୍ମ୍ପକିୟ ।କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ରୋକିଛନ୍ତି ପରିବାରଲୋକ।ଯାହାଫଳରେ ଯାତାୟତରେ ବାଧକ ସୃଷ୍ଟିହୋଇଛି ।

୪ର୍ଥପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୭।୫(ଏସଏସ ନିଉଜ)ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶପାଇଛି।୬ ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶପାଇଛି।ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବମତଦାନ। ମୟୂରଭଞ୍ଜ,ବାଲେଶ୍ବର, ଭଦ୍ରକ, ଯାଜପୁରରେ ମତଦାନ ବିଜ୍ଞପ୍ତି।କେନ୍ଦ୍ରାପଡା ଓ ଜଗତସିଂହ ପୁରରେ ମତଦାନ ପାଇଁ ବିଜ୍ଞପ୍ତିପ୍ରକାସ ପାଇଛି

ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୭।୫(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଆଜି ଭାଗ୍ୟ ପରୀକ୍ଷା । ଗୁଜରାଟର ଗାନ୍ଧିନଗରରୁ ଲଢ଼ୁଛନ୍ତି ଶାହ।ଏହାସହମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଆଜି ହେଉଛି ଭାଗ୍ୟ ପରୀକ୍ଷା।ଭୋଟର ଆଜି ବାଛିବେ ପାର୍ଥିଙ୍କ ଭାଗ୍ୟ।ଆଜି ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଶେରଗଡ଼ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର,୭।୫(ଏସଏସନିଉଜ)ଶେରଗଡ଼ ଗୋଠଗାଁରେ ପାଣ୍ଡିଆନଙ୍କ ପ୍ରଚାର ଆରମ୍ଭ ହୋଇଛି।ଜନସଭାରେ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ।ବିକାଶର ହିସାବ ଦେଲେ କାର୍ତ୍ତିକ ପାଣ୍ଡିଆନ।ଦଳୀୟସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ।।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାରେ ଉଦ୍‌ବୋଧନଦେବେ ।ସେହିଭଳିଭାବେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ନୀତିନ ଗଡ଼କରୀ ପୁରୀ ଜିଲ୍ଲା ଓ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ୱଶର୍ମା ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୭ତାରିଖ ମଙ୍ଗଳବାର।ଅଦ୍ୟ ନଷ୍ଟଚନ୍ଦ୍ରୋପବାସ, ନିଶାପାଳନ, ରବିନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ।ବିବିଧ – ସ୍ତ୍ରୀ ତୈଳବର୍ଜନ,ହଳ ନିଷେଧ, ରାତ୍ରୌ ଗୋଦୋହନ ନିଷେଧ, ଦିବାଘ୯/୦ମି ରୁ ଚନ୍ଦ୍ରକ୍ଷୟ ଆରମ୍ଭ।ସୁର୍ଯ୍ୟୋଦୟ- ଘ୫/୧୮/୯,ସୂର୍ଯ୍ୟାସ୍ତ- ଘ୬/୮ /୧୩,ବୈଶାଖ ମାସ,କୃଷ୍ଣପକ୍ଷ, ଭୌମବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୩୭ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବା ଘ୪/୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୧୧/୩୭ମିପରେ ଐଶାନ୍ୟକୋଣରେ। ମଙ୍ଗଳବାର, ରିକ୍ତାତିଥି ଓ ରବିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- […]

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୫ତାରିଖ ରବିବାର।ସୁର୍ଯ୍ୟୋଦୟ- ଘ୫/୧୯/୯ ,ସୂର୍ଯ୍ୟାସ୍ତ- ଘ୬/୬/୩୩ ,ବୈଶାଖ ମାସ ,କୃଷ୍ଣ ପକ୍ଷ ,ଆଦିତ୍ୟ ବାସ ,ତିଥି- ଦ୍ବାଦଶୀ ଅପରାହ୍ନ ଘ୫/୫୦ମି ପର୍ଯ୍ୟନ୍ତ  ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଅପରାହ୍ନ ଘ୫/୫୦ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ମଙ୍ଗଳଯୁକ୍ତ, ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ, ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। ଘାତଚନ୍ଦ୍ର- ଧନୁରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ […]