Browsing author

SATYA SANDHANA DESK

କୋର୍ଟପରିସରରେ ସ୍ତ୍ରୀକୁପିଟି ସ୍ୱାମୀ ଗିରଫ

ବାଲେଶ୍ୱର,୨୨୨(ଏସଏସ ନିଉଜ)ବାଲେଶ୍ୱର ଫ୍ୟାମିଲି କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟାପିଟି ହେବାଭଳି ଘଟଣା ଘଟିଛି।ସ୍ତ୍ରୀକୁ ହେଲ୍‌ମେଟରେ ପିଟିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ।ସ୍ୱାମୀକୁ ଗିରଫ କରିଛି। ସହଦେବଖୁଣ୍ଟାଥାନା ପୋଲିସ।କାଲି ଫ୍ୟାମିଲି କୋର୍ଟ ପରିସର ରେ ଦୁହେଁ ମାଡ଼ ମରାମରି ହୋଇଥିଲେ।

ମନ୍ଦିର ପାଖରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମାଲକାନଗିରି,୨୨।୨(ଏସଏସ ନିଉଜ) ସଦର ମହକୁମା ମଲିକେଶ୍ୱରୀ ମନ୍ଦିର ପାଖରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ପହଁଚି ଛାନଭିନ୍‌ ଆରମ୍ଭ କରିଛି।

ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର

ଯାଜପୁର,୨୨।୨(ଏସଏସ ନିଉଜ) ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର ହୋଇଯାଇଛି। ମଙ୍ଗଳପୁରଥାନା ହେମତପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବାସହ ଛାନଭିନ୍ ଆରମ୍ଭ କରିଛି।

ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ମାଲକାନଗିରି,୨୨।୨(ଏସଏସ ନିଉଜ)ମାଲକାନଗିରି SP ଅଫିସ ପାଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସକର୍ମୀ। ମାଲକାନଗିରି କଲେଜ ବାର୍ଷିକ ଉତ୍ସବକୁ ଗଲାବେଳେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି।

ବୁଡିଯାଇ ଚାଲିଗଲା ବଡ଼ଭଉଣୀର ଜୀବନ

ସାଲେପୁର,୨୨।୨(ଏସଏସ ନିଉଜ) ବୁଡ଼ିଯାଇ ବଡ଼ଭଉଣୀ ମୃତୁବରଣ କରିଥିବାବେଳେ ସାନଭଉଣୀ ଉଦ୍ଧାର ହୋଇଛି।ନିଶ୍ଚିନ୍ତକୋଇଲି ଥାନା ସାଧକ ନଗରଗାଁରେ ଏକାଦଶାହ ଶୁଦ୍ଧି କ୍ରିୟା ବେଳେ ଏହି ଅଘଟଣ ଘଟିଛି।

IICଙ୍କ ବିରୋଧରେ SIଙ୍କ ଅଭିଯୋଗ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ଥାନାIICଙ୍କ ବିରୋଧରେ SIଙ୍କ ଅଭିଯୋଗIICଙ୍କ ବ୍ୟବହାରରେ ଅତିଷ୍ଠ ହୋଇ SI ଚାକିରିରୁ ଅବସର ପାଇଁ ଆବେଦନ କରିଛନ୍ତି।ଧର୍ମଶାଳା SI ରାଧାନାଥ ଦାଶ ଯାଜପୁର SPଙ୍କୁ ଆବେଦନ କରିଚନୀ।IIC ରାକେଶ ତ୍ରିପାଠୀଙ୍କ ନାଁରେ SI ରାଧାନାଥଙ୍କ ଅଭିଯୋଗ କରିଛନ୍ତି।IIC ରାକେଶ SI ରାଧାନାଥଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଧିକ କର୍ମଚାପ ସୃଷ୍ଟି ସହ ଛୁଟି ଦେଉନଥିଲେIIC ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

କନ୍ୟାଶ୍ରମରେ ଆଉ ୫ଅସୁସ୍ଥ

ସୋର,୨୨।୨(ଏସଏସ ନିଉଜ)ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ ହୋଇପଡିଛନ୍ତି।୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।ସୋର ମେଡିକାଲ୍‌ରେ ୧୪ ଅନ୍ତେବାସୀ ଙ୍କର ଚାଲିଛି ଚିକିତ୍ସା।କନ୍ୟାଶ୍ରମରେ ଆଉ କିଛି ଅସୁସ୍ଥଙ୍କ ଚିକିତ୍ସା ହେଉଥିବା ବେଳେ

ବାମରାରେ ରେଳରୋକ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ବାମରା ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକ ହୋଇଛି।ପୂର୍ବରୁ ରହୁଥିବା ଏକ୍ସପ୍ରେସ୍‌ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି।ବାମରା ରେଳ କ୍ରିୟାନୁଷ୍ଠାନ କମିଟିପକ୍ଷରୁ ସକାଳ୬ରୁ ଆନ୍ଦୋଳନ ଆରମ୍ଭ ହୋଇଛି।ରେଳଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣାରେ ବସିଛନ୍ତି।

ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଅଧିବେଶନ ଆରମ୍ଭରୁ ପ୍ରବଳ ହତଗୋଳ ସାଙ୍ଗକୁ ପ୍ରତିବାଦ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।ଯାହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।

ଆଜିର ରାଶିଫଳ

ପ୍ରେବୃଆରୀମାସ ୨୨ତାରିଖ ୨୦୨୩ମସିହା(ବୁଧବାର) ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/ ୦୯, ଧନୁରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟର ଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। 🐮ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ […]