Browsing author

SATYA SANDHANA DESK

ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ ।ଏହିଘଟଣାରେ ମୃତ୍ୟୁ ସଂଖ୍ୟା ୨ ଛୁଇଁଛି ।ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆଙ୍କ ଜୀବନ ଯାଇଥିଲା। ବେଆଇନ ଭାବେ ବାଣ ଫୁଟାଇବା ନେଇ ଉଦୟ ଭୋଇ ନାଁରେ ମାମଲା ରୁଜୁ ହୋଇଥିଲା ।ଏହିଘଟଣାରେ ୩୪ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୩୨ ଜଣଙ୍କ ଚିକିତ୍ସା ଚାଲିଛି। […]

ଆତଙ୍କ ସୃଷ୍ଟିକାରୀ ସିଆଳକୁ ମାରିଦେଲେ

ପଟ୍ଟାମୁଣ୍ଡାଇ,୨୮/୧୧(ଏସଏସନିଉଜ)ରାଜନଗର ଧାନଦିଆଗାଁରେ ସିଆଳ କାମୁଡ଼ାରେ ୬ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ , ୨ଜଣ ଆହତଙ୍କଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଆତଙ୍କ ସୃଷ୍ଟିକରିଥିବା ସିଆଳକୁ ପିଟିପିଟି ମାରିଦେଇଥିବାର ଜଣାପଡିଛି ।  

ବିପଦରେସଙ୍କୁଳ ଅବସ୍ଥାରେ ରେଳବାଇ ସୁରକ୍ଷାବାଡ

ବାରଙ୍ଗ,୨୮/୧୧(ଏସଏସନିଉଜ)ବାରଙ୍ଗଥାନା ନିକଟସ୍ଥ ରେଳବାଇ ଓଭରବ୍ରିଜର ସୁରକ୍ଷାବାଡ଼ଟି ଅଜଣାଗାଡି ଧକ୍କାରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ରାସ୍ତାଉପରକୁ ଢଳି ରହିଥିବାରୁ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ।ରବିବାରବିଳମ୍ବିତ ରାତିରେ କୌଣସି ଏକ ଅଜଣାଗାଡି ଏହି ସୁରକ୍ଷାବାଡଟିକୁ ଧକ୍କାଦେଇଥିବାରୁ ଏହାର ଅଧାଅଂଶ ଭାଙ୍ଗି କଟକ-ଭବନେଶ୍ବର ମୁଖ୍ୟରାସ୍ତ। ଉପରକୁ ଅତି ବିପଦସଂଙ୍କୁଳ ଅବସ୍ଥାରେ ଝୁଲିରଛି ।ଏହାକେତେବେଳେ ଯେ,ତଳେ ପଡିବ ତାହା କହିବା କଷ୍ଟସାଧ୍ୟ ହୋଇଥିବାବେଳେ ଏହା ସାଧାରଣଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।ବାରଙ୍ଗ ରାସ୍ତାଏବେ ଜନବହୁଳରାସ୍ତାଭାବେ ପରିଚିତ […]

ବାରଙ୍ଗରେ ହମ୍ପସ ସାଜୁଛି କାଳ

ବାରଙ୍ଗ,୨୮/୧୧(ଏସଏସନିଉଜରାସ୍ତାରେ ହମ୍ପସଥିବା ସ୍ଥାନରେ ସୁଚନାଫଳକ କିମ୍ବା ଧଳା ଚିହ୍ନ ଦିଆଯାଇନଥିବାରୁ ସୋମବାର ସକାଳେ ଦୁଇଟି କାର ମଧ୍ୟରେ ଧକ୍କାହୋଇଛି ।ଏଥିରେ ଗୋଟିଏ କାରରେ ଥିବା ବରସମେତ ୫ଜଣ ଓ ଅନ୍ୟଏକ କାରରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ କଟକ ଅଭିମୁଖେ ଓଡ଼ି୦୫ପି୧୮୮୧ନଂକାରରେ ବିବାହପାଇଁ ବର ଯାଉଥିବାବେଳେ କୃଷ୍ଣଶରଣପୁର ଗ୍ରାମ ବାଉଁଝୋରି ମନ୍ଦିର ନିକଟରେ ରାସ୍ତାରେ ହମ୍ପସ ଥିବା ଜାଣିନପାରି ଚାଳକ ହଠାତ ବ୍ରେକ ମାରିଥିଲେ।ଠିକ୍ ସେହି ସମୟରେ ପଛରୁ ଆସୁଥିବା ଓଡ଼ି୦୨ବିଡବଲ୍ୟୁ୦୧୦୯ନଂକାରଟି ବର […]

ଲ୍ୟାଣ୍ଡମାଇନ ବିସ୍ଫୋରଣ ବର୍ତ୍ତିଗଲେ

ବୌଦ୍ଧ,୨୮/୧୧(ଏସଏସନିଉଜ) ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଏଥିରେ ବର୍ତ୍ତିଯାଇଛନ୍ତି ୫୦ଜଣ ।ଗଞ୍ଜେଇଚାଷ ନଷ୍ଟ ପାଇଁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଗଞ୍ଜେଇ ମାଫିଆ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ।ଯାହାଫଳରେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ ବନବିଭାଗ କରିଥିବାବେଳେ ବନବିଭାଗଗାଡି ଉଡ଼ାଇବାକୁ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସୂଚନା ମିଳିଛି ।

ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା […]

ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଯାଞ୍ଚ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ) ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଛି ପୋଲିସା ପଦ୍ମପୁର ପ୍ରଚାରପାଇଁ ଗଲାବେଳେ ରାସ୍ତାରେଅଟକାଇଥିଲା ପୋଲିସ । ଗାଡ଼ିଯାଞ୍ଚକୁ ସହଯୋଗ କରିବାସହ ପୋଲିସକୁ ପ୍ରଶ୍ନ କଲେ ପ୍ରତାପ । ଏତେଗାଡ଼ି ଯାଞ୍ଚ ହେଉଥିବାସତ୍ତ୍ୱେ ଟଙ୍କା କିଭଳି ଯାଉଛି ବୋଲି ପଚାରିଥିଲେ ।

ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ଉଦଳା,୨୮/୧୧(ଏସଏସନିଉଜ)ପେଟ୍ରୋଲଢାଳି ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଏହାଫଳରେ ସ୍ୱାମୀଓସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦଳାଥାନା କଳିଅଳମ ପଞ୍ଚାୟତ ନୂଆସାହିରେ ଦଂପତିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।ରାତିରେ ଶୋଇଥିଲାବେଳେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗାଁର ୨ଜଣବ୍ୟକ୍ତି ।ଏହି କାଣ୍ଡ କରିବାପରେ ଫେରାର ହୋଇଯାଇଛନ୍ତି । ଅନ୍ୟଘରେ ଶୋଇଥିବା ୪ ଝିଅ ସୁରକ୍ଷିତ ଥିବାର ଜଣାପଡିଛିା ତେବେ ନିଆଁ ଲଗାଇବାର ପକୃତ କାରଣ ଜଣାପଡିନାହିଁ ।  

ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବ୍ରହ୍ମପୁର,୨୮/୧୧(ଏସଏସନିଉଜ) ବିଚାରପତିଙ୍କୁ ଛୁରା ଦେଖାଇ ଜଣେ ଯୁବକ ଅଟକ ଅଛନ୍ତି । ଶୁଣାଣି ଚାଲିଥିବା ବେଳେ ଝଊଔଗଙ୍କୁ ଛୁରା ଦେଖାଇଥିଲେ ଯୁବକ । ଏକମାମଲାର ଶୁଣାଣି ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଘଟଣାପରେ ବୈଦ୍ୟନାଥପୁରଥାନାରେ ଅଭିଯୁକ୍ତ ଯୁବକ ଅଟକ ଥିବାର ଜଣାପଡିଛି ।

ଆଜିର ରାଶିଫଳ

କୁରାଳପଞ୍ଚମୀ ,୨୦୨୨ ମସିହା ନଭେମ୍ବର ମାସ ୨୮ତାରିଖ (ସୋମବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୦୬/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୨/୧୩ ,ମିଥୁନରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପ୍ରାବଣଶ୍ରାଦ୍ଧ ,ବେଲ , ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ରାହୁ ଓ ଚନ୍ଦ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କସହ ସାମାନ୍ୟ ତିକ୍ତତା ସୃଷ୍ଟିହୋଇପାରେ। ସାମାଜିକସ୍ତରରେ ମନଭୁଲାଣିଆ କଥାକହି ପରିସ୍ଥିତିକୁ ସମ୍ଭାଳିନେବେ। ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହିତ୍ୟ, ସଙ୍ଗୀତକ୍ଷେତ୍ରରୁ ସୁଫଳମିଳିବ। ପ୍ରତ୍ୟେକକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହେବେ। ବୃଷ-ଆପଣ କଥାବାର୍ତ୍ତାର […]