Browsing author

SATYA SANDHANA DESK

ଦଶହରାକୁ ପାଣିଚିଆ କଲା ବର୍ଷା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଦଶହରାକୁ ପାଣିଚିଆ କରି ଦେଇଛି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ସାରା ରାଜ୍ୟରେ ଜାରିରହିଥିବା ବର୍ଷା ଯୋଗୁ ଦଶହରା ମଉଜରେ ଫିକା ପଡିଯାଇଛି । ଲଘୁଚାପକ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୨୪ଘଣ୍ଟାରେ ଏହା ପଶ୍ଚିମଉତ୍ତର ପଶ୍ଚିମଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ […]

ଧରାପଡିଲା ବ୍ରାଉନସୁଗାର

ବୈଶିଙ୍ଗା,୪/୧୦(ଏସଏସନିଉଜ)ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍‌ସୁଗାର, କିନ୍ତୁ ପୁଲିସ ହାତରେ ଧରାପଡ଼ିଲେ ୩ ବେପାରୀ। ୨୦ହଜାର ଟଙ୍କାର ୧୧ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର ଧରିବାନେଇ ପୋଲିସ ସୁଚନା ଦେଇଛି ।

ଗଛରେ ପିଟିହୋଇ ଚାଲିଗଲା ଜୀବନ

ଭଞ୍ଜନଗର,୪/୧୦(ଏସଏସନିଉ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁବରଣ କରିଛି । ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) ।ଖବରପାଇ ପୋଲିସ ଘଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପବନ ଭାଙ୍ଗିଲା ଦୂର୍ଗାପୂଜା ଲାଇଟ୍

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଆଜି ଲାଗିରହିଥିବା ବର୍ଷା ଓ ପବନ ଯୋଗୁ ଯାଜପୁରଜିଲ୍ଲା ବ୍ୟାସନଗର ରାଇସମିଲ ଦୁର୍ଗାପୂଜାଗେଟ୍ ଓ ନହକାପାତ୍ରବଜାର ଦୁର୍ଗାମଣ୍ଡପଗେଟ୍ ଭାଙ୍ଗିପଡି ଦୁଇଅଟୋ ଚାପି ହୋଇଯାଇଛି ।ଏଥିରେ ଜଣେ ଅଟୋଡ୍ରାଇଭର ହାତ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତରଅବସ୍ଥାରେ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।କଟକଜିଲ୍ଲା ଆଠଗଡ଼-ନରସିଂହପୁରରାସ୍ତାର ରଘୁନାଥବଜାରରେ ପ୍ରବଳବର୍ଷା ଓ ପବନରେ ଏକ ପୂଜା ଗେଟ୍ ଭାଙ୍ଗିଛି। ପୂଜାଗେଟ୍ ଭାଙ୍ଗିବାରୁ ଜଣେ ଆହତହୋଇଥିବା ସୂଚନା ମିଳିଛି। ଆଜି ଅଷ୍ଟମୀ ଓ କାଲି ନବମୀ ହୋଇଥିବାରୁ ବର୍ଷା ଯୋଗୁ ଏହା ଫିକା ପଡିବାର […]

ଏସ୍କର୍ଟ ସର୍ଭିସ ନାମରେ ସାଇବର ଠକେଇ

ଡେଲାଙ୍ଗ,୪/୧୦(ଏସଏସନିଉଜ)ଇଂଟରନେଟରେ ବିଜ୍ଞାପନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିଛି ।ଗିରଫହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି ।ସେମାନେ ହେଲେ ଡେଲାଙ୍ଗର ସୁଶାନ୍ତକୁମାର ପାତ୍ର ,ଯିଏକି ଏହି ଘଟଣାର ମାଷ୍ଟରମାଇଣ୍ଡ ସିଏ ସୁନ୍ଦର ପଦାରେ ରହୁଥିଲେ ।ତାଙ୍କ ସହିତ ଉପମନ୍ୟୁବରାଳ,ସସ୍ମିତାଜେନା,ଜଗନ୍ନାଥପ୍ରଧାନ ଓ ସଦା ଶିବସେଠୀ ।ପୋଲିସ ସେମାନଙ୍କ ୨୦ଟିବ୍ୟାଙ୍କ ଆକାଉଂଟ ଅଚଳ କରିଥିବା ବେଳେ ୨୦ଲକ୍ଷଟଙ୍କା ଫ୍ରିିଜ କରିଛି ।ଏହାସହ ଅଭିଯୁକ୍ତମାନଙ୍କଠାରୁ ୮୬ହଜାରେ୫ଶହ, ,୨୩ ଏଟିଏମକାର୍ଡ,ଓ ୧୧ମୋବାଇଲଫୋନ ,୭୦ସିମକାର୍ଡଜବତ କରିଛିି । ପ୍ରକାସ ଯେ, […]

ବଜ୍ରପାତରେ ୩ ମୃତ୍ୟୁ

ବାଲେଶ୍ବର,୪/୧୦(ଏସଏସ ନିଉଜ) ବଜ୍ରପାତରେ ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁରଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଜଣ ଓ ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି। ବିଲରେ କାମ କରୁଥିଲେ ବଜ୍ରାଘାତରେ ଟଳିପଡ଼ିଥିଲେ ଚାଷୀ।

ଫୁଟିଲା ବ୍ରହ୍ମକମଳ ପୁଷ୍ପ

ବାରଙ୍ଗ,୪/୧୦(ଏସଏସ ନିଉଜ)କେନ୍ଦୁପାଟଣା ଗାଁ ସଭାପତି ପ୍ରଦୀପ୍ତ ବେଉରାଙ୍କ ଅଗଣାରେ ଦିତୀୟଥର ପାଇଁ ବ୍ରହ୍ମକମଳ ପୁଷ୍ପ ସୋମବାର ବିଳମ୍ବିତ ରାତିରେ ଫୁଟିବା ପରେ ପରିବାର ଲୋକ ରାତାରାତି ଜଗନ୍ନାଥଙ୍କ ଚରଣରେ ଅର୍ପିତ କରିବା ପାଇଁ ପୁରୀ ଯାତ୍ରା କରିଥିଲେ।ସେହିଁଭଳିଭାବେ ପଞ୍ଚୁପାଳଗାଁର ପ୍ରସନ୍ନ ସଡଙ୍ଗୀଙ୍କ ବାଡ଼ିରେ ଦୁଇଟି ବ୍ରହ୍ମକମଳ ପୁଷ୍ପ ସୋମବାର ରାତିରେ ଫୁଟିଥିଲା।ଏହାପୂର୍ବରୁ କିଛିଦିନ ତଳେ ଆଉ ଦୁଇଟି ମଧ୍ୟ ଫୁଟିଥିଲା।ଏହି ପୁଷ୍ପ ଫୁଟିବାର ଜାଣିପାରି ତାଙ୍କ ପରିବାର ଲୋକ ଉସାହ ଓ ନୀତିକାନ୍ତିରସହ ଅପେକ୍ଷା କରିଥିଲେ।ରାତିରେ ଦୁଇଟିପୁଷ୍ପ […]

ଜଙ୍ଗଲରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ରାୟଗଡ଼ା,୪/୧୦(ଏସଏସ ନିଉଜ)ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କାମାରି ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣଙ୍କ ଡିମିରିଗୁଡ଼ା ପଞ୍ଚାୟତ କାମାରି ଗାଁର ଆସକୁଲି ମାଝି ବୋଲି ଜଣାପଡିଛି।ମହିଳା ଜଣଙ୍କ ସେପ୍ଟେମ୍ବର ୨୪ ତାରିଖରୁ ନିଖୋଜ ଥିଲେ।ବହୁ ଖୋଜା ଖୋଜି ପରେ ନିରାଶ ହେବାରୁ ପରିବାର ଲୋକେ ଅକ୍ଟୋବର ୧ ରେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମୃତ୍ୟୁର କାରଣ ଅସ୍ପଷ୍ଟ […]

ବସ ଚଳାଚଳ ବନ୍ଦ

ଭଦ୍ରକ,୪/୧୦(ଏସଏସ ନିଉଜ)ଜିଲ୍ଲା ବସ୍ ସିଣ୍ଡିକେଟ୍ ପକ୍ଷରୁ ଭଦ୍ରକ ଜିଲ୍ଲାରୁ ଆଜି ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ବସ୍ ଚଳାଚଳ ବନ୍ଦ ହୋଇଛି। ବଟି ଆଦାୟ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଦ ନିଷ୍ପତ୍ତି ନିଆଯାଇଛି।ଗନ୍ତବ୍ୟସ୍ଥଳକୁ ଯାଇ ନପାରି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହାସହ ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।