Browsing author

SATYA SANDHANA DESK

କାଉନସିଲରଙ୍କ ଘର ଆଗରେ ଗୁଳିକାଣ୍ଡ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଖଲ୍ଲିକୋଟରେ ବ୍ଳାଙ୍କଫାୟାରିଂ ତୋଟାଗାଁଛକ ଓ ଫାସୁଳାଗାଁ ପାଖରେ ଗୁଳିଚାଳନା ହୋଇଛି।ଖଲ୍ଲିକୋଟ ୧୧ନମ୍ବରୱାର୍ଡ କାଉନସିଲରଙ୍କ ସାନଭାଇକୁ ମାଡ଼ ସହ ବ୍ଲାଙ୍କ ଫାୟାରି କରାଯାଇଛି।କାଉନସିଲରଙ୍କ ଘର ଏବଂ ଦୋକାନଆଗରେ ଫୁଟିଲା ଗୁଳି । କାରରେ ଆସିଲେ କାଉନସିଲରଙ୍କଭାଇକୁ ପିଟିଲେ ଗାଡ଼ି ଭାଙ୍ଗିଦେଇ ଫେରାରହୋଇଗଲେ ୩ରୁ ୪ ଜଣ ଯୁବକ।କାଉନସିଲର ନାରାୟଣ ବାରିକଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ୪ଜଣ ଦୁର୍ବୃତ୍ତ।ଘଟଣାପରେ ଖଲ୍ଲିକୋଟଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଜଳିଗଲା ବସ୍

ଢେଙ୍କାନାଳ,୨୬।୪(ଏସଏସନିଉଜ) ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଯାଇଛନ୍ତି ଯାତ୍ରୀ। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ୍।ବସ୍‌ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଉଛି।

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ

ବାରିପଦା,୨୬।୪(ଏସଏସନିଉଜ) ଜଙ୍ଗଲରୁ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ସଦରଥାନା ଶିକାରଘାଟିଗାଁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଅପ୍ରେଲମାସ ୨୬ତାରିଖ ୨୦୨୪ମସିହା (ଶୁକ୍ର ବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୭/୩୮ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୧୭, ଯୋଗିନୀ ଉତ୍ତରେ ଦିବା ଘ୦୭/୩୮ଗତେ ଅଗ୍ନିକୋଣେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୦୭/୩୮ ମଧେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା -ଦିବା ଘ୦୮/ ୩୨ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୬ ଗତେ ଘ୦୮ /୩୧ ମଧ୍ୟେ ଓ ଘ୧୨/୪୩ ଗତେ […]

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଆଜିର ରାଶିଫଳ

୨୦୨୪ ମସିହା ଅପ୍ରେଲମାସ ୨୫ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୨୫/୧୬ ,ସୂର୍ଯ୍ୟାସ୍ତ- ଘ୬/୪/୧୦ ,ବୈଶାଖମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ପ୍ରତାପଦ୍ ପ୍ରାତଃ ଘ୬/୪୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୬/୪୦ମିପରେ ଉତ୍ତରଦିଗରେ। ମଳତିଥି,ବ୍ୟତିପାତଯୋଗ ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଏବଂ ଦିବା ଘ୬/୪୦ମିପରେ ବୋଇତାଳୁଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବା ଘ୨/୫୬ମି ରୁ ଘ୬/୪ମି ପର୍ଯ୍ୟନ୍ତ।କାଳରାତ୍ରି- […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୪ତାରିଖ ବୁଧବାର।ଶ୍ରୀ ମନ୍ଦିରେ ସେତୁବନ୍ଧ ପ୍ରସ୍ତାବ, ବୈଶାଖବ୍ରତାରମ୍ଭ।ସୁର୍ଯ୍ୟୋଦୟ- ଘ୫/୨୫/୫୭ ,ସୂର୍ଯ୍ୟାସ୍ତ- ଘ୬/୩/୫୧ ,ବୈଶାଖମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ୍ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ତିଥି ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୦ମି ରୁ ଘ୧୦/୬ମି ମଧ୍ୟେ।ବାରବେଳା ଦିବା ଘ୧୧/୪୩ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୦ମି ରୁ ଘ୩/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ରୁ ଦିବା […]

ଆଜିର ରାଶିଫଳ

ଅପ୍ରେଲମାସ ୨୩ତାରିଖ ୨୦୨୪ମସିହା (ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ସନ୍ଧ୍ୟା ଘ୧୧/୦୯ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୭/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୪/୩୦ଯୋଗିନୀ ବାୟବ୍ୟେ,ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତ ବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୧୦/୨୦ ଗତେ ଘ୦୨/୫୫ ମଧ୍ୟେ, ବାରବେଳା – ଦିବା ଘ୦୭/୦୧ ଗତେ ଘ୦୮/୩୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୬ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୦୦ ଗତେ ଘ୦୪/ ୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ଆମିଷ ଭକ୍ଷଣ ନିଷେଧ। ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭ ଦାୟକ ହେବ।ଆର୍ଥିକଲାଭ […]

ବିପୁଳ ପରିମାଣର ବିଦେଶୀମଦ ଜବତ

ଭୁବନେଶ୍ୱର,୨୨ା୪(ଏସଏସନିଉଜ)ଖଣ୍ଡଗିରିଥାନା ପୁଲିସ ବେଆଇନ ବିଦେଶୀମଦ ବିକ୍ରୟ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ଇଛାପୁରମ ଗ୍ରାମର ରାଜୁସେଠୀନାମକ ଯୁବକକୁ ଗିରଫକରି ସୋମବାରଦିନ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟଯେ, ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ରାଜୁସେଠୀ ଏକ କାରରେ ବେଆଇନ ଭାବେ ବିଦେଶୀମଦ ନେଇ ବରମୁଣ୍ଡା ରୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ନେଇ, ବିଶ୍ଵସ୍ତସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନାଆଧାରରେ ପେଟ୍ରୋଲିଙ୍ଗଟିମ ତ୍ରିନାଥମନ୍ଦିରଛକ ନିକଟରେ […]