Browsing author

SATYA SANDHANA DESK

ନିର୍ବାଚନ ପୁର୍ବରୁ ବୋମା ମାଡ଼

ପୁରୀ,୨୭/୧(ଏସଏସନିଉଜ) ପୁରୀ ସଦର ଥାନା କାଶୀ ହରିପୁର ପଂଚାୟତରେ ଗୁରୁବାର ସକାଳେ ବୋମା ମାଡ କରାଯାଇଛି । ବାଇକରେ କିଛି ଦୁର୍ବୃତ ଆସି ବନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ୩ଟି ବୋମା ମାଡ କରି ପଳାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଅଫୁଟା ରହିଥିଲା ।ତେବେ ପଂଚାୟତ ନିର୍ବାଚନ ପୁର୍ବରୁ କୈାଣସି ପାର୍ଥୀକୁ ଭୟଭିତ କରିବା ପାଇଁ ଏପରି ହୋଇଥିବାର ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏହି ବୋମା ମାଡ କରିଛି, […]

ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୭/୧(ଏସଏସନିଉଜ) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ।ଏହି ଜ୍ଲାସ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ଗୋଟିଏ କ୍ଲାସ ହେବ । ପ୍ରତ୍ୟେକ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ୟୁଟ୍ୟୁବ ପାଠପଢ଼ା ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଥିବାବେଳେ ପୁର୍ବରୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ […]

ସାତକୋଶିଆରେ ଗଡିବ ସଫାରି ଗାଡ଼ି

ଅନୁଗୁଳ , ୨୭/୧(ଏସଏସନିଉଜ) ସାତକୋଶିଆ ଅଭୟାରଣ୍ୟରେ ଗଡିବ ସଫାରି ଗାଡ଼ି । ପର୍ଯ୍ୟଟକମାନେ ସଫାରୀଗାଡିରେ ବସି ଅଭୟାରଣ୍ୟରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା ଓ ଏଥିସହ ପାଖରୁ ବନ୍ୟପ୍ରାଣୀଙ୍କୁ ଦେଖି ମଜ୍ଜା ଉଠାଇପାରିବେ ।ଏଥିପାଇଁ ୪ଟି ସଫାରୀ ବସ ଆସି ପହଁଚିଛି ।ତେବେ ସଫାରୀ ବସରେ ବୁଲିଲେ କେତେଟଙ୍କା ଦେବାକୁ ପଡିବ,କେଉଁଅଂଚଳ ବୁଲିବାକୁ ହେବ, ଏବିଷୟରେ ବିଧିବଦ୍ଧ ଭାବେ ନିଷ୍ପତି ସରିଲେ ଖୁବଶିଘ୍ର ପର୍ଯ୍ୟଟକମାନେ ଏହି ସେବାପାଇପାରିବେ ବୋଲି ଜଣାପଡିଛି ।

ଆୟତ ହେଲା ନିଆଁ

କୋଣାର୍କ, ୨୭/୧(ଏସଏସନିଉଜ) ଗତକାଲି ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁ ଆୟତ ହୋଇଛି ।୧୪ ନମ୍ବର ଜୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା ।ଦିନରେ କିଛି ଯବକ ସେଠାରେ ଭୋଜି କରିଥିଲେ ।ସନ୍ଧ୍ୟାରେ ଅଚାନକ ନିଆଁ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବନବିଭାଗର କର୍ମଚାରୀ ନିଆଁକୁ ଆୟତ କରିଥିଲେ ।

ଫେରିବ ଶୀତ

ଈୁବନେଶ୍ୱର, ୨୭/୧(ଏସଏସନିଉଜ) ପୁଣି ଫେରିବ ଶୀତ । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ୩୦ ତାରିଖ ଯାଏ ଶୀତ ଲହର ଜାରି ରହିବ । ଏହାସହିତ ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି ।

ମିଠା ଦୋକାନ ଉପରେ ଚଢ଼ାଉ

କଟକ, ୨୭/୧(ଏସଏସନିଉଜ) ଦୀର୍ଘଦିନ ଧରି ବାସିଖାଦ୍ୟ ବିକୁଥିବା ଅଭିଯୋଗ ଜନସାଧାରଣଙ୍କ ଠାରୁ ପାଇବାପରେ ଗୁରୁବାର ସକାଳୁ ସକାଳୁ ଉକ୍ତ ମିଠା ଦୋକାନ ଉପରେ ଚଢ଼ାଉ କରିଥିଲେ ସିଏମସିର ଖାଦ୍ୟ ନିରୀକ୍ଷଣ ଅଧିକାରୀ । ନୂଆବଜ଼ାର ସ୍ଥିତ ମହାବିର ସ୍ୱିଟ ଷ୍ଟଲ ଉପରେ ଅଚାନକ ଚଢଉ କରିଥିଲେ ।ସେଠାରୁ ପ୍ରାୟ ୨୦କେଜିର ବାସିଖାଦ୍ୟ ନଷ୍ଟ କରାଯାଇଥିବାର ସୁଚନା ମିଳିଛି ।

ଗିରଫ ହେଲା ପିଶାଚ

ପୁରୀ , ୨୭/୧(ଏସଏସନିଉଜ) ଗତ ୨୩ ତାରିଖରେ ପଡୋଶୀ ଘରେ ଥିବା ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିକୁ ପୁରୀ ପୁଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି । ନାବାଳିକାଜଣକୁ ଛାତ ଉପରକୁ ନେଇ ସେଠାରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ପିଶାଚ । ଘଟଣା ଘଟିବାର ତିନିଦିନପରେ ପୋଲିସ ହାତରେ ଧରାପଡିଛି ।

ବୁଲୁଛି ବାଘ

ବଲାଙ୍ଗୀର, ୨୭/୧(ଏସଏସନିଉଜ) ଗତ୪/୫ଦିନ ପର‌୍ୟ୍ୟଟନ କ୍ଷେତ୍ର ହରିଶଙ୍କରରେ ବାଘ ବୁଲୁଥିବାର ଜଣାପଡିଛି ।ବାଘଟି ବୁଲୁଥିବାର ସିସିଟିଭି ଫୁଟେଜରୁ ଜଣାପଡିଛି ।ସ୍ଥାନୀୟ ଲୋକମାନଙ୍କଠାରୁ ଜାଣିବାପରେ ବନବିଭାଗର ଏକ ଟିମ୍ ସଜାଗ ହୋଇ ରହି ବାଘ ଉପରେ ତିକ୍ଷ୍ନଣ ନର ରଖିଥିବାର ଜଣାପଡିଛି ।ବାଘକୁ ନେଇ ପାର୍କିଂସ୍ଥାନରେ ଥିବା ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାର ଜଣାପଡିଛି । ଡିୟର ପାର୍କ ଭିତରେ ଥିବା ୧୭ଟି ସିସିଟିଭି ଭିଜୁଆଲ ଭିତରୁ ଗୋଟିଏ ସିସିଟିଭିରେ ବାଘର ଚିତ୍ର ଦେଖିବାକୁ […]

ଝାମ୍ପି ନଲେ ସୁନାହାର

ରେଢ଼ାଖୋଲ, ୨୭/୧(ଏସଏସନିଉଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ ଜଣେ ନବବିବାହିତା ବିଜୟିନୀ ପ୍ରଧାନ ଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୁତ ।ଗତ୨୩ତରିଖରେ ବିଜୟିନୀଙ୍କ ବାହାଘର ହୋଇଛି ।

ଆଜିର ରାଶିଫଳ

ଜାନୁଆରୀ ମାସ ୨୭ ତାରିଖ ୨୦୨୨ ମସିହା(ଗୁରୁବାର)ମାଘ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୨/୧୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳ। ଓ ବାର ବେଳା – ଦିବା ଘ ୦୨/୪୬ ଗତେ ଘ୦୫/୩୨ ମଧ୍ୟେ କଳମ ଶାଗ ରାତ୍ରି ଘ ୦୨/୧୦ ଗତେ ଶିମ୍ବ ଭକ୍ଷଣ ନିଷେଧ ।  ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି […]