Browsing author

SATYA SANDHANA DESK

ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, ୨୧/୧୨(ଏସଏସନିୟୁଜ)ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବାନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବାବେଳେ ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି। ଦୁଇ ଜଣ ପୁରୁଷ ମଧ୍ୟରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାରଅଛନ୍ତି । ଉଭୟଙ୍କର ବୟସ ୪୩ ଓ ୪୧ହୋଇଥିବାବେଳେ କେହି ଗୁରୁତର ନଥିବାବେଳେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର, ୨୧/୧୨(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ।ଏହି ବୈଠକ ସଂଧ୍ୟା ୫.୩୦ଟାରେ ବସିବ । ପଂଚାୟତ ନିର୍ବାଚନ ଲାଗି ତାରିଖ ଘୋଷଣା ସହ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି।

ବିଧାୟକ ବାଣ୍ଟିଲେ ବିଜୁସ୍ବାସ୍ଥ୍ୟ କାର୍ଡ

ବାରଙ୍ଗ,୨୦/୧୨(ଏସଏସନିଉଜ) ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ସୋମବାର ପୂର୍ବାହ୍ନ ସମୟରେ ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଢାଓ୍ବାଗ୍ରାମ ସ୍ଥିତ ସୋମନାଥ ମନ୍ଦିର ପରିସରରେ ବିଜୁସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନାର ବଣ୍ଟନ ଶୁଭାରମ୍ଭ କରିଛନ୍ତି।ଦାଢା,କଲ୍ୟାଣପୁର,ବରିମୁଣ୍ଡ,କଳାରାହାଙ୍ଗ,ରଘୁନାଥପୁର ଆଦି ୫ପଞ୍ଚାୟତର ରେସନକାର୍ଡ ଧାରୀଙ୍କ ମଧ୍ୟରୁ ପ୍ରତି ପଞ୍ଚାୟତରୁ ୨୦ଜଣ ଲେଖାଏଁ ହିତାଧିକାରୀଙ୍କୁ ସ୍ମାଟକାର୍ଡ ବଣ୍ଟନ କରାଯାଇଛି।ଏଥିରେ୫ପଞ୍ଚାୟତ ମୁରବୀ ଅନ୍ତର‌୍ୟ୍ୟାମି କୁଅଁର,ଦାଢା ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,କଲ୍ୟାଣପୁର ସରପଞ୍ଚ ପ୍ରଭାସିନୀ ସାସମଲ,କଳାରାହାଙ୍ଗ ସରପଞ୍ଚ ପଙ୍କଜିନୀ ଦଳପତି, ରଘୁନାଥପୁର ସମିତିସଭ୍ୟା ତଥା ନାରୀ ଜାଗରଣ […]

ବଦଳିଲେ ୬ ଏସିପି ଓ ୬ ଇନ୍ସପେକ୍ଟର

ଭୁବନେଶ୍ୱର୨୦/୧୨(ଏସଏସନିଉଜ) ସୋମବାର ଦିନ କମିଶନରେଟ ପୁଲିସରେ ୬ ଥାନାର ଇନ୍ସପେକ୍ଟର ଓ ୬ ଏସିପିଙ୍କୁ ଅଦଳବଦଳ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ଜୋନ୍ -୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭୁବନେଶ୍ୱର ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟାଳୟରେ କାର‌୍ୟ୍ୟରତ ରମେଶ ଚନ୍ଦ୍ର ବିଶୋଇଙ୍କୁ ଜୋନ -୬ର ଏସିପି ଭାବେ ନୂତନ ଦାୟିତ୍ୱ ମିଳିଛି । କମିଶନରେଟ ମୁଖ୍ୟାଳୟରେ ଥିବା ଏସିପି ନାଗାଜୁର୍ନ […]

ଉଦ୍‌ଯାପିତ ହେଲା ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ ୨୦/୧୨(ଏସଏସନିୟୁଜ) ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଟାଙ୍ଗିବନ୍ତ ଗ୍ରାମରେ ଚାଲିଥିବା ତିନିଦିନିଆ ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ଲବ ଗୋଠପୁର ଓ ସ୍ବର୍ଣ୍ଣଦେବୀ କ୍ଲବ, ଵଉଳୁକୁଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ରୋମାଞ୍ଚଭରା ଏହି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖା ଗୋଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଟାଇ ବ୍ରେକର ଜରିଆରେ ଗୋଠପୁର ଦଳ ୪/୨ ଗୋଲ ବ୍ୟବଧାନରେ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦଘାଟିତ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କରିଛନ୍ତି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ T ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବୀ ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ […]

ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି।ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇପାରିବେ। ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍‌ପିଟାଲର ଦକ୍ଷ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ମନ୍ଦିରେ ପଣ୍ଡୁ ଓଷା, ପାଣ୍ଡୁ ପୂର୍ଣ୍ଣିମା, ମାର୍ଗଶୀର ପୂର୍ଣ୍ଣିମା,ମାସ- ମାର୍ଗଶୀର ,ପକ୍ଷ-ଶୁକ୍ଳ ,ତିଥି- ପୂର୍ଣ୍ଣିମା ଦିବା ଘ୧୦-୦୬ମି ଗତେ ପ୍ରତିପଦ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ମିଥୁନ ସିଂହ ତୁଳା ଧନୁ ମକର ଓ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ଆମିଷ ଦିବା ଘ,୧୦-୦୬ମି ଗତେ ପାଣିକଖାରୁ ଭକ୍ଷଣ ନିଷେଧମେଷ: ଶ୍ରୀ ଚନ୍ଦ୍ରବୃଷ: ଉତ୍ସାହିତମିଥୁନ: କାର୍ଯ୍ୟ ହାନି କର୍କଟ: ଦ୍ରବ୍ଯ […]

ତୃତୀୟ ଲହର ସମ୍ଭାବନା ନିଶ୍ଚିତ

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ। ୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ। ୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି। ୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର […]

ଆଜିର ଅନୁଚିନ୍ତା

🦋ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ । 🦋”ସଂଘର୍ଷ” ପ୍ରକୃତିର ଆମନ୍ତ୍ରଣ ଅଟେ ,ଯିଏ ସ୍ୱୀକାର କରିଥାଏ.ସେ ହିଁ ଆଗକୁ ବଢ଼ିଥାଏ… 🦋ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ […]