Browsing author

SATYA SANDHANA DESK

ଗଣେଶପୁଜା ଭଷାଣିବେଳେ ବ୍ଲେଡମାଡ

ବାରଙ୍ଗ,୧ା୧୦(ଏସଏସନିଉଜ)ରବିବାରରାତିରେ ଗଣେଶପୁଜା ଭଷାଣି ଚାଲିଥିବାବେଳେ ବ୍ଲେଡରେ ଆକ୍ରମଣ ହୋଇଛି ।ଦାଦାପୁଅ ର ବ୍ଲେଡ୍‌ମାଡରେ ବଡବାପାପୁଅ ଭାଇ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିସ୍‌ିତ ହେଉଛନ୍ତି ।ରବିବାରାତିରେ ଏହି ଘଟଣା ବାରଙ୍ଗଥାନା ଅଧିନସ୍ଥ କୁହ୍ନେଇପଡାରେ ଗାଁରେ ଘଟିଛି । କୁହ୍ନେଇପଡା ଗାଁର ଯୁବକମାନେ କରୁଥିବା ଗଣେଶପୁଜାର ରବିବାରରାତିରେ ଭଷାଣି ଉସ୍‌ବ ହେଉଥିଲା ।ଭଷାଣି ଶୋଭାଯାତ୍ରା କୈବର୍ତସାହିପାଖରେ ପହଁଚିଥିବାବେଳେ କୈାଣସି କାରଣକୁ ନେଇ ଶୋଡ଼ାଯାତ୍ରାରେ ସାମିଲହୋଇଥିବା ଦାଦାପୁଅ ଓ ବଡବାପାପୁଅ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଉତ୍‌କ୍ଷିପ୍ତହୋଇ ଦାଦାପୁଅର […]

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ଜିଜିପି କଲୋନୀର ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।ପ୍ରେମବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଶେଷ କଲ୍ ଓ ମେସେଜ୍‌କୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।

ନିଜଅପହରଣ ନିଜେକରି ଧରାପଡିଲେ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନିଜ ଅପହରଣ ନିଜେ କରି ସମସ୍ତଙ୍କୁ ଭୁଆଁ ବୁଲାଇଥିବାର ନାଟକକୁ ଶେଷରେ ପୁଲିସ୍‌ ଜାଣିବାକୁ ପାଇଛି। ଏଥିପାଇଁ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକଥାନା ପୁଲିସ ମିଛ ଅପହରଣର ପର୍ଦ୍ଦାଫାସ କରିବା ସହ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସ୍ୱାଗତ ସାମଲଙ୍କୁ ଗିରଫ କରିଛି।

ଉଦଘାଟନପୂର୍ବରୁ ଭାଙ୍ଗିଲା ଫଳକ

ଜଗତସିଂହପୁର,୧।୧୦(ଏସଏସନିଉଜ)ଉଦଘାଟନ ପୂର୍ବରୁ ଭାଙ୍ଗିଯାଇଛି ଫଳକ।ଫଳକକୁ ଭାଙ୍ଗିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମର୍ଥକ।ଜଗତସିଂହପୁର ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟିଛି।ସ୍ଥାନୀୟ କଂଗ୍ରେସ ସରପଞ୍ଚଙ୍କ ନାଁ ନଥିବାରୁ ତାଙ୍କର ସମର୍ଥକ ଫଳକ ଭାଙ୍ଗିଥିବାର ଅଭିଯୋଗ ହୋଇଛି।ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।

ଜୁନାଗଡ଼ରେ ଟ୍ରିପଲ ମର୍ଡର !

ଧର୍ମଗଡ଼,୧।୧୦(ଏସଏସନିଉଜ)ରାସ୍ତାକଡ଼ରୁ ଏକାସାଙ୍ଗ ରେ ୩ ମୃତଦେହ ଉଦ୍ଧାର ହୋଇଛି।ଜୁନାଗଡ଼ଥାନା ଶଙ୍କରପଲାଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।ମାଆ,୨ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହରେ କଟାଚିହ୍ନ ସାଙ୍ଗକୁ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ମୃତମହିଳାଙ୍କ ସ୍ବାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି।ମୃତଦେହ ଜବତ ସହ ଘଟଣାସ୍ଥଳ ରେ ଜୁନାଗଡ଼ ପୁଲିସର ଛାନଭିନ୍ ଆରମ୍ଭ କରିଛି।

ଡ଼୍ୟାମରେ ବୁଡ଼ି ଜଣେ ନିଖୋଜ

ଚୌଦ୍ୱାର,୧।୧୦(ଏସଏସ ନିଉଜ)ଗାଧୋଇବା ବେଳେ ଡ୍ୟାମରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି।ଡମଡମଣୀ ପୀଠ ନିକଟ ଡ୍ୟାମରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି।୪ସାଙ୍ଗ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ନିଖୋଜ ହୋଇଛନ୍ତି।୪ଜଣଙ୍କ ଘର କଟକ ସିଡିଏ ଅଞ୍ଚଳରେ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ହତ୍ୟା ନା ଆତ୍ମହତ୍ୟା !

ଯାଜପୁର,୧ା୧୦(ଏସଏସନିଉଜ)ବିଂଝାରପୁରଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ପଛପଟ କେନାଲରେ ଭାସମାନ ଅବସ୍ଥାରେ ଥିବା ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଓଳେଇ ଗ୍ରାମର ପ୍ରିୟ ରଞନ ଧଳ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିା ଏହାହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

ଆଉ ୩ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ

ସୁନ୍ଦରଗଡ଼,୧ା୧୦(ଏସଏସନିଉଜ)ସୁନ୍ଦରଗଡ଼ରେ ଆଉ ୩ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି।ଏହାଫଳରେ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀସଂଖ୍ୟା ସୁନ୍ଦରଗଡ଼ରେ ୨୯୫ରେ ପହଁଚିଛି । ସେହିଭଳିଭାବେ ବରଗଡ଼ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍କ୍ରବ୍ ଟାଇଫସରେ ମୃତ୍ୟୁ ଘଟିଛି । ଯାହାଫଳରେ ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର […]

ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିି। ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା। ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି।ଏହି ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍‌ର ନଜର ଥିଲା। ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରିଛି । […]

ଆଫଗାନିସ୍ତାନ ଦୂତାବାସ ବନ୍ଦ!

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦନେଇ ଆଫଗାନିସ୍ତାନ ଘୋଷଣା କରିଛି ।ବନ୍ଦପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ।ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି ପ୍ରେସ୍‌ରିଲିଜ୍ ରେ କୁହାଯାଇଛି ।ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ। ତାଲିବାନୀ ଶାସନକୁ ଅବୈଧ ସରକାର କହି ସମାଲୋଚନା କରିବାସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳି ନଥିବା କୁହାଯାଇଛି।୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ […]