Browsing author

SATYA SANDHANA DESK

ନୂତନ ବସଷ୍ଟାଣ୍ଡର ହେଲା ଭିତିପ୍ରସ୍ତର ସ୍ଥାପନ

କଟକ,୨୩/୧୨(ଏସଏସନିୟୁଜ)ଆଜି କଟକ ଜିଲ୍ଲା ବାରଙ୍ଗ ବ୍ଲକ ତ୍ରିଶୂଳିଆ ନିକଟସ୍ଥ କୁହ୍ନେଇପଦା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଘଟିକା ସମୟରେ ଭର୍ଚୁଆଲ ମୋଡରେ ନିର୍ମିତ ହେବାକୁ ଥିବା ବସଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟର ୨୨ଟି ଜିଲ୍ଲାରେ ଅର୍ଦ୍ଧ ସହରାଞ୍ଚଳ ଗୁଡିକରେ ୫୫ଗୋଟି ସ୍ଥାନରେ ପରିବହନ ବ୍ୟବସ୍ଥାକୁ ସୁସଂହତ କରିବା ସହିତ ଗ୍ରାମାଞ୍ଚଳ ଅର୍ଥନୀତିକୁ ପରିପୃଷ୍ଟ କରିବା ଲକ୍ଷ ନେଇ ନୂତନ ଭାବରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ଜଣାଯାଇଛି। ଗମନା ଗମନ […]

ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୩/୧୨(ଏସଏସନିୟୁଜ)ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ […]

ରାଜ୍ୟରେ ପୁଣି ୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ଆଜି ଓଡ଼ିଶାରୁ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ୨ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ । ଉଭୟ ଭୁବେନଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।୧୩ ତାରିଖରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ । ବାପା,ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଝିଅଙ୍କ ନମୂନା […]

ପଲସ୍‌ରକୁ ପିଟିଲା ଟ୍ରକ୍: ଜଣେ ମୃତ, ୨ଗୁରୁତର

ନରସିଂହପୁର,୨୨/୧୨(ଡିଏନଏ)ବଡମ୍ବାଥାନା ଅର୍ନ୍ତଗତ ରତାପଟ-ବେଲ୍ଲୀଆପାଳ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ଚିକିସ୍‌ାପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଯାଇଛି ।ନରସିଂହପୁର ରଜକସାହିର ଶିବୁସେଠୀ,ଆଠମଲ୍ଲି ଦୋଳମୁଣ୍ଡାଇ ଅଂଚଳର ମୁନାସେଠୀ ଏକ ପଲସରରେ ବଡମ୍ବାରୁ ନରସିଂହପୁରକୁ ଆସୁଥିବାବେଳେ ରତାପାଟ ପାଖରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ଫଳରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବଡମ୍ବା ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ନୟାଗଡ଼ ଜିଲ୍ଲା […]

ବନ୍ଧା ହେଲେ ରସିକିଆ ଟ୍ୟୁସନ ମାଷ୍ଟର

ଭୁବନେଶ୍ୱର, ୨୨/୧୨(ଡିଏନଏ)ଶେଷରେ ବନ୍ଧା ହୋଇଛନ୍ତି ରସିକିଆ ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ।ଗତ ରବିବାରଦିନ ଦୁଇନାବାଳିକା ଛାତ୍ରୀଙ୍କୁ ନେଇ ପଳାଇଥିଲେ । ସମ୍ବଲପୁରରୁ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ବଡଗଡ଼ ପୋଲିସ ।ଏହାସହ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ଅପହରଣ କରିଥିବା ଦୁଇଛାତ୍ରୀଙ୍କ ବୟସ ୧୪ ଏବଂ ୧୨ ବର୍ଷ ।

ମେଣ୍ଢାଶାଳଫାଣ୍ଡିରେ ନୁଆ ଅଧିକାରୀ

ମେଣ୍ଢାଶାଳ,୨୨/୧୨(ଡିଏନଏ)ମେଣ୍ଢାଶାଳଫାଣ୍ଡି ରେ ନୁଆ ଅଧିକାରୀଭାବେ ଏସଆଇ ମାନସ କୁମାର ସାହୁ ବୁଧବାର ଦିନ ଯୋଗଦାନ କରିଛନ୍ତି ।ଅକ୍ଟୋବରମାସପହିଲାରେ ଏହି ଫାଣ୍ଡିର ଦାୟିତ୍ୱ ଗ୍ରହଣ କରିଥିବା ଏସଆଇ ମାନଗୋବିନ୍ଦ ନାୟକଙ୍କୁ ଚନ୍ଦକା ଥାନାକୁ ବଦଳିକରାଯାଇଛି ।ନୁଆକରି ଯୋଗଦେଇଥିବା ଫାଣ୍ଡିଅଧିକାରୀ ରାୟଗଡାଥାନାରୁ ଏଠାକୁ ବଦଳି ହୋଇଥିବାର ଜଣାପଡିଛି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଚେତାବନୀଦେଲେ ଗ୍ରାମବାସୀ

ଗଞ୍ଜାମ,୨୨/୧୨(ଏସଏସନିୟୁଜ)ଆଉ ଦିନ କେଇଟା ପରେ ହେବ ପଂଚାୟତ ନିର୍ବାଚନ ।:ଏହାଭିତରେ ବିଭିର୍ଣ ସମସ୍ୟା କୁ ନେଇ ରାସ୍ତାକୁ ଆସିଛନ୍ତି ମହିଳା । ପାଣିପାଇଁ ରାସ୍ତାରେ ବସିଛନ୍ତି ମହିଳା ।ପାଣି ସମସ୍ୟା ଦୁର ନକଲେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଆସିକା ଚିନିଶିଳ୍ପ ନୂଆଗାଁର ବାସିନ୍ଦା ।ଏହାସହ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଉପୁଜୁଥିବା ସମସ୍ୟାକୁ ଉଠାଇଛନ୍ତି ମହିଳା ।ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ନଦେଲେ ଆଗାମି ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ […]

୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର,୨୨/୧୨(ଏସଏସନିୟୁଜ) ବୁଧବାର ରାଜ୍ୟ ସରକାର ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରିଛନ୍ତି । ପିପିଲି ଆଡିସନାଲ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପିପିଲି ସବରେଜିଷ୍ଟ୍ରାର, ଚାନ୍ଦାବାଲିର ଆଡିସନାଲ ତହସିଲଦାର ପ୍ରଶାନ୍ତ କୁମାର ମହାରାଣାଙ୍କୁ ଭୋଗରାଇର ଆଡିସନାଲ ତହସିଲଦାର, ଭଞ୍ଜନଗର ଆସିଷ୍ଟାଣ୍ଟ କଲେକ୍ଟର ବିକାଶ କୁମାର ଭୋଇଙ୍କୁ ଏଚଆଣ୍ଡ ୟୁଡି ବିଭାଗର ବୈଦେଶିକ ଅଧିକାରୀ , ବିଏମସି ଆସିଷ୍ଟାଣ୍ଟ କମିଶନର ରହିଥିବା ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ , ବାରିପଦାର ଆଡିସନାଲ ତହସିଲଦାର ସସ୍ମିତାଙ୍କୁ […]

ବିଜୁ ପକ୍କା ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା

ଭୁବନେଶ୍ୱର, ୨୧/୧୨(ଏସଏସନିୟୁଜ)ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ରାଜ୍ୟସରକାର । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା ମଧ୍ୟ ମିଳିବ । ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ […]

ଢେଙ୍କାନାଳରୁ ବ୍ରାଉନସୁଗାର ଜବତ

ଢ଼େଙ୍କାନାଳ, ୨୧/୧୨(ଏସଏସନିୟୁଜ) ଢ଼େଙ୍କାନାଳରୁ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ ଏସଟିଏଫ ଟିମ୍ ହାତରେ ଧରାପଡିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି ।