ମାଲବାହୀଟ୍ରେନ ଲାଇନଚ୍ୟୁତ
କୋରାପୁଟ,୨।୧(ଏସଏସ ନିଉଜ) ଶିବଲିଙ୍ଗପୁରମ୍ ନିକଟରେ ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି।
Browsing author
କୋରାପୁଟ,୨।୧(ଏସଏସ ନିଉଜ) ଶିବଲିଙ୍ଗପୁରମ୍ ନିକଟରେ ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି।
ମେଣ୍ଢାଶାଳ,୧।୨ (ଏସଏସନିଉଜ) ଛତାବର ପାଖରେ ଥିବା ମହାତ୍ମାଗାନ୍ଧୀ ଜେଲ ଏକାଡେମୀ ପରିସରରେ ମଙ୍ଗଳବାର ଦିନ ଏକ ନୂତନ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଜେଲ ବିଭାଗ ଡିଜି ମନୋଜ କୁମାର ଛାପ୍ରା ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ଶୁଭକାନ୍ତ ମିଶ୍ର, ଡେ଼ପୁଟି ଡ଼ାଇରେକ୍ଟର ମନୋଜ କୁମାର ମହାଳିକ,ଆଡ଼ସିନାଲ ଡ଼ାଇରେକ୍ଟର ବିରକିଶୋର ଦାସ,ଆସିଷ୍ଟାଣ୍ଡ ଡ଼ାଇରେକ୍ଟର (ଟ୍ରେନିଂ) ସମୀର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଲିମ ଗ୍ରହଣ କରିଥିବା ଜେଲ ବିଭାଗ କର୍ମଚାରୀଙ୍କୁ ଜେଲସଂସ୍କାର ଉପରେ […]
୨-୨-୨୦୨୩(ଗୁରୁବାର)ଦିବା ଘ୪।୮ ଗତେ ଦକ୍ଷିଣେ । ଯାତ୍ରା ନାସ୍ତି । ଅଦ୍ୟ ଦେବତା ଗଠନ,ନୌକାଗଠନ, ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜ ବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି | କନ୍ୟା ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୋଇ ଦିବା ଘ୪।୮ ଗତେ ବାଇଗଣ ଭକ୍ଷଣ ନିଷେଧ […]
ଭଦ୍ରକ,୧।୨(ଏସଏସନିଉଜ)ନିଜକୁ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରର ପରିଚୟ ଦେଇ ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକ ମହିଳା ଓ ପ୍ରସୂତି ବିଭାଗରେ ପ୍ରବେଶ କରିଥିଲେ ।କିଛି ସମୟପରେ ସନ୍ଦେହ ହେବାରୁ ପଚରାଉଚରା କରିବାରୁ ଧରା ପଡ଼ିଥିଲେ ନକଲି ଡାକ୍ତର। ଜନସାଧାରଣ ନକଲି ଡାକ୍ତର ବାବୁଙ୍କୁ ସେବା ଦେବା ପରେ ପୋଲିସ ପହଁଚି ନିଜ ହେପାଜତକୁ ନେଇଛି।
ଫେବୃୟାରୀ ମାସ ୦୧ ତାରିଖ ୨୦୨୩ ମସିହା(ବୁଧବାର)ମାଘମାସ-ଶୁକ୍ଲପକ୍ଷ ,ତିଥି- ଏକାଦଶୀ ଦିବା ୦୧/୪୪ ଗତେ ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୫୦ ,ବିଛାରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଦ୍ୱଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ଶିମ୍ବ ଦିବା ଘ ୦୧/୪୫ ଗତେ ପୋଇ ଭକ୍ଷଣ ନିଷେଧା ମେଷ-ମନଭିତରର ଅକୁହାକଥା ମାନସିକଦ୍ୱନ୍ଦ୍ୱ ସୃଷ୍ଟିକରିବ।ଆପଣଙ୍କ ରୁଚିପୂର୍ଣ୍ଣବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣକରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକକ୍ଷେତ୍ରରେ ଗଠନମୂଳକ ପ୍ରେରଣାଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। […]
ସାକ୍ଷୀଗୋପାଳ ,୩୧ା୧(ଏସଏସନିଉଜ) ସାକ୍ଷୀଗୋପାଳ ରେଳଫାଟକ ନିକଟରେ ଜଣେ ଅଚିହ୍ନା ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ ଯୁବକର ମୁଣ୍ଡନଥିବାରୁ ତାର ପରିଚୟ ମିଳିପାରିନାହିଁ ।ପୁରୀଜିଆରିଥାନାପୋଲିସ ୫/୨୩କେଶନଂରେ ଏକ ଅପମୃତ୍ୟୁମାମଲାରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।
ନିଆଳି.୩୧ା୧(ଏସଏସନିଉଜ) ପୁରୀଅବକାରୀବିଭାଗ କଟକଜିଲ୍ଲାନିଆଳି ନଇଟାପରୀଗାଁରେ ମଲ୍ଲିକ ଅବଦୁଲଗଫାର ନାମକ ବ୍ୟକ୍ତିଙ୍କୁ ଗିରଫକରିବା ସହ ତାଙ୍କଠାରୁ ୧୫୦ଗ୍ରାମ ଓଜନର ବ୍ରାଉନସୁଗାର ଜବତକରିଛି ।ଗୋପଥାନା ଅଧିନସ୍ଥ ଯୋଗେଶ୍ୱରପୁର ସିନେମାହଲ ଛକରୁ ଗଫାରକୁ ଓଡି୦୨-ଜି-୫୭୭୯ନଂ ଅଟୋରେ ଯାଉଥିବାବେଳେ ଅବକାରୀ ପୋଲିସ ଧରିଥିଲେ ।କୋଣାର୍କଅବକାରୀଥାନାରେ ୧୩୪/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ପୋଲିସ ଗଫାରକୁ କୋର୍ଟଚାଳଣ କରିଛି ।ଜବତ ବ୍ରାଉନସୁଗାର ମୁଲ୍ୟ୧୫ଲକ୍ଷହେବ ବୋଲି ଅବକାରୀବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
ଭୁବନେଶ୍ବର,୩୧ା୧(ଏସଏସନିଉଜ) ପୂର୍ବତନସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ଘଟଣାରେ ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି।ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କ ବଦଳି ରାଜ୍ୟ ପୁଲିସମୁଖ୍ୟାଳୟକୁ ହୋଇଥିବାବେଳେ ତାଙ୍କସ୍ଥାନରେ ବରଗଡ଼ ଏସ୍ପି ପରମାର ସ୍ମିତ୍ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ବହିଷ୍କୃତ ଇଝଓ ଗୋପାଳ ଦାସର ବଡ଼ଭାଇ ସତ୍ୟନାରାୟଣ ଦାସଙ୍କୁ ଜଳେଶ୍ୱରପୁର ଘରୁ […]
ମେଣ୍ଢାଶାଳ,୩୧ା୧(ଏସଏସନିଉଜ)ବାଙ୍କୀଅଂଚଳରୁ ଧାରାବାହିକଭାବେ ଦେଶୀଚୋରାମଦ ଆସୁଥିବାର ଖବର ପାଇ ମେଣ୍ଢାଶାଳଫାଣ୍ଡି ପୋଲିସ ଗତକାଲି ରାତିରେ ଅଚାନକ ଚଢାଉକରି ଅଙ୍ଗାରପଡାଗ୍ରାମପଂଚାୟତର ମହୁଲବଜାରଛକଠାରେ ଥିବା ମହାବୀର ମନ୍ଦିରଠାରେ ମଦବିକ୍ରି କରୁଥିବା ସମୟରେ ଜଣଙ୍କୁ ଗିରଫକରିଛି ।ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବାଙ୍କୀତୁଳସିପୁରନିକଟ ପଳାଶୁଣୀଗ୍ରାମର ରବିନ୍ଦ୍ରକୁମାରସାହୁାତାଙ୍କଠାରୁ ଓଡି୦୨-ଜିଡି-୮୬୮୧ନଂବାଇକ ସମେତ ୩୦୦ପ୍ୟାକେଟ ମଦପାଉଜ ଓ ବ୍ଲାଡରରେ ଥିବା ୨୪ଲିଟର ଦେଶୀମଦକୁ ଜବତ କରି ପୋଲିସ ୪୦/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
ବାଲୁଗାଁ,୩୧।୧(ଏସଏସ ନିଉଜ)ନାଚୁଣୀଥାନା ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି।ଗାଦେଶ୍ୱର ମନ୍ଦିର ସମେତ ପାଖରେ ଥିବା ୫ଟି ମନ୍ଦିରରୁ ଚୋରି ହୋଇଛି।ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ।