Browsing author

SATYA SANDHANA DESK

ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର,୨୮/୧୦(ଏସ ଏସନିଉଜ)ରାଜ୍ୟ ଗୃହମନ୍ତ୍ରୀ ମାନଙ୍କ ଚିନ୍ତନ ଶିବିର ବୈଠକକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ lଏହି ବୈଠକକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧନ କରିବେ ।ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚିନ୍ତନ ଶିବିର ହରିଆନାର ସୁରଜକୁଣ୍ଡ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି ।ଏହି ବୈଠକରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‌‌ ମହାନିର୍ଦ୍ଦେଶକ, ସିଏପିଏଫ୍‌‌ ଡିଜି ଯୋଗ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।ଏକକାଳୀନ ୬ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।ଚଢାଉରେ ୫ DSP, ୧୨ ଇନ୍‌ସ୍ପେକ୍ଟର, ଜଣେ SI ଏବଂ ୧୧ ASI ସାମିଲ ହୋଇଛନ୍ତି।

ନମୁନା ଗଲ ଓୟୁଏଟି

ଅନୁଗୋଳ, ୨୭/୧୦(ଏସଏସନିଉଜ)ସାତକୋଶିଆ ବନ୍ୟପ୍ରାଣୀ ପମ୍ପାସରରେଞ୍ଜ ଜଗନ୍ନାଥପୁର ବିଟ୍‌ରେ ଶାବକସହ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ୧୦ରୁ୧୨ଦିନ ତଳୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆର୍‌ସିସିଏଫଙ୍କ ସୂଚନା ରହିଛି ।ତେବେ ମୃତ୍ୟୁର ପକୃତକାରଣ ଜାଣିବାକୁ ନମୁନାକୁ ଓୟୁଏଟିକୁ ପଠାଯାଇଛି ।

ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୭/୧୦(ଏସଏସନିଉଜ) ସୂର‌୍ୟ୍ୟପରାଗରେ ହେତୁବାଦୀ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ଦୁଇ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ନାଁରେ କଟକ ମର୍କତନଗର ଥାନାରେ ଅଭିଯୋଗ ହୋଇଛି ।ହିନ୍ଦୁପରମ୍ପରା ଓ ଭାବନାକୁ ଆଘାତ ଦେବା ଅଭିଯୋଗରେ ଶ୍ରୀଜଗନ୍ନାଥଚାରଣ ଓ ନିଖିଳ ଉତ୍କଳପ୍ରବକ୍ତାଙ୍କ ପକ୍ଷରୁ ଏତଲା ଦିଆଯାଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ କିରାଣି

ବ୍ରହ୍ମପୁର,୨୭/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ଗଂଜାମ ରେଞ୍ଜ-୧ର କନିଷ୍ଠ କିରାଣି ଜୟନ୍ତ ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରେମାଞ୍ଜନ ସ୍ୱାଇଁ । ଏକ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପିଛନ୍ତି ।

ଆଜିର ରାଶିଫଳ

ନାଗଚର୍ତୁଥୀ ,୨୦୨୨ ମସିହା ଅକ୍ଟୋବରମାସ ୨୮ତାରିଖ (ଶୁକ୍ରବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୧୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୧/୫୯ ,ବିଛା, ଧନୁ ଓ ମୀନରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ବୋଧହୁଏ ଆପଣଙ୍କୁ କୌଣସିମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେରଖନ୍ତୁ ଆପଣଙ୍କର ସବୁକଥାରେ ଏକ ସୀମାମଧ୍ୟ ରହିଛି । ବୃଷ-ଆଜିରଦିନଟି […]

ସ୍ୱଛତାର ବାର୍ତାଦେଲେ ସରପଂଚ

ମେଣ୍ଢାଶାଳ,୨୬/୧୦(ଏସଏସନିଉଜ)ଆଇଗିଣିଆସ୍ଥିତ କେନ୍ଦ୍ରିୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଅନୁକୁଲ୍ୟରେ ମେଣ୍ଢଶାଳଠାରେ ସ୍ୱଛଭାରତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ସମସ୍ତୱାର୍ଡସଭ୍ୟ ଓ ଗ୍ରାମର ଯୁବକମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ମନେଜକୁମାରପଟ୍ଟନାୟକଙ୍କ ପୈାରହତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉଦ୍ୟାନକେନ୍ଦ୍ରତରଫରୁ ସୁଚିତ୍ରାବେହେରା,ବିଶ୍ୱନାଥପାଇକରାୟ,ଗୋବିନ୍ଦନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ୱଛଭାରତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସରପଂଚ କୈାଶଲା ବଳିୟାରସିଂହ ସମ୍ମାନୀତଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ, ସିମିତିସଭ୍ୟ ସରୋଜବେହେରା,ନାୟବସରପଂଚ ଗୁଂଠବେହେରା ଯୋଗଦେଇ ଗ୍ରାମରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ […]

କମ୍ପିବ ବରଗଡ଼

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସନ୍ତା ଡିସେମ୍ବର୨୭ରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୬ତାରିଖ ପର‌୍ୟ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

୧୭ପର୍ଯ୍ୟଟନସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସୁଛି ପର୍ଯ୍ୟଟଜ ରୁତୁ ।ପର୍ଯ୍ୟଟନଋତୁ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିହେବ ସେଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ଡିସେମ୍ବର ପହିଲାରୁ ୭ଟିସ୍ଥାନରେ ଇକୋ-ରି‌ଟ୍ରିଟ୍ ହେବ ।ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ବୋଲି ଜଣାପଡିଛି ।